ଜାଣନ୍ତୁ କେଉଁଠି ରହି ଅଛି ‘ସ୍ଵର୍ଗର ଦ୍ଵାର’

ଦୁନିଆରେ ଜନ୍ମ ନେଇଥିବା ସବୁ ଲୋକମାନେ ଦିନେ ନା ଦିନେ ନିହାତି ମୃତ୍ୟୁ ବରଣ କରିଥାନ୍ତି । କେହି ହେଲେ ବି ଅମର ହୋଇ ରହନ୍ତି ନାହିଁ । କେବଳ ଲୋକମାନେ କାହିଁକି ପୂର୍ବରୁ ଧରାପୃଷ୍ଟରେ ଜନ୍ମ ନେଇଥିବା ଦେବତା ମାନଙ୍କର ବି ମୃତ୍ୟୁ ହୋଇଛି । କୁହାଯାଏ କି ମଣିଷ ଯେଉଁ ଭଳି କର୍ମ କରେ ତାକୁ ସେମିତି ଫଳ ମିଳିଥାଏ । ସବୁ ମଣିଷ ଭାବନ୍ତି କି ସେ ମରିବା ପରେ ସ୍ଵର୍ଗକୁ ଯିବା ପାଇଁ କିନ୍ତୁ କଣ ଆପଣ ଜାଣିଛନ୍ତି ସ୍ଵର୍ଗରେ ପହଞ୍ଚିବା ପାଇଁ କେଉଁ ରାସ୍ତା ଦେଇ ଯିବାକୁ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସେହି ଦ୍ଵାର ବିଷୟରେ ଯାହାକୁ ସ୍ଵର୍ଗର ଦ୍ଵାର ବୋଲି କୁହାଯାଇ ଥାଏ ।

ଏହାର ନାମ ଗିନିଜ ବହିରେ ଲେଖା ଯାଇଛି

ଚୀନରେ ତୀୟାନମେନ ନାମକ ଏକ ପର୍ବତ ଅଛି ଯାହାର ଉଚ୍ଚତା ୧୫୧୮ ମିଟର ଅଟେ । ଏହି ଉଚ୍ଚ ପାହାଡ ଉପରେ ଏକ ଗୁମ୍ଫା ଅଛି ଯାହାକୁ କି ସ୍ଵର୍ଗର ଦ୍ଵାର ବୋଲି କୁହାଯାଇ ଥାଏ । ଏହି ଗୁମ୍ଫା ବିଶ୍ଵର ସବୁଠାରୁ ଉଚ୍ଚ ଗୁମ୍ଫା ଅଟେ । ୨୫୩ ଖ୍ରୀଷ୍ଟପୂର୍ବ ରେ ପାହାଡର କିଛି ଅଂଶ ଭାଙ୍ଗିଯାଇ ଥିଲା ଯାହାଦ୍ୱାରା ଏହି ଗୁମ୍ଫା ସୃଷ୍ଟି ହେଲା । ଏହି ଗୁମ୍ଫାର ଲମ୍ବା ୧୯୬ ଫୁଟ ଏବଂ ଉଚ୍ଚତା ୪୩୧ ଫୁଟ ଅଟେ । ଏହା ୫୦୦୦ ଫୁଟ ଉଚତା ହୋଇ ଥିବାରୁ ଏହା ବାଦଲ ମଧ୍ୟରେ ଘେରି ରହିଥାଏ । ଏହି କାରଣ ପାଇଁ ଲୋକ ଏହାକୁ ସ୍ଵର୍ଗର ଦ୍ଵାର ବୋଲି କହିଥାନ୍ତି । ଦୁନିଆରେ ସବୁଠାରୁ ଲମ୍ବା ଏବଂ ଉଚ୍ଚ ହୋଇଥିବା କାରଣରୁ ଏହାର ନାମ ଗିନିଜ ବହିରେ ଲେଖା ଯାଇଛି ।

ଯାହା ଅନନ୍ତ ତାହା ସ୍ଵର୍ଗ ଅଟେ

କୁହାଯାଏ କି ଆଗରୁ ସେଠାରୁ ଜଳପ୍ରପାତ ହେଉଥିଲା ଯାହାକି କେବଳ ୧୫ ମିନିଟ ପାଇଁ ଦେଖା ଯାଉଥିଲା ଏବଂ ତାପରେ କୁଆଡେ ଚାଲି ଯାଉଥିଲା । ତାହାର ପାଣି ୧୫୦୦ ମିଟର ଉପରୁ ତଳକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ସେଠାରେ ଜଳପ୍ରପାତର କୌଣସି ଚିହ୍ନ ବି ନାହିଁ । ଏହି ଗୁମ୍ଫାର କୌଣସି ଶେଷ ନାହିଁ ।

ଏହି ଗୁମ୍ଫା ସବୁବେଳେ ବାଦଲ ଘେରରେ ରହୁଥିବାରୁ ଲୋକାମାନେ ଏହାକୁ ଅନନ୍ତ ଗୁମ୍ଫା ବୋଲି କହୁଥିଲେ । ପୁରାଣରେ ଏହା କୁହାଯାଇଛି କି ଯାହା ଅନ୍ତିମ ତାହା ସ୍ଵର୍ଗ ଅଟେ । ଏଥିପାଇଁ ଏହି ଗୁମ୍ଫାକୁ ସ୍ଵର୍ଗର ଦ୍ଵାର ବୋଲି କୁହାଯାଇଛି । ଏହି ପାହାଡ ଏତେ ଉଚା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପରକୁ କେହି ହେଲେ ବି ଚଢି ପାରି ନାହାଁନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।