ବାହହୁବଳି ଷ୍ଟାର ପ୍ରଭାସଙ୍କ ଉପରେ ଲାଗିଛି ଏତେ କୋଟି ଟଙ୍କା, ଏହି 4 ଫିଲ୍ମ ସହ ଧମାକା କରିବାକୁ ଆସୁଛନ୍ତି ବଡ ପରଦାକୁ

ବାହୁବଳି ଭଳି ବ୍ଲକ ବାଷ୍ଟର ଫିଲ୍ମରେ ନଜର ଆସିଥିବା ଅଭିନେତା ପ୍ରଭାସଙ୍କୁ ଆଜି କେବଳ ସାଉଥରେ ନୁହେଁ ପୁରା ବିଶ୍ଵର ଲୋକମାନେ ତାଙ୍କୁ ଚିହ୍ନିଛନ୍ତି । ପୁରା ଭାରତରେ ଆଜି ତାଙ୍କର ଫ୍ୟାନ ଫୋଲଇଙ୍ଗ କୋଟି କୋଟିରେ ଅଟେ । ତାଙ୍କର ଅଭିନୟ ଓ ଫିଲ୍ମ ଗୁଡିକୁ ପୁରା ଭାରତରେ ପସନ୍ଦ କରାଯାଏ । ବାହୁବଳି ଓ ସାହୋର ସଫଳତା ପରେ ଆଜି ଡାଇରେକ୍ଟର ଓ ପ୍ରଡ୍ୟୁସର ତାଙ୍କ ଉପରେ କୋଟି କୋଟି ଟଙ୍କା ଲଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସମୟରେ କିଛି ପ୍ରଡ୍ୟୁସରମାନେ କୋଟି କୋଟି ଟଙ୍କା ଲଗାଇ ରଖିଛନ୍ତି ।

ତାହା ବି ପୁଣି ହଜାର କୋଟି ଟଙ୍କାରୁ ବି ଅଧିକ ଟଙ୍କା । ଆପଣଙ୍କୁ କହିଦେଉଛୁ କି ପ୍ରଭାସ ଆସନ୍ତା କିଛି ବର୍ଷ ମଧ୍ୟରେ ୪ଟି ବଡ ଫିଲ୍ମରେ ନଜର ଆସିବେ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ୪ ଟି ଫିଲ୍ମ ବିଷୟରେ କହିବୁ ।

ପ୍ରଭାସ ଓ ସୈଫ ଅଲୀ ଖାନଙ୍କ ଫିଲ୍ମ ଆଦିପୁରୁଷରେ ଏକତ୍ରିତ ନଜର ଆସିବେ । ଯାହାର ବଜେଟ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମ ରାମାୟଣର କାହାଣୀରୁ ପ୍ରେରିତ ଅଟେ । ଯେଉଁଥିରେ ସୈଫ ଅଲୀ ଖାନଙ୍କ କିରଦାରର ରାବଣ ସହ ସମାନ ଅଟେ । ଆଦିପୁରୁଷ ପ୍ରଭାସଙ୍କ ସବୁଠୁ ବଡ ବଜେଟ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ ଓ ତାଙ୍କର ଏହି ଫିଲ୍ମ ବର୍ଷ ୨୦୨୨ରେ ରିଲିଜ ହେବ ।

ପ୍ରଭାସ ଡାଇରେକ୍ଟର ନାଗ ଅଶ୍ଵିନଙ୍କ ଆସନ୍ତା ଫିଲ୍ମରେ ବି ନଜର ଆସିବେ । ଯାହାର ବଜେଟ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମରେ ପ୍ରଥମ ଥର ପ୍ରଭାସ ଦୀପିକା ପାଦୁକୋଣଙ୍କ ସହ ନଜର ଆସିବେ । ଏହି ଫିଲ୍ମରେ ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ବି ସାମିଲ ଅଛନ୍ତି ।

ପ୍ରଭାସ ଫିଲ୍ମ ସାହୋ ପରେ ନିଜର ଆସନ୍ତା ଫିଲ୍ମ ରାଧେ ଶ୍ୟାମର ଶୁଟିଙ୍ଗ କରୁଥିଲେ । ଏହା ସହିତ ସେ ବର୍ତ୍ତମାନ ସମୟରେ ବି ଏହି ଫିଲ୍ମର ଶୁଟିଙ୍ଗ ବିଦେଶରେ କରୁଛନ୍ତି । ଏହି ଫିଲ୍ମରେ ସେ ଅଭିନେତ୍ରୀ ପୂଜା ହେଗେଡଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଓ ଏହି ଫିଲ୍ମର ବଜେଟ ବି ୨୫୦ କୋଟି ଟଙ୍କା ଅଟେ ।

ଏହା ପରେ ପ୍ରଭାସ ଫିଲ୍ମ ସାଲାରରେ ବି ନଜର ଆସିବେ । ଏଥିରେ ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏମିତିରେ ଯଦି ଏହି ସମସ୍ତ ଫିଲ୍ମକୁ ମିଶାଇ ଦିଆଯିବ ତେବେ ପ୍ରଭାସ କାନ୍ଧ ଉପରେ ଏହି ସମୟରେ ୧୦୦୦ କୋଟି ଟଙ୍କାରୁ ବି ଅଧିକ ବୋଝ ଅଛି ଓ ଫିଲ୍ମ ମେକର୍ସଙ୍କୁ ପୁରା ଆଶା ରଖିଛନ୍ତି କି ଏହି ଫିଲ୍ମ ତାଙ୍କୁ ଡବଲ ଲାଭ ଦେବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।