କେବଳ ୨ ମିନିଟ ରେ ହଳଦିଆ ଅପରିଷ୍କାର ଦାନ୍ତକୁ ମୋତି ପରି ଚମକାଇଦେବ ଏହି ଉପାୟ

ବନ୍ଧୁମାନେ ଆପଣ ତ ଜାଣିଛନ୍ତି କି ବିଡି ସିଗ୍ରେଟ ତମ୍ବାଖୁ ଆଦି ଜିନିଷ ଆମ ଦାନ୍ତକୁ ନଷ୍ଟ କରିଦିଏ । ଦାନ୍ତକୁ ହଳଦିଆ କରିଦିଏ ଓ ସେଥିରୁ ଦୁର୍ଗନ୍ଧ ଆସିଥାଏ । ଯଦି ଆପଣ ବି ହଳଦିଆ ଅପରିଷ୍କାର ଦାନ୍ତ ପାଇଁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ଆଣି ଆସିଛୁ, ଯେଉଁଥିରେ ଆପଣଙ୍କୁ କୌଣସି ଟ୍ରୀଟମେନ୍ଟ କରାଇବାର ଆବଶ୍ୟକ ନାହିଁ ଆପଣଙ୍କୁ ବାସ ଏକ ପେଷ୍ଟ ଲଗାଇବାକୁ ହେବ, ଯାହା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ଭଳି ଧଳା ଓ ଚମକଦାର ହୋଇଯିବ । ଏଥିପାଇଁ ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଏହାକୁ ଆପଣ କେମିତି ବନେଇବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଏହାକୁ ବନାଇବା ପାଇଁ ଆମକୁ ଏକ କୋଲଗେଟ ପେଷ୍ଟ ଆବଶ୍ୟକ । ଏହା ଦାନ୍ତକୁ ଧଳା ଓ ଚମକଦାର ବନାଇବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ଯତୀତ ଅନ୍ୟ କୌଣସି ଟୁଥପେଷ୍ଟ ନେଇ ପାରିବେ । ଏକ ବାଉଲ ରେ ଅଧ ଚାମଚ ଟୁଥପେଷ୍ଟ ବାହାର କରି ନିଅନ୍ତୁ । ଏହା ପରେ ଏଥିରେ ୧/୪ ଚାମଚ ଲୁଣ ମିଶାନ୍ତୁ । ଲୁଣ ଆମ ଦାନ୍ତକୁ ଧଳା କରିବା ସହିତ ଏହା ଗମ୍ସ ଉପରେ ବି କାମ କରିଥାଏ । ଯାହା ଦ୍ଵାରା ଆମ ଦାନ୍ତ ସହିତ ଆମ ଦାନ୍ତ ମାଢି ବି ସୁସ୍ଥ ରହିଥାଏ ।

ଏହା ପରେ ଆମେ ନେବା ରସୁଣ । ରସୁଣ ଦାନ୍ତ ପାଇଁ ଚମତ୍କାର କାମ କରିଥାଏ । କାରଣ ଏଥିରେ ମିଳୁଥିବା ଥାୟୋସଲ୍ଫୋନେଟ ଆପଣଙ୍କ ଦାନ୍ତ ଧଳା ଓ ଚମକଦାର ବନାଇବା ସହିତ ଆପଣଙ୍କ ଦାନ୍ତକୁ ପୋକ କାଟିବାରୁ ବି ବଞ୍ଚାଇଥାଏ । ଆପଣ ଏଠାରେ ୪ ଟି ରସୁଣ ପାଖୁଡାକୁ ଚୋପା ଛଡାଇ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଛେଚି ଦିଅନ୍ତୁ । ଏହା ପରେ ଆପଣ ଏହି ରସୁଣକୁ ପେଷ୍ଟରେ ମିଶାନ୍ତୁ ।

ଏହା ପରେ ଆପଣ ଏଥିରେ ମିଶାନ୍ତୁ ଲେମ୍ବୁ ରସ । ବହୁତ ଲୋକ ଖାଇବା ପରେ ତାଙ୍କ ପାଟିରୁ ଦୁର୍ଗନ୍ଧ ଆସିଥାଏ ଓ ବ୍ରିଡିଙ୍ଗ ପ୍ରୋବ୍ଲେମ ହୋଇଥାଏ । ଏଥିପାଇଁ ଲେମ୍ବୁ ବହୁତ ଲାଭକାରୀ ଅଟେ । ଯଦି ଆପଣ ୧୦ ରୁ ୧୫ ଡ୍ରପ ଲେମ୍ବୁ ରସ ଏଥିରେ ମିଶାଇବେ । ଏହା ପରେ ଚାମଚ ଦ୍ଵାରା ଆପଣ ଏହାକୁ ଭଲ ଭାବେ ମିକ୍ସ କରିନେବେ ।

ଏହା ପରେ ଆପଣ ଏକ ଚୁଟକି ସମାନ ହଳଦୀ ଏଠାରେ ମିଶାଇବେ । ହଳଦୀ ଦାନ୍ତରେ ଲାଗିଥିବା ବ୍ୟାକ୍ଟେରିୟା କୁ ଶେଷ କରିବାରେ ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ଆପଣଙ୍କ ପେଷ୍ଟ ତିଆରି ହୋଇ ଯାଇଛି । ଏହି ପେଷ୍ଟ ଆପଣଙ୍କ ଦାନ୍ତକୁ ଚମକଦାର ବନାଇବା ସହିତ ତାହାର ସୁରକ୍ଷା ମଧ୍ୟ କରିବ ।

ଏହି ପେଷ୍ଟକୁ ଲଗାଇବା ପାଇଁ ଆପଣ କୌଣସି ପୁରୁଣା ବ୍ରସ ୟୁଜ କରି ପାରିବେ ଓ ବ୍ରସରେ ଆପଣ ଏହି ପେଷ୍ଟକୁ ସେତିକି ନିଅନ୍ତୁ ଯେତିକି ଆମେ ସାଧାରଣ ପେଷ୍ଟ କୁ ନେଇଥାଉ । ଆପଣ ଏହାକୁ କମ ସେ କମ ୨ ମିନିଟ ପର୍ଯ୍ୟନ୍ତ ଦାନ୍ତରେ ଘସନ୍ତୁ ଓ କୁଳି କରି ନିଜ ଦାନ୍ତକୁ ସଫା କରି ଦିଅନ୍ତୁ । ପ୍ରତିଦିନ ୨ ମିନିଟ ବ୍ରସ କରିବା ପରେ ଆପଣଙ୍କ ଦାନ୍ତରେ ଫରକ ଦେଖିବାକୁ ମିଳିବ ।

ସପ୍ତାହକୁ ଆପଣ ଏହାକୁ ୩ ଥର ୟୁଜ କରିବେ । ଦେଖିବେ ଆପଣଙ୍କ ଦାନ୍ତ ମୋତି ପରି ଚମକିବାକୁ ଲାଗିବ ।ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।