ରାସ୍ତାରେ ଦାଦାଗିରି ଦେଖାଇଲେ ମନ୍ତ୍ରୀଙ୍କ ପୁତୁରା, ଛି ! ଛି ! ବିଚ୍ ରାସ୍ତାରେ ମହିଳାଙ୍କୁ ଯାହା କହିଲେ ନା… ଦେଖନ୍ତୁ video

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ଵାଇଁ ଓରଫ ଭିକିଙ୍କ ଦାଦାଗିରିର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ରାସ୍ତାରେ ଯାଉଥିବା ବେଳେ ଜଣେ ମହିଳାଙ୍କ ସ୍କୁଟି ସହ ତାଙ୍କ ଗାଡି ବାଡେଇ ହୋଇ ଯାଇଥିଲା । ଫଳରେ  ସେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଅମରେନ୍ଦ୍ର ରାସ୍ତା ମଝିରେ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ଏବେ ଭାଇରାଲ ହେଉଛି । ଗାଡି ସହ ମ୍ୟାଡାମଙ୍କୁ ରଖିଦେବି କହି ଧମକାଇଥିଲେ ଅମରେନ୍ଦ୍ର ।

ରାସ୍ତା ଉପରେ ସାଧାରଣ ଲୋକ  ରୁଣ୍ଡ ହୋଇଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରିବାକୁ ସାହସ କରି ନଥିଲେ । ରାସ୍ତା ଉପରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉତ୍ପାତ ମଚାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପୁତୁରା । ତେବେ ଏହି ଘଟଣା କଟକର ତ୍ରିଶୂଳିଆ ଛକ ନିକଟରେ ଘଟିଥିବା କୁହା ଯାଉଥିବା ବେଳେ କେଉଁ ଦିନ ଘଟିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନି । ପ୍ରତାପନଗରୀ ଟୟୋଟା ଶୋ’ରୁମ୍ ନିକଟରେ ଦୁଇ ବସ୍ କର୍ମଚାରୀଙ୍କୁ ଆଣ୍ଠୋଇବା ଘଟଣାରେ ବର୍ତ୍ତମାନ ଜେଲରେ ଅଛନ୍ତି ଅମରେନ୍ଦ୍ର ପ୍ରତାପ ସ୍ଵାଇଁ ।

କିଛିଦିନ ପୂର୍ବେ ଅମରେନ୍ଦ୍ରଙ୍କ ଦାଦାଗିରି ସାମ୍ନାକୁ ଆସିଥିବା ବେଳେ ପୁଣି ଥରେ ତାଙ୍କର ଏଭଳି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଭିଡିଓଟି କେବେ ରେକର୍ଡ କରା ଯାଇଥିଲା ବା କେବେ ଏହି ଘଟଣା ଘଟିଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଜଣେ ଲୋକ ପ୍ରତିନିଧିଙ୍କ ପୁତୁରା ହୋଇ ପବ୍ଲିକରେ ଏଭଳି ଆଚରଣ କରିବାକୁ ସାଧାରଣରେ ବେଶ ନିନ୍ଦା କରାଯାଉଛି ।

ତାଙ୍କ ଦାଦା ମନ୍ତ୍ରୀ ହୋଇଥିବାରୁ ସେହି ବଳରେ ଅମରେନ୍ଦ୍ର ଏଭଳି ଉତ୍ପାତ କରିବା ବିଲକୁଲ ମଧ୍ୟ ଗ୍ରହଣୀୟ ନୁହେଁ । ଜଣେ ମହିଳାଙ୍କ ସହ ଏଭଳି ବିଚ୍ ରାସ୍ତାରେ ଅଶାଳୀନ ବ୍ୟବହାର କରିବା ସହ ଅମରେନ୍ଦ୍ର ତାଙ୍କୁ ଧମକ ଚମକ ଦେଉଥିବାର ଏହି ନୂଆ ଭିଡିଓରେ ଦେଖିବାକୁ ମିଳିଛି । ଏଠାରେ କାହାର ଭୁଲ୍ ଥିଲା ତାହା ସଠିକ ଭାବେ ଜଣା ପଡି ନଥିଲେ ମଧ୍ୟ ମହିଳାଜଣକ ବାରମ୍ବାର କ୍ଷମା ମାଗୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

କିନ୍ତୁ ସରି କହିଦେଲେ କଣ ସବୁ ଠିକ ହୋଇଯାଏ କହି ମହିଳାଙ୍କୁ ତାଗିଦ କରିବା ସହ ରାସ୍ତା ଉପରେ ତାଙ୍କୁ ଅପମାନିତ କରିଥିଲେ ଅମରେନ୍ଦ୍ର । ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଲୋକେ ଏହାକୁ ଖୁବ ନିନ୍ଦା ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।