ରାସନ କାର୍ଡରୁ ଆପଣଙ୍କ ନାଁ କଟି ଯାଇଛି କି? ଘରେ ବସି ରାସନ କାର୍ଡରେ ଏମିତି ସହଜରେ ଯୋଡନ୍ତୁ ନିଜ ପିଲା ଛୁଆଙ୍କ ନାଁ…

ଯଦି ଆପଣଙ୍କ ରାସନ କାର୍ଡ ରଦ୍ଦ ହୋଇ ଯାଇଛି ବା ଆପଣ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନ କାର୍ଡ ରେ ଆପଣଙ୍କ ନାମ ନାହିଁ ତେବେ ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ମୋଦୀ ସରକାରଙ୍କ ତରଫରୁ ଏଭଳି ଲୋକଙ୍କୁ ପୁନର୍ବାର ସୁଯୋଗ ଦିଆ ଯାଉଛି ଯଦି କୌଣସି କାରଣରୁ ରାସନ କାର୍ଡ ହିତାଧିକାରୀ ତାଲିକାରୁ ନାଁ କୁ ହଟାଇ ଦିଆ ଯାଇଛି ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ନାଁ ଘରେ ବସି ସାମିଲ କରି ପାରିବେ। ଆପଣ ଚାହିଁଲେ ଆପଣଙ୍କ ପତ୍ନୀ ଓ ପିଲା ଛୁଆଙ୍କ ନାଁ କୁ ମଧ୍ୟ ଏଥିରେ ଯୋଡି ପାରିବେ ।

କେଉଁ ପରିସ୍ଥିତିରେ କଟିଥାଏ ରାସନ କାର୍ଡରୁ ନାଁ

୧. ଆପଣଙ୍କ ନାଁ ଅନ୍ୟ କୌଣସି ରାସନ କାର୍ଡ ରେ ପୂର୍ବରୁ ରହିଥିଲେ।

୨. ଆଧାର ନମ୍ବର ଆପଣଙ୍କ ରାସନ କାର୍ଡ ସହ ସଂଯୋଗ ନଥିଲେ।

୩. ରାସନ କାର୍ଡ ମୁଖ୍ୟ ଙ୍କ ମୃତ୍ୟୁ ହୋଇଗଲେ।

ଏହି ସବୁ ପରିସ୍ଥିତିରେ ଆପଣଙ୍କ ନାଁ ରାସନ କାର୍ଡ ରୁ ହଟାଇ ଦିଆଯାଏ।

କେମିତି ଯୋଡିବେ ରାସନ କାର୍ଡ ରେ ଆପଣଙ୍କ ନାଁ

ଯଦି ରାସନ କାର୍ଡ ରୁ ଆପଣଙ୍କ ନାଁ କଟି ଯାଇଥାଏ ତେବେ ଆପଣଙ୍କ ଆଧାର କାର୍ଡ ଓ ଯେଉଁ ରାସନ କାର୍ଡ ରେ ଆପଣ ନିଜ ନାଁ କୁ ଯୋଡିବାକୁ ଚାହୁଞ୍ଚନ୍ତି ସେହି କାର୍ଡ ର ଏକ ଫଟୋକପି ନେଇ ନିକଟସ୍ଥ ସିଏସସି କେନ୍ଦ୍ର ବା ଜନ ସୁବିଧା କେନ୍ଦ୍ରକୁ ଯାଇ ରାସନ କାର୍ଡ ରେ ପୁଣି ଥରେ ନିଜ ନାଁ କୁ ସାମିଲ କରି ପାରିବେ। ଏଥିରେ ଆପଣଙ୍କୁ ଯେଉଁ ରସିଦ ମିଳିବ ତାହାକୁ ଆପଣଙ୍କୁ ତହସିଲ ରେ ଜମା କରିବାର ମାତ୍ର କିଛି ଦିନ ପରେ ଆପଣଙ୍କ ରାସନ କାର୍ଡ ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ନାଁ ସାମିଲ ହୋଇଯିବ।

ବିବାହ ପରେ କେମିତି ବନାଇବେ ନୂଆ କାର୍ଡ

ବିବାହ ପରେ ଯଦି ଆପଣ ନିଜ ପତ୍ନୀ ଙ୍କ ନାଁ ଆପଣଙ୍କ ରାସନ କାର୍ଡ ରେ ସାମିଲ କରିବାକୁ ଚାହୁଞ୍ଚନ୍ତି ତେବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ପ୍ରଥମଟି ହେଲା ଆପଣ ଦୁଇଟି ଅଲଗା ଅଲଗା ରାସନ କାର୍ଡ ପ୍ରସ୍ତୁତ କରି ପାରିବେ ନଚେତ ପତ୍ନୀ ଙ୍କ ଆଧାର କାର୍ଡ ରେ ସଂଶୋଧନ କରି ପାରିବେ। ଆଧାର କାର୍ଡ ରେ ଝିଅର ପିତାଙ୍କ ନାମ ପରିବର୍ତ୍ତେ ସ୍ଵାମୀ ତଥା ଆପଣଙ୍କ ନାଁ ଲେଖି ପାରିବେ। ଏହା ପରେ ତହସିଲ ଅଫିସ ରେ ଖାଦ୍ଯ ବିଭାଗର ଅଧିକାରୀଙ୍କ ନିକଟରେ ଜମା କରିବେ। ଏବଂ ପୂର୍ବ କାର୍ଡ ରେ ଥିବା ଆପଣଙ୍କ ନାଁ କୁ ହଟାଇ ଆପଣଙ୍କ ପାଇଁ ନୂଆ ରାସନ କାର୍ଡ ପାଇଁ ଆବେଦନ କରନ୍ତୁ।

ସେହିଭଳି ଏହି କାମକୁ ଆପଣ ଅନଲାଇନ ଜରିଆରେ ମଧ୍ୟ କରି ପାରିବେ। ଯଦି ଆଧାର କାର୍ଡ ରେ ନିଜ ପତ୍ନୀ ଙ୍କ ନାଁ ରଖିବାକୁ ଚାହୁଞ୍ଚନ୍ତି ତେବେ ଏଥିପାଇଁ ଆପଣଙ୍କୁ ନିଜ ପତ୍ନୀ ଙ୍କ ଆଧାର ନମ୍ବର ରେ ସଂଶୋଧନ କରିବାକୁ ହେବ। ଏହା ପରେ ପତ୍ନୀ ଙ୍କ ଆଧାର ଜନ ସୁବିଧା କେନ୍ଦ୍ରକୁ ଯାଇ ଦାଖଲ କରି ଦିଅନ୍ତୁ ଏବଂ ଅନଲାଇନ ଭେରିଫିକେସନ ପରେ ଆପଣଙ୍କ ପତ୍ନୀ ଙ୍କ ନାଁ ଆଧାର କାର୍ଡ ରେ ସାମିଲ ହୋଇଯିବ। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ। ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ।