ଫିଲ୍ମ ଦୁନିଆକୁ ଲାଗିଲା ପୁଣି ଏକ ବଡ ଝଟକା, ଏହି ଫେମସ ତେଲୁଗୁ ଆକ୍ଟ୍ରେସ କଲେ ଆତ୍ମହତ୍ୟା

ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ 10 ଟା ସମୟରେ ଶ୍ରାବଣୀ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ସେ ହାଇଦ୍ରାବାଦର ଏସାର ନଗର PS ମଥୁରା ନଗରରେ H56 ବ୍ଲକର ଦ୍ୱିତୀୟ ମହଲାରେ ରହୁଥିଲେ । କୁହାଯାଉଛି ଯେ ଶ୍ରାବଣୀ ଦୀର୍ଘ ଦିନ ଚିନ୍ତିତ ରହୁ ଥିଲେ ଏବଂ କୁହା ଯାଉଛି କି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି ।

ଶ୍ରାବଣୀଙ୍କ ଆତ୍ମହତ୍ୟା ଖବର ଆସିବା ପରେ ସମସ୍ତେ ଅତ୍ୟନ୍ତ ଦୁଃଖିତ ଏବଂ ଲୋକମାନେ ନିଜର ଶୋକ ପ୍ରକାଶ କରୁଛନ୍ତି । ଏଥି ସହ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ- ଶ୍ରାବଣୀ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଅଭିନେତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଦେବରାଜ ରେଡ୍ଡୀଙ୍କ କାରଣରୁ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି । ଦେବରାଜ ଶ୍ରାବଣୀ ଙ୍କୁ ହଇରାଣ କରୁଥିଲେ, ଯାହା ତାଙ୍କୁ ଦୁଃଖ ଦେଇଥିଲା ।

ଦିଆଗଲା କେସ- ଅଭିନେତ୍ରୀଙ୍କ ପରିବାର ମଧ୍ୟଏପ୍ସରନଗର ପୋଲିସ ଷ୍ଟେସନରେ ଦେବରାଜ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଶ୍ରାବଣୀଙ୍କ ଭାଇ ମଧ୍ୟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏହି ସମୟରେ ଶ୍ରାବଣୀଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଉସ୍ମାନିୟା ହସ୍ପିଟାଲକୁ ପଠାଯାଇଥିଲା ।

ଦେବରାଜ ରେଡ୍ଡି ଓରଫ ସନ୍ନି କାକିନାଡା ଗୋଲାପାରୋଲୁ ର ବାସିନ୍ଦା ଅଟେ । କିଛି ବର୍ଷ ପୂର୍ବେ ତାର ଦେଖା ଶ୍ରାବଣୀଙ୍କ ସହିତ ହୋଇଥିଲା । ଦେବରାଜ ରେଡ୍ଡୀ ନିଜକୁ ଅନାଥ ବୋଲି କହି ଶ୍ରାବଣୀଙ୍କ ହୃଦୟରେ ଜାଗା ବନାଇ ଥିଲେ । ଶ୍ରାବଣୀଙ୍କ ଭାଇ ଶିବ କୋଡାପଲ୍ଲୀଙ୍କ ଅନୁଯାୟୀ ଦେବରାଜ ଶ୍ରାବଣୀଙ୍କ ଟଙ୍କା ଉପରେ ନଜର ରଖିଥିଲେ ।

ସେ କିଛି ପର୍ଶନାଲ ଭିଡିଓ ରଖି ଶ୍ରାବଣୀଙ୍କୁ ଧମକ ଦେଉଥିଲେ ଏବଂ ବ୍ଲାକମେଲ କରୁଥିଲେ । କହି ଦେଉଛୁ କି ଶ୍ରାବଣୀ ଗତ ଆଠ ବର୍ଷ ଧରି ତେଲୁଗୁ ସିରିଏଲ ରେ କାମ କରୁଥିଲେ । ଶ୍ରାବଣୀ ଅନେକ ପ୍ରସିଦ୍ଧ ସିରିଏଲରେ କାମ କରିଛନ୍ତି ।