କଣ ନବୀନଙ୍କୁ ମିଳିଗଲା ଅନୁଭବଙ୍କ ବିକଳ୍ପ! ଅନୁଭବଙ୍କୁ ପୁଣି ଏକ ବଡ ଝଟକା, ଦଳରୁ ବହିଷ୍କାର ହେବେ? ଆପଣଙ୍କ ମତାମତ କଣ

ଆପଣମାନେ ତ ଗୋଟିଏ କଥା ଶୁଣିଥିବେ କି ଦୁଇ ଜଣଙ୍କ କଳି ରେ ତୃତୀୟ ଜଣଙ୍କର ଲାଭ । ଏବେ ଅନୁଭବ ଓ ବରଷାଙ୍କ ମାମଲାରେ ମଧ୍ୟ ସେହିପରି କିଛି ହେବାକୁ ଯାଉଛି । ବର୍ଷା ନିଜ ସାଂସଦ ସ୍ବାମୀଙ୍କ ବିରୁଦ୍ଧରେ ଘରୋଇ ହିଂସାର କଟକର ଏସଡ଼ିଏମ କୋର୍ଟ ରେ ଅଭଯୋଗ ଆଣିବା ପରେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୁଦ୍ଧରେ ଦିଲ୍ଲୀ ପଟିଆଲା କୋର୍ଟ ରେ ଛାଡପତ୍ର ର ପିଟିସନ ଦାଖଲ କରିଥିଲେ ।

ଅନୁଭବ ଏହା ମଧ୍ୟ କହିଥିଲେ କି ଯଦି ବର୍ଷା ଘରୋଇ ହିଂସା ର ଶିକାର ହୋଇଛନ୍ତି ତେବେ ସେ ଏ ପର୍ଯ୍ୟନ୍ତ ମୋ ଘରେ ରହିବାର ମାନେ କଣ ? ଅନ୍ୟ ପଟରେ କିଛି ଲୋକ ଏହା ମଧ୍ୟ କହିବାକୁ ଲାଗିଲେଣି କି ଏ ଦୁଇ ଜଣଙ୍କ କଳିର ତୃତୀୟ ଜଣ ଫାଇଦା ଉଠାଇବାକୁ ଯାଉଛନ୍ତି । ସେ ହେଲେ ଅଲିଉଡ ଅଭିନେତା ଅରିନ୍ଦମ ।

ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୀତି କ୍ଯାରିୟର ବରବାଦ ହେବାକୁ ଯାଉଛି । ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ବର୍ଷା ତାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ କି ସେ ନିଜ ସାଙ୍ଗମାନଙ୍କ ସହିତ ନିଜ ଶୟନ କକ୍ଷରେ ମଦ ପାନ କରିବା ସହିତ ତାଙ୍କୁ ମାରୁଥିଲେ ଓ ଗାଳି କରୁଥିଲେ ମଧ୍ୟ । ସେ ଅନୁଭବ ଙ୍କ ଠାରୁ ଭରଣ ପୋଷଣ ମଧ୍ୟ ଦାବି କଲେ । କିନ୍ତୁ ଯେତେବେଳେ ସାଂସଦଙ୍କ ଘରେ ପୋଲିସ ପହଞ୍ଚିଲା ତ ତାଙ୍କର ଚେତା ପଶିଲା ଓ ସେ କହିଲେ କି ଗୋଟିଏ ଛୋଟିଆ ଭୁଲ ଏତେ ବଡ ଭୟଙ୍କର ରୂପ ନେବ ବୋଲି ସେ କେବେ ବି ସ୍ଵପ୍ନରେ ସୁଧା ଭାବି ନଥିଲେ ।

ଏହି ଛୋଟିଆ ଭୁଲ ଏବେ ତାଙ୍କର ରାଜନୈତିକ କ୍ଯାରିୟର ବରବାଦ କରିବାକୁ ବସିଛି । କାରଣ ଏବେ ବର୍ଷା ଙ୍କ ଅଭିଯୋଗ ପରେ ବିଜେଡ଼ି ଦଳର ଟେନସନ ବଢି ଯାଇଛି । କୁହାଯାଉଛି ବିଜେଡ଼ି ଦଳ ପକ୍ଷରୁ କୌଣସି ନୂଆ ପଦକ୍ଷେପ ନିଆ ଯାଇପାରେ । ଅନ୍ୟପଟେ ଆଉ କିଛି ଲୋକ କହିବାକୁ ଲାଗିଲେଣି କି ଖୁବ ଶୀଘ୍ର ଅରିନ୍ଦମ ଅନୁଭବ ମହାନ୍ତିଙ୍କୁ ରିପ୍ଲେସ କରି ପାରନ୍ତି ।

କୁହାଯାଉଛି କି ବିଜେଡ଼ି ନିଜର ନୂଆ ସେଲିବ୍ରିଟି ଚେହେରା ଭାବରେ ଅରିନ୍ଦମ ଙ୍କୁ ଆଣିବାର ପ୍ଲାନିଂ କରୁଛି । ତେବେ ଏବେ ସୋସିଆଲ ମିଡିଆରେ ଦୁହେଁ ବହୁତ ଚର୍ଚ୍ଚାରେ ରହିଛନ୍ତି ଓ ଅନୁଭବ ନିଜ ପାଇଁ ସଫେଇ ଦେବାକୁ ଲାଗିଛନ୍ତି ।

ଏମିତିରେ ଯଦି ବର୍ଷାଙ୍କ ଅଭିଯୋଗ ସତ ହୋଇଥାଏ ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି କି ଯଦି ନେତାଙ୍କ ଘରେ ତାଙ୍କ ପତ୍ନୀ ସୁରକ୍ଷିତ ନୁହଁନ୍ତି ତେବେ ସେମାନେ ସାଧାରଣ ଜନତାଙ୍କୁ କେମିତି ସୁରକ୍ଷା ଦେବେ । ଆପଣ ନିଜର ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।