ଲେଫ୍ଟିନେଂଟ ଜେନେରାଲ ରଣବୀର ସିଂହ କହିଲେ – ସାବଧାନ ପାକିସ୍ଥାନ… ଏବେ ଯାହା ହେବ ତାକୁ କେହି କେବେ ଭାବିବି ନଥିବେ

କାଶ୍ମୀରରେ ଆତଙ୍କବାଦୀଙ୍କୁ ସହଯୋଗ କରିବା ପାଇଁ ପାକିସ୍ଥାନ ସମସ୍ତ ପ୍ରକାରର ଚେଷ୍ଟା କରୁଛି । ଉତ୍ତର ଭାଗରର ଦାୟିତ୍ଵରେ ଥିବା ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ ଲେଫ୍ଟିନେଂଟ ଜେନେରାଲ ରଣବୀର ସିଂହ କହିଛନ୍ତି କି, ପାକିସ୍ଥାନ ଦ୍ଵାରା ଆତଙ୍କବାଦୀଙ୍କୁ ସହଯୋଗ କରିବା, କେବଳ ଭାରତ ନୁହେଁ ପୁରା ଦୁନିଆ ପାଇଁ ଏକ ଚିନ୍ତାର ବିଷୟ ଅଟେ ।

ଲେଫ୍ଟିନେଂଟ ଜେନେରାଲ ରଣବୀର ସିଂହ କହିଛନ୍ତି କି ପାକିସ୍ଥାନରେ ଆତଙ୍କବାଦୀର ମୂଳ ଢାଞ୍ଚା ବର୍ତ୍ତମାନ ପର୍ଯ୍ୟନ୍ତ ଅଛି । ଏବଂ ତାଙ୍କର ଅଧିକାର ପ୍ରାପ୍ତ କାଶ୍ମୀରରେ ବି ଆତଙ୍କି ଗତିବିଧି ଜାରି ଅଛି । ପାକିସ୍ଥାନ ଜମ୍ମୁ ଏବଂ କାଶ୍ମୀରର ଅବସ୍ଥାକୁ ଖରାପ କରିବା ପାଇଁ ଲଗାତାର ଷଡଯନ୍ତ୍ର କରି ଚାଲିଛି । ପାକିସ୍ଥାନର ସେନା ସୋସିୟାଲ ମିଡିୟାରେ ଜାରି କରାଯାଇଥିବା ସ୍ଥାନୀୟ ଯୁବକକୁ ଆତଙ୍କବାଦୀ ଆଡୁ ଟାଣିବାକୁ ପ୍ରୟାସ କରୁଛନ୍ତି ।

ସେ ଏହା ବି କହିଛନ୍ତି କି ପାକିସ୍ଥାନ କାଶ୍ମୀରରେ ଶାନ୍ତି ଏବଂ ସ୍ଥାୟିତ୍ଵକୁ ଖରାପ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି, କିନ୍ତୁ ତାହାର ପ୍ଳାନ କେବେ ବି ସଫଳ ହେବ ନାହିଁ । ସେନା ପୂରାପୂରି ପ୍ରସ୍ତୁତ ଅଛନ୍ତି । ସେ କହିଲେ, ‘କଟ୍ଟରପଂଥକୁ ବିସ୍ତାର କରିବା, କେବଳ ଭାରତର ନୁହେଁ ପୁରା ଦୁନିଆ ପାଇଁ ଚିନ୍ତାର ବିଷୟ ଅଟେ ।

ସେ ସର୍ଜିକଲ ସ୍ଟ୍ରାଇକ ଉପରେ ବି ନିଜର ମନ୍ତବ୍ୟ ରଖିଛନ୍ତି ଏବଂ କହିଛନ୍ତି କି ଆତଙ୍କବାଦୀ ଠିକଣା ବିରୁଦ୍ଧରେ ଭାରତୀୟ ସୈନିକଙ୍କର ଏହି ବିକଳ୍ପ ଖୋଲା ଅଛି । ଏହି ଥର କିଛି ଏହିଭଳି ହେବ ଯାହା କେହି ବି ଭାବି ନଥିବେ । ସେ କହିଲେ କି ସର୍ଜିକଲ ସ୍ଟ୍ରାଇକ ଆତଙ୍କ ବିସ୍ତାର କରୁଥିବା ଶକ୍ତିଙ୍କ ପାଇଁ ଏକ କଡା ସନ୍ଦେଶ ଦେବା ପାଇଁ କରା ଯାଇଥିଲା ଏବଂ ଏଥିରେ ଭାରତୀୟ ସେନା ସଫଳ ରହିଥିଲେ ।