ପୁଲୱାମା ଆକ୍ରମଣ : ଏହି ଯବାନଙ୍କ ଆଖି ସାମାନରେ ସହିଦ ହୋଇଗଲେ ଦେଶର ୪୦ରୁ ଅଧିକ ଯବାନ, କହିଲେ କି ସୈନିକଙ୍କର ୭୮ଟି ଗାଡି ଗୋଟିଏ ଲାଇନରେ ଚାଲୁଥିଲା, ମୋର ଗାଡି ସବୁଠୁ ଆଗରେ ଥିଲା ଏବଂ ଅଚାନକ

ଜମ୍ମୂ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କି  ଆକ୍ରମଣରେ ନିଜର ୪୪ ଯବାନକୁ ହରାଇ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ସୀଆରପୀଏଫ ଆତଙ୍କବାଦୀମାନଙ୍କ ପ୍ରତି କ୍ରୋଧ ପ୍ରକାଶ କରିଛନ୍ତି, ଏହାର ଅନ୍ଦାଜ ଶୁକ୍ରବାର ଦିନ ତାଙ୍କ ତରଫରୁ ଆସିଥିବା ପ୍ରତିକ୍ରିୟାରୁ ସଫା ସଫା ଜଣା ପଡୁଛି ।

ସୀଆରପୀଏଫ ବଳ ଟ୍ୱୀଟର ଉପରେ ନିଜର ଅଧିକାରିକ ଆକାଉଣ୍ଟ ଉପରେ ଟ୍ୱୀଟ କରି କହିଲେ କି ‘ଭୁଲିବୁ ନାହିଁ କି ନା ହିଁ କ୍ଷମା କରିବୁ ।‘ ଆମେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ନିଜ ଯବାନ ଭାଇ ମାନଙ୍କୁ ସଲାମ କରୁଛୁ ଏବଂ ସହିଦ ଭାଇମାନଙ୍କର ପରିବାରଙ୍କ ସହିତ ଛିଡା ହୋଇଛୁ । ଏହି ଜଘନ୍ୟ ଆକ୍ରମଣର ପ୍ରତିଶୋଧ ନିଆଯିବ ।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କଲ୍ୟାଣପୁରାର ରାଜକୁମାର ଝାଝଡିୟା ଅଳ୍ପକେ ବର୍ତ୍ତୀ ଗଲେ । ତାଙ୍କ ଆଖି ସାମାନରେ ଦେଶର ସବୁଠୁ ବାହାଦୁର ଯବାନ ସୀଆରପୀଏଫର ୪୦ ରୁ ଅଧିକ ସାଥି ସହିଦ ହୋଇଗଲେ । ସେହି ସାଥି ମାନଙ୍କର ସହିଦ ଉପରେ ଗର୍ବ ହେଉଛି, କିନ୍ତୁ ଦୁଖ ବି ଲାଗୁଛି ।

ସୈନିକଙ୍କର ଯବାନ ରାଜକୁମାର କହିଲେ କି ସେନାଙ୍କର ୭୮ ଗାଡି ଗୋଟିଏ ଲାଇନରେ ଚାଲୁଥିଲା । ତାଙ୍କର ଗାଡି ସବୁଠୁ ଆଗରେ ଥିଲା । ଅଚାନକ ଦୁଇଟି ଗାଡି ପଛରେ ଥିବା ଗାଡି ପବନରେ ଉଡିଗଲା । ସେଠି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେଠିକାର ପରିସ୍ଥିତିକୁ ସାଥିମାନେ ସବୁ ସମ୍ଭାଳି ନେଲେ ଏବଂ ଯବାନଙ୍କୁ ବଞ୍ଚାଇବାରେ ଲାଗିଲେ । ଶବ ଗୁଡିକ ଖଣ୍ଡ ବିଖଣ୍ଡିତ ହେଇ ଚାରିଆଡେ ପଡିଥିଲା ।

ନିଜର ପରିଜନମାନଙ୍କୁ ଜଣାଇବା ପାଇଁ ରାଜକୁମାର ସମୟ ଦେଖି ନିଜର ଏକ ଫଟୋ ପଠାଇଲେ

ସୀଆରପୀଏଫର ୭୮ ଟି ଗାଡି ମଧ୍ୟରେ ରେଡ ଫ୍ଲାଗ ପାର୍ଟିର ଗାଡି ଚଲାଉଥିବା ରାଜକୁମାର ଝାଝଡିୟା ଦୈନିକ ଭ୍ସାସ୍କରଙ୍କ ସହିତ ସେଠିକାର ଅବସ୍ଥା ବିଷୟରେ କଥାବାର୍ତ୍ତା କରିଲେ । ସେ କହିଲେ କି ଆକ୍ରମଣ ପରେ ପରିଜନଙ୍କର ଫୋନ ଆସିଲା, କିନ୍ତୁ ଏହିଭଳି ଅବସ୍ଥାରେ ତାଙ୍କ ସହିତ କଥାବାର୍ତ୍ତା କରି ପାରିଲି ନାହିଁ । କେତେ ଥର ଫୋନ ଆସିଲା ପରେ ମୁଁ କଥା ହେଲି । କହିଲି ବଞ୍ଚିଗଲି କିନ୍ତୁ ସାଥିମାନେ ଛାଡି ଚାଲିଗଲେ ।

ପରିଜନମାନଙ୍କୁ ଏହି ଘଟଣା ବିଷୟରେ ଅନ୍ଦାଜ ଥିଲା । ସେଥିପାଇଁ ଘଟଣା ସ୍ଥଳର ଫଟୋ ଉଠାଇ ପଠାଇ ଥିଲି । କଲ୍ୟାଣପୁର ନିବାସୀ ରାଜକୁମାର ଝାଝଡିୟା କଶ୍ମୀରରେ ଅଛନ୍ତି । ସେ ସୀଆରପୀଏଫରେ ଡ୍ରାଇଭର ଅଛନ୍ତି । ଭାଇ କିଛି କହି ପାରିବି ନାହିଁ, ସାଥି ଚାଲିଗଲେ ।

ରାଜକୁମାରଙ୍କୁ ସେଠିକାର ଅବସ୍ଥା ବିଷୟରେ ପଚାରିବାରୁ ସେ ଫୋନରେ ହିଁ କାନ୍ଦିବାକୁ ଲାଗିଲେ । ଆତଙ୍କବାଦୀ ମାନେ ସାଥିମାନଙ୍କର ଜୀବନ ନେଇଗଲେ । ସେମାନେ ଅମର ହୋଇଗଲେ । ତାଙ୍କର ବଳିଦାନର ପ୍ରତିଶୋଧ ନେବି ।

ରାଜକୁମାରଙ୍କର ପରିଜନଙ୍କର ଚାରି ଘଣ୍ଟାକାଳ ଅପେକ୍ଷା ରହିଥିଲା ତାଙ୍କ କଥା ଶୁଣିବାକୁ

ଦେଶର ଇତିହାସର ସବୁଠୁ ଭୟାବହ ଏବଂ ଦୁଖଦ ଘଟଣା ପରେ ରାଜକୁମାର ଝାଝଡିୟାଙ୍କର ପରିବାରେ ସମସ୍ତେ ବ୍ୟସ୍ତ ହୋଇ ଯାଇଥିଲେ । ପିତା ବୋଦୂରାମ କହିଲେ କି ପୁଅ କାଶ୍ମୀରରେ ଅଛନ୍ତି । ଚାରିଘଣ୍ଟା ଧରି ଫୋନ ଲାଗାଉ ଥିଲ, କିନ୍ତୁ କଥା ହୋଇ ପାରି ନଥିଲା । ପରେ ଫୋନ ଆସିଲା ତ ଆଶ୍ଵାସନା ମିଳିଥିଲା ।