ଆଜିର ରାଶିଫଳ, 16 ଫେବୃୟାରୀ 2019, ଶନିବାର – ଶନିଦେବ ଙ୍କ କୃପାରୁ ଏହି ୪ଟି ରାଶି ଧନ ଲାଭ କରିବେ ଓ ଦୁଃଖ ଦୂର ହେବ

ମେଷ:–

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ । ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ । ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ପୈତୃକ ସମ୍ପତ୍ତି ନେଇ ବିବାଦର ସମାଧାନ ହେବ । ଆତ୍ମୀୟ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ପୂରଣ ହେବ । ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବା ସୁଯୋଗ ପାଇବେ । ପ୍ରତିକାର– ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ ।

ବୃଷ:–

ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ବହୁତ ମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିର ରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ । ଉଚ୍ଚପ୍ରଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ସାମର୍ଥ୍ୟ ଯୁଟିବ । ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ । ପ୍ରତିକାର:-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:–

ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ଅସୁବୁଧାର ସମ୍ମୁଖୀନ ହେବେ । କର୍ମ ନିଯୁକ୍ତିରେ ବିଫଳ ହେବେ ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ବିଫଳ ହେବେ । ଦାମ୍ପତ୍ୟ ସୁଖରେ ବାଧା ଆସିବ । ବ୍ୟବସାୟୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ି ପାରନ୍ତି । ଶିକ୍ଷା କ୍ଷେତ୍ରରେ ଆଦୌ ମନଯୋଗ ଦେବେ ନାହିଁ । ପ୍ରତିକାର:- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ:–

ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ । ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ । ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ । ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ । ମାନସିକ ରୂପରେ ମଧ୍ୟ ଆପଣଙ୍କୁ ଭଲ ଲାଗିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ଵଭାବକୁ ମୃଦୁ ବନାଇ ରଖିବେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି । ଖର୍ଚ୍ଚର ମାତ୍ରା ଅଧିକ ରହିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ|କୁକୁରକୁ ଖାଇବାକୁ ଦିଅନ୍ତୁ

ସିଂହ:–

ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ ।  ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ । ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ ।   ସେବାକାରୀମାନଙ୍କ ସହଯୋଗରେ ସମ୍ମ । ନଜନକ ସ୍ଥିତି ପରିଲକ୍ଷିତ ହେବ । ଜନସେବାଦ୍ଵାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ମହିଳାମାନେ ଗୁରୁଜନମାନଙ୍କର ଆଦରଣୀୟା ହେବେ ଓ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ । ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:–

ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ । ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭହେବ । ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ତୁଳା:–

ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି । ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟରେ ବିଚାର କରିବେ । ଏହା ଦ୍ୱାରା ଆପଣ ନିଜ ଜୀବନ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବେ । ନୂତନ କର୍ମ ନିଯୁକ୍ତି ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବା ସୁଯୋଗ ପାଇବେ । ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ବିଛା:–

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । କଠିନ ପରିଶ୍ରମ କରିବା ଦ୍ଵାରା ଯଶ-ମାନ ସମ୍ମାନ ମିଳିବ । ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନଟି କାଟିବେ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ:–

ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ । ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ ।

ମକର:–

ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଶତୃମାନେ ତଳମୁହାଁ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ । ନୂତନକର୍ମ ନିଯୁକ୍ତି ପାଇଁ ଚେଷ୍ଟା ସଫଳ ହେବ । ଦାମ୍ପତ୍ୟ ସୁଖରେ ସୁଖୀ, ଭୌତିକ ସୁଖ ସୁବିଧା ପ୍ରାପ୍ତି । ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବେ । ବନ୍ଧୁ ମିତ୍ର ଓ ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ପ୍ରତିକାର : ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ:–

ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ । ଦୂର ଯାତ୍ରାରେ ଶରୀରପୀଡା ଭୋଗ କରିବାସହ ମୂଲ୍ୟବାନ ଦ୍ରବ୍ୟ ଚୋରୀ ହେବାର ସୂଚନା ମିଳେ । ବିହିନ୍ନ ପ୍ରକାର କଥା ଚିନ୍ତାକରି କୌଣସି କାମ ପ୍ରତି ମନ ଲାଗିବ ନାହିଁ । ପ୍ରତିକାର– ଗାଈକୁ କିଛିଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମୀନ:–

ଆପଣ ମଧ୍ୟ ଫଳା ଫଳରେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏବଂ ନିଜ ଆଶାଠାରୁ ଅଧିକ ନମ୍ବର ପାଇ ପାରନ୍ତି କିମ୍ବା ନାମ ଲେଖା ପାଇଁ ଆଶା ନଥିବା ବିଷୟରେ ନାମ ଲେଖା ପାଇଁ ଅନୁମତି ମିଳିପାରେ , ଏଥିରେ ଆପଣ ଖୁସି ମନାନ୍ତୁ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆଦର୍ଶବାଦୀ ହେବେ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ପରିବାରରେ ମନୋମାଳିନ୍ୟ ଥିଲେ ଆଜି ଚେଷ୍ଟାକଲେ ମେଣ୍ଟିଯିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ପରିବାରରେ କିଛି ଅର୍ଥ ସଙ୍କଟ ଦେଖାଦେବାରୁ ଅତ୍ୟଧିକ ଚିନ୍ତା କରିବେ । ପ୍ରତିକାର:- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।