“ରାଣୀ ପଣ୍ଡାର ଲୋକେ ଏମିତି ମାରିଛନ୍ତି ଯେ ମୋର ଖାଲି ପୋଡା ହଉଛି…” ଧୂଆଁଦାର ଡ୍ୟାନ୍ସ ପରେ କାହିଁକି ଏମିତି ବୟାନ ଦେଲେ ଯାତ୍ରା ଅଭିନେତ୍ରୀ Rani Panda !

ଷ୍ଟେଜ ଉପରେ ଧୂଆଁଦାର ଡ୍ୟାନ୍ସ କଲେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଲେହେଙ୍ଗା ପିନ୍ଧି ନିଜ ଡ୍ୟାନ୍ସର ତାଳେ ତାଳେ ଦର୍ଶକଙ୍କ ମନ ମୋହି ନେଲେ । ରାଣୀଙ୍କ ଡ୍ୟାନ୍ସକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ତଥା ରାଣୀଙ୍କ ଡ୍ୟାନ୍ସ ଭିଡିଓ ଏବେ ସାରା ଓଡିଶାରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଡ୍ୟାନ୍ସ ପରେ ଗଣମାଧ୍ୟମରେ ଏକ ଜବରଦସ୍ତ ବାଇଟ ମଧ୍ୟ ଦେଇଛନ୍ତି ରାଣୀ ପଣ୍ଡା । ସେ କହିଛନ୍ତି, ରାଣୀ ପଣ୍ଡାଙ୍କୁ ଲୋକ ଏତେ ମାରିଛନ୍ତି ଯେ ମୋର ପୁରା ପୋଡା ହଉଛି, ତେଣୁ ମୁଁ କାହା କଥାକୁ ଖାତିର ନକରି ଆଗେଇ ଚାଲିଛି ।

ବର୍ତ୍ତମାନ ଚାରିଆଡେ ପାର୍ବଣର ମାହୋଲ । ଧରାପୃଷ୍ଠରେ ଦୂର୍ଗା ମାତାଙ୍କ ଆଗମନକୁ ବେଶ ଧୁମଧାମରେ ପାଳନ କରାଯାଉଛି । ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ଟୁଇନ ସିଟି କଟକ ଏବଂ ଭୁବନେଶ୍ବର ମଧ୍ୟ ଏଥିରେ ପଛରେ ନାହାନ୍ତି । ଯାତ୍ରାରେ ଆପଣ ରାଣୀ ପଣ୍ଡାଙ୍କ ଅଭିନୟ ଓ ନୃତ୍ୟ ଅନେକ ଥର ଦେଖିଥିବେ । ଆଉ ଏଥର ରାଣୀଙ୍କୁ ଦୂର୍ଗା ଉପଲକ୍ଷେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଧୁଳି ଉଡେଇ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଦର୍ଶକମାନେ ମଧ୍ୟ ତାଙ୍କ ନୃତ୍ୟ ପରିବେଷଣକୁ ବେଶ ଉପଭୋଗ କରିଛନ୍ତି । ଭୁବନେଶ୍ବରର ରସୁଲଗଡ ପୂଜା କମିଟି ଦ୍ଵାରା ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ରାଣୀ ପଣ୍ଡାଙ୍କୁ ନୃତ୍ୟ ପରିବେଷଣ ପାଇଁ ନିମନ୍ତ୍ରଣ କରା ଯାଇଥିଲା । ରାଣୀ ପଣ୍ଡା ଷ୍ଟେଜରେ ଏକ ହଳଦିଆ ରଙ୍ଗର ଲେହଙ୍ଗା ପିନ୍ଧି ନିଜ ଡ୍ୟାନ୍ସର ଜଲୱା ଦେଖାଇ ଦେଇଛନ୍ତି ।

ରାଣୀଙ୍କ ଡ୍ୟାନ୍ସ ଦେଖିବାକୁ ସେହି ସ୍ଥାନରେ ଅନେକ ଲୋକ ଜମା ହୋଇଥିଲେ ଓ ରାଣୀ ପଣ୍ଡା ଡ୍ୟାନ୍ସ କରିବା ବେଳେ ତାଙ୍କୁ ଚିୟର୍ସ ଅଫ ମଧ୍ୟ କରିଥିଲେ । ତେବେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ସବୁବେଳେ ନିର୍ବାକ ଓ ନିର୍ଭୟରେ ନିଜ ମନ୍ତବ୍ୟ ରଖୁଥିବା ଏହି ଅଭିନେତ୍ରୀ ତାଙ୍କର ଏହି ଖାସ ସ୍ଵଭାବ ପାଇଁ ବେଶ ପରିଚିତ । ନିକଟରେ ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଯାତ୍ରା “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା” ।

ଯାହାକି ଯାତ୍ରା ଜଗତରେ ବେଶ ଲୋକପ୍ରିୟତା ସାଉଁଟି ପାରିଛି । ତେବେ ଷ୍ଟେଜ ଉପରେ ରାଣୀଙ୍କ ଧୂଆଁଦାର ଡ୍ୟାନ୍ସ ଦେଖି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।