ବିଗବସ୍ ସେଟରୁ Prakruti ଙ୍କୁ ଫେରାଇ ଦେଲେ ନିର୍ମାତା ! ଏହି କାରଣରୁ ଲୋକପ୍ରିୟ ରିୟାଲିଟି ଶୋ’ Big Boss-16 ରୁ ବାଦ୍ ପଡିଲେ ପ୍ରକୃତି ମିଶ୍ର…

ବିବାଦୀୟ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଶେଷ ମୂହୁର୍ତ୍ତରେ ଲୋକପ୍ରିୟ ରିୟାଲିଟି ଶୋ’ରୁ ବାଦ୍ ପଡିଲେ । ବିଗବସ୍ ସେଟରୁ ମେକର୍ସ ତାଙ୍କୁ ଫେରାଇଦେଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଗବସରେ ଏଣ୍ଟ୍ରିର ମାତ୍ର କିଛି ସମୟ ପୂର୍ବରୁ ମେକର୍ସ ତାଙ୍କୁ କାହିଁକି ବାହାର ରାସ୍ତା ଦେଖାଇଦେଲେ ? ପ୍ରକୃତି ଆଉଟ ହୋଇ ତାଙ୍କ ବଦଳରେ ଅର୍ଚ୍ଚନା ଇନ୍ ହେଲେ । ଏଥର ବିଗବସ ସିଜିନ ୧୬ରେ ଓଡିଆ ଅଭିନେତ୍ରୀ ପ୍ରକୃତିଙ୍କୁ ଦେଖିବାକୁ ମିଳିବ ବୋଲି ସବୁଆଡେ ଚର୍ଚ୍ଚା ହେଉଥିଲା ।

ହେଲେ ବିଗବସ୍ ଆରମ୍ଭ ହୋଇ ସାରିଥିବା ବେଳେ ଶୋ’ରେ ପ୍ରକୃତି ନଜର ଆସୁନାହାନ୍ତି । ତେବେ କିଛିଦିନ ପୂର୍ବରୁ ପ୍ରକୃତି ବିଗବସ୍ ରେ ନଜର ଆସିବେ ବୋଲି ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ହେଲେ ବିଗବସ୍ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରକୃତିଙ୍କୁ କିନ୍ତୁ ଶୋ’ରେ ଦେଖିବାକୁ ମିଳିନି । ତେବେ ଏହାପରେ ସମସ୍ତେ ଭାବୁଥିଲେ କି ପ୍ରକୃତି ବିଗବସ୍ ରେ ନଜର ଆସିବେ ବୋଲି ଭୁଲ ଖବର ପ୍ରସାରିତ ହେଉଥିଲା । କିନ୍ତୁ ପ୍ରକୃତରେ କଥା କିଛି ଅଲଗା ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସବୁକିଛି ଠିକ ଥିଲା ଏବଂ ବିଗବସ୍ ହାଉସକୁ ପ୍ରବେଶ କରିବା ପାଇଁ ପାଇଁ ଏକଦମ ପ୍ରସ୍ତୁତ ଥିଲେ ପ୍ରକୃତି ମିଶ୍ର । ହେଲେ ଶେଷ ମୂହୁର୍ତ୍ତରେ ସବୁକିଛି ବଦଳି ଗଲା । ସାମାନ୍ଯ କଥା ପାଇଁ ବିଗବସ୍ ମେକର୍ସ ଏବଂ ପ୍ରକୃତିଙ୍କ ମଧ୍ୟରେ କୁଆଡେ ଝଗଡା ହୋଇ ଯାଇଥିଲା ।

ଯାହାଫଳରେ ତାଙ୍କୁ ଷ୍ଟେଜରୁ ଫେରାଇ ଦିଆ ଯାଇଥିବା ଖବର ଏକ ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଆଉ ଏବେ ମେକର୍ସଙ୍କ ପ୍ରତି ଖରାପ ବ୍ୟବହାର ଯୋଗୁଁ ପ୍ରକୃତି ମିଶ୍ର ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରୁ ବାଦ୍ ପଡିଥିବା କୁହାଯାଉଛି । ଯାହାପରେ ପ୍ରକୃତି ମିଶ୍ରଙ୍କ ସ୍ଥାନରେ ଉତ୍ତର ପ୍ରଦେଶର ମଡେଲ ଅର୍ଚ୍ଚନା ଗୌତମଙ୍କୁ ସୁଯୋଗ ମିଳିଛି ବୋଲି କୁହାଯାଉଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

ତେବେ ପ୍ରକୃତି ମିଶ୍ର ବିଗବସ୍ ରେ ନଜର ଆସିବାକୁ ଥିବା ବେଳେ ଏବେ ଶୋ’ରେ ନଜର ନ ଆସିବାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।