ବସ୍ତା ବସ୍ତା ଲଙ୍କା ଧୂଆଁ ଦେଇ ପେଟ୍ରୋଲ ପକେଇଲେ ଆଉ ଆକ୍ରମଣ କରି ହତ୍ୟା ବି କଲେ ! ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଭୟରେ ଶିହରି ଉଠିବ

ଦେଖିବାକୁ ମିଳିଛି ପୂର୍ବ ଶତ୍ରୁତାର କରୁଣ ପରିଣତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟାଇଛନ୍ତି ବର୍ବର ଓ ବିଭତ୍ସ କାଣ୍ଡ । ଘରେ ପୁରେଇ ଲଙ୍କା ଧୂଆଁ ଦେଲେ ଆଉ ପେଟ୍ରୋଲ ବି ଢାଳିଲେ । ସେତିକିରେ ମନ ସନ୍ତୁଷ୍ଟ ହେଲାନି ଯେ ଯୁବକଜଣକ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରିବା ବେଳେ ପୂର୍ବରୁ ଛକି ରହିଥିବା ଗାଁର କିଛି ଯୁବକ ଭୟାନକ ଆକ୍ରମଣ କରିଥିଲେ । ଆଉ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ଏହି ଯୁବକ । ଏଭଳି ଏକ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାର ହୁଣ୍ଡଳା ଠାରେ ।

ପୂର୍ବ ଶତ୍ରୁତା ଯୋଗୁଁ ଅଧରାତିରେ ସେହି ଗାଁ’ର ପ୍ରଣବ କୁମାର ମାହତଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରଣବଙ୍କ ପରିବାର ଲୋକଙ୍କ କହିବାନୁସାରେ, ଗତ ରବିବାର ଦିନ ରାତିରେ କୌଣସି କାରଣରୁ ଗା’ର ଦାଶ ପରିବାର ସହ ପ୍ରଣବଙ୍କର ଝଗଡା ହୋଇଥିଲା । ଯେଉଁଥି ପାଇଁ ଦାଶ ପରିବାରର କିଛି ସଦସ୍ୟ ପ୍ରଣବଙ୍କୁ ପ୍ରଥମେ ମାଡ ମାରିଥିଲେ । ଆଉ ମାଡ ଭୟରେ ଘରେ ପଶି ଯାଇଥିଲେ ପ୍ରଣବ ।

ହେଲେ ସେମାନଙ୍କର ରାଗ ଏତେ ଅଧିକ ଚଢି ଯାଇଥିଲା ଯେ, ସେମାନେ ଚୁପ୍ ନବସି ଦୁଇ ବସ୍ତା ଶୁଖିଲା ଲଙ୍କା ଆଣି ନିଆଁ ଲଗେଇ ପ୍ରଣବ ଥିବା ରୁମ୍ ଭିତର ଧୂଆଁ କରି ଦେଇଥିଲେ । ଏହାସହ ପେଟ୍ରୋଲ ଢାଳି ନିଆଁ ବି ଲଗେଇଥିଲେ । ଲଙ୍କା ଧୂଆଁ ଓ ନିଆଁରୁ ରକ୍ଷା ପାଇବା ପାଇଁ ଘର ବାହାରକୁ ବାହାରି ଆସିଥିଲେ ପ୍ରଣବ ।

କିନ୍ତୁ ପୂର୍ବରୁ ପ୍ରଣବଙ୍କୁ ଅପେକ୍ଷା କରି ବସିଥିବା ନରରାକ୍ଷସ ଶକ୍ତି ଦାଶ, ଭୁବନ ଦାଶ ଏବଂ ତାଙ୍କ ସହଯୋଗୀ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ଜୀବନ ନେଇ ଯାଇଥିଲେ । ଆଉ ଏନେଇ ପ୍ରଣବଙ୍କ ପରିବାର ଲୋକ ଥାନାରେ ତଦନ୍ତ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ବର୍ତ୍ତମାନ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ତେବେ କେଉଁ କାରଣରୁ ସେମାନେ ପ୍ରଣବଙ୍କ ଉପରେ ଏତେ କ୍ରୋଧିତ ହୋଇ ଯାଇଥିଲେ ତାହା ମଧ୍ୟ ଖୋଳତାଡ କରୁଛି ସ୍ଥାନୀୟ ପୋଲିସ । ସମସ୍ତ ଅପରାଧୀ ମାନଙ୍କୁ ଉଚିତ ଦଣ୍ଡ ପ୍ରଦାନ କରାଯାଉ ବୋଲି ପ୍ରଣବଙ୍କ ପରିବାର ଲୋକେ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।