ଭାତୁଡି (Skin Tags/Warts) ସମସ୍ଯାରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ Dr Diptiranjani Bisoyi ଙ୍କ ଖାସ୍ ଟିପ୍ସ

ଆମ ଚର୍ମ ଉପରେ ଗାଢ ରଙ୍ଗର ମାଂସ ଭଳି ଯାହା ବାହାରିଥାଏ ଆମେ ତାକୁ ଭାତୁଡି ବୋଲି କହିଥାଉ । ଏହି ଭାତୁଡିକୁ ନେଇ ଆଜିକାଲି ଅନେକ ଲୋକ ଖୁବ ଚିନ୍ତିତ । ଏହି ଭାତୁଡିକୁ ଡାକ୍ତରୀ ଭାଷାରେ ସ୍କିନ ଟ୍ୟାଗ ବୋଲି କୁହାଯାଏ । ଏହା ବେକ, କାନ୍ଧ ଓ ଜଙ୍ଘସନ୍ଧିରେ ଅଧିକ ହୋଇଥାଏ । ଚର୍ମରେ ଯଦି ଭାତୁଡି ବଢି ବଢି ଚାଲୁଛି ତେବେ ଏହା ଚିନ୍ତାର ବିଷୟ । ତେବେ ଭାତୁଡିର କାରଣ, ପ୍ରକାର ଏବଂ ଚିକିତ୍ସା ସମ୍ବନ୍ଧରେ ଜାଣନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦୀପ୍ତି ରଞ୍ଜନୀ ବିଶୋଇଙ୍କ ଠାରୁ ।

ଚର୍ମରେ ଚର୍ମ ରଙ୍ଗ ସହ ସମାନ ରଙ୍ଗର ମାଂସ ଖଣ୍ଡ ଭଳି ଉଠିବାକୁ ଭାତୁଡି ବା ଡାକ୍ତରୀ ଭାଷାରେ ସ୍କିନ ଟ୍ୟାଗ ବୋଲି କୁହାଯାଏ । ଏହାର ଆକାରରେ ବୃଦ୍ଧି ହୋଇଥାଏ, କିନ୍ତୁ ଏଥିରେ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ୍ ଥାଏ । ସାଧାରଣତଃ ଭାତୁଡି ମୋଟା ଲୋକଙ୍କ କ୍ଷେତ୍ରରେ ଏବଂ ଯାହାର ଡାଇବେଟିସ ଓ ବ୍ଲଡ଼ପ୍ରେସର ଥିବା ତାଙ୍କ ଠାରେ ଅଧିକ ଦେଖାଯାଏ । ବୟସ ବଢିବା ସହ ଏହାର ଆକାର ଏବଂ ସଂଖ୍ଯାରେ ବୃଦ୍ଧି ପାଏ ।

ଆମ ଚର୍ମ ଆମ ଆଭ୍ଯନ୍ତରୀଣ ବିଭାଗର ଦର୍ପଣ ଭଳି କାମ କରେ । ଶରୀର ଭିତରେ କଣ ପ୍ରତିକ୍ରିୟା ଚାଲିଛି ଓ କଣ ସବୁ ପରିବର୍ତ୍ତନ ହେଉଛି ଏହି ଭାତୁଡିରୁ ଜଣା ପଡିଥାଏ । ଏହାକୁ କସେମଟିକ ସର୍ଜରୀ କରି ଆପଣ ବାହାରି କରି ଦେଇପାରିବେ । କିନ୍ତୁ ଆପଣଙ୍କ ଶରୀର ଭିତରେ ଯାହାବି ସମସ୍ଯା ରହିଛି ସେଥିପାଇଁ ଆପଣଙ୍କୁ ସ୍ଵତନ୍ତ୍ର ଚିକିତ୍ସା କରିବାକୁ ହେବ ।

ଅନେକ ସମୟରେ ରକ୍ତ ମ୍ମୋତା ହୋଇଯିବା ଯୋଗୁଁ ଆମ ଶିରପ୍ରଶିରାରେ ରକ୍ତ ସଞ୍ଚାଳନ ଭଲ ହୁଏନାହିଁ । ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ଠିକ ଭାବେ ରକ୍ତ ପ୍ରବାହିତ ହୋଇପାରେ ନାହିଁ । ଫଳରେ ସେହି ଅଙ୍ଗରେ ସମସ୍ଯା ଦେଖାଯିବାକୁ ଆରମ୍ଭ କରେ । ଏଥିଯୋଗୁଁ ଅନେକଙ୍କ ଶରୀରରେ ଭାତୁଡି ବାହାରିଥାଏ । ତେଣୁ ଭାତୁଡିକୁ କେବେ ହେଲେ ହାଲୁକାରେ ନିଅନ୍ତୁ ନାହିଁ । ଡର୍ମାଟୋଲୋଜିଷ୍ଟଙ୍କ ପାଖକୁ ଯାଇ ଆପଣ ଭାତୁଡି ହଟେଇ ଦେଇପାରିବେ ।

କିନ୍ତୁ ଶରୀରର କଣ ସମସ୍ଯା ରହିଛି ଜାଣିବା ଏବଂ ସଠିକ ଚିକିତ୍ସା କରିବା ନିହାତି ଜରୁରୀ ହୋଇଥାଏ । ଭାତୁଡି ଅନେକ ପ୍ରକାରର ଥାଏ ବା ଚର୍ମରେ ଉଠିଥିବା ସବୁ ଏଭଳି ଜିନିଷକୁ ଭାତୁଡି କୁହାଯାଏ ନାହିଁ । ଆମର ଲିପିଡ଼ ପ୍ରୋଫାଇଲ ବଢି ଯାଇଥିଲେ ଆଖି ଚାରିପଟେ ହଳଦିଆ କିମ୍ବା ଧଳା ଭଳି କିଛି ଉଠିଥାଏ ।

ସେହିପରି ଏକ ପ୍ରକାର ଭାଇରାଲ ସଂକ୍ରମଣରେ ମୁହଁ ଏବଂ ଦେହରେ ବିରିବିରି ହୋଇ ଉଠିଥାଏ । ଆଉ ଯଦି ଭାତୁଡି ଚର୍ମ ରଙ୍ଗ ଠାରୁ ଅଧିକ ଗାଢ ବା କଳା ରଙ୍ଗର ଦେଖାଯାଉଛି ତେବେ ଯଥାଶୀଘ୍ର ତା’ର ଚିକିତ୍ସା କରିନେବା ଉଚିତ । କାରଣ ଏହା କ୍ୟାନ୍ସର ଆଡକୁ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ଚର୍ମରେ କିଛିବି ଉଠୁଥିଲେ ତାହା ଯଦି ଆକାର କିମ୍ବା ରଙ୍ଗ ପରିବର୍ତ୍ତନ କରୁଛି ତେବେ ଏହା ଚିନ୍ତାର ବିଷୟ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆଉ ସଠିକ ଚିକିତ୍ସା ଦ୍ଵାରା ଆପଣ ଭାତୁଡି ସମସ୍ଯାରୁ ମୁକ୍ତି ପାଇବା ସହ ଆଭ୍ଯନ୍ତରୀଣ ସମସ୍ଯାରୁ ମଧ୍ୟ ମୁକ୍ତି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।