Rani Panda ଙ୍କ ଦେହରେ ପଡିଲା 8ଟି ଷ୍ଟିଚ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେବା ସମୟର ଭିଡିଓ ସାମ୍ନାକୁ ଆସିଲା, ଦେଖନ୍ତୁ video

ରାଣୀ ପଣ୍ଡାଙ୍କୁ ନେଇ ପୁଣି ଥରେ ଆଉ ଏକ ବଡ ଖବର ଆସିଲା । ଗତ ଶୁକ୍ରବାର ରାତିରେ ରାଣୀ ପଣ୍ଡା ଯାତ୍ରା ଅଭିମୁଖେ ଯାଉଥିବା ବେଳେ ତାଙ୍କ କାର୍ ଧକ୍କାରେ ଆଠଗଡ ରାଜନଗରରେ ସୁକାନ୍ତ ବେହେରା ନାମକ ଜଣେ ଯୁବକ ପ୍ରାଣ ହରାଇଥିବା ଖବର ଆପଣ ନିଶ୍ଚୟ ଶୁଣିଥିବେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସୁକାନ୍ତଙ୍କ ବାଇକ ଭାଙ୍ଗି ଯାଇଥିବା ବେଳେ ରାଣୀ ପଣ୍ଡାଙ୍କ କାର୍ ର ସାମ୍ନାଟି ଏକଦମ ଛିନ୍ନଭିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।

 

ତେବେ ସେପଟେ ପୁଅର ମୃତ୍ୟୁରେ ସୁକାନ୍ତଙ୍କ ପରିବାର ଭାଙ୍ଗି ପଡିଥିବା ବେଳେ ରାଣୀ ପଣ୍ଡାଙ୍କ ଏକ ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ ବ୍ୟତିବ୍ୟସ୍ତ କରୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାଣୀ ପଣ୍ଡା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସୂଚନା ଅନୁଯାୟୀ, ଦୁର୍ଘଟଣାରେ ରାଣୀ ପଣ୍ଡାଙ୍କୁ ଆଘାତ ଲାଗିଛି ଓ ସେ ଗୁରୁତର ହୋଇ ପଡିଥିଲେ । ରାଣୀଙ୍କ ଶରୀରରେ 8ଟି ଷ୍ଟିଚ ପଡିଥିବା କଥା କୁହାଯାଉଛି । ଏହାସହ ରାଣୀଙ୍କ ମୁଣ୍ଡ, ଛାତି ଓ ଗୋଡରେ ମଧ୍ୟ ଜୋରରେ ଆଘାତ ଲାଗିଥିବା କୁହାଯାଉଛି ।

ରାଣୀ ପଣ୍ଡା ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଥା ସାମ୍ନାକୁ ଆସୁଛି । କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଣୀଙ୍କ କାର୍ ସାମ୍ନା ପଟୁ ରାଜନଗର ଗାଁର ସୁକାନ୍ତ ବେହେରା ନାମକ ଯୁବକଙ୍କୁ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି ।

ରାତିରେ ଏକ ବିବାହ ଭୋଜିରେ ଯୋଗ ଦେବା ପରେ ରାଣୀ ଯାତ୍ରାରେ ଯୋଗ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ସୁକାନ୍ତଙ୍କ ସ୍ତ୍ରୀ ଓ କୁନି ପିଲା ଥିବାବେଳେ ତାଙ୍କ ମୃତ୍ୟୁରେ ପୁରା ପରିବାର ଫାଟି ପଡୁଛି । ଦୁର୍ଘଟଣା ପରେ ରାଣୀ ପଣ୍ଡାଙ୍କୁ ଘେରିବା ସହ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ସେଠାରେ ପହଞ୍ଚି ରାଣୀଙ୍କୁ ଥାନା ନେବା ସହ ସୁକାନ୍ତଙ୍କୁ ଗୁରୁତ ଅବସ୍ଥାରେ ଡାକ୍ତରଖାନା ପଠାଇଥିଲା ।

ତେବେ ସୁକାନ୍ତ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ ରାଣୀ ପଣ୍ଡା ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ରାଣୀ ପଣ୍ଡାଙ୍କ ଚିକିତ୍ସା ଚାଲିଥିବା ସମୟରେ ଏକ ଭିଡିଓ ବର୍ତ୍ତମାନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।