କି ଛାତିଥରା ଦୃଶ୍ୟ ! Rani Panda ମ-ଦ ପିଇ ଗାଡି ଚଲେଇ ମୋ ପୁଅକୁ ମା-ରି-ଦେଲା, ମୃ-ତ ସୁକାନ୍ତଙ୍କ ମା’ ଓ ପୁରା ପରିବାର ଆଣିଲେ ସାଂଘାତିକ ଅଭିଯୋଗ, ଦେଖନ୍ତୁ video

ରାଣୀ ଗାଡିରେ ମୋ ପୁଅର ଜୀବନ ଯାଇଛି । ମ-ଦ ପିଇ ଗାଡି ଚଲେଇ ମୋ ପୁଅର ଜୀବନ ନେଇଛି ରାଣୀ ପଣ୍ଡା । ମୋ ଭେଣ୍ଡିଆ ପୁଅକୁ ରାଣୀ ପଣ୍ଡା ଛଡେଇ ନେଇଛି, ଏବେ ଆମେ କେମିତି ଚଳିବୁ ! ଯିଏ ଗାଡି ଚଢେଇ ମୋ ପୁଅକୁ ମା-ରି ଦେଇଛି ତାକୁ ଶୀଘ୍ର ଗିରଫ କର । ଏମିତି କହି କହି ଛାତି ପିଟି ପିଟି କାନ୍ଦୁଛନ୍ତି ମୃ-ତ ଯୁବକ ସୁକାନ୍ତଙ୍କ ମାଆ । ମା ମନ ବା’ କେମିତି ସମ୍ଭାଳିବ ! ଛୁଆ ପିଲା ସଂସାରକୁ ଛାଡି କୁଳନନ୍ଦନ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ।

ମୃ-ତ ସୁକାନ୍ତ ବେହେରାଙ୍କ ପରିବାରରେ ଏବେ ଦେଖିବାକୁ ମିଳୁଛି କିଛି ଏଭଳି ଛାତିଥରା ଦୃଶ୍ୟ । ସୁକାନ୍ତ ବେହେରା ଯିଏ କି ଆଠଗଡ ମୁଣ୍ଡୁଳି ରାସ୍ତା ଡାଳଖାଇ ମନ୍ଦିର ନିକଟରେ ଯାତ୍ରା ଆଇଟମ ଗାର୍ଲ ରାଣୀ ପଣ୍ଡାଙ୍କ କାର୍ ଧ-କ୍କା-ରେ ପ୍ରାଣ ହରାଇଛନ୍ତି । କାନ୍ଦବୋବାଳିରେ ଫାଟି ପଡୁଛି ସୁକାନ୍ତଙ୍କ ଘର । ସମସ୍ତଙ୍କ ଆଖିରୁ ବୋହି ପଡୁଛି ଧାର ଧାର ଲୁହ । ଆଉ କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇ ପଡ଼ୁଛନ୍ତି । ଆଉ ମନରେ ରହିଛି ରାଣୀ ପଣ୍ଡାଙ୍କ ପ୍ରତି କ୍ଷୋଭ ।

କାରଣ ତାଙ୍କ କୋଳରୁ ସୁନା ପୁଅକୁ ଛଡେଇ ନେଇଛି ଏହି ଦୁର୍ଘଟଣା । ମା’ ଠାରୁ ପୁଅକୁ, ସ୍ତ୍ରୀ ଠାରୁ ସ୍ଵାମୀକୁ ଆଉ ପୁଅ ଠାରୁ ବାପାକୁ ଛଡେଇ ନେଇଛି ଏହି କାଳ ରାତ୍ରି । ସେମାନେ ପୁଅ ଠାରୁ ଏମିତି ଅଲଗା ହୋଇ ଯାଇଛନ୍ତି ଯେ ଆଉ କେବେବି ମିଶି ପାରିବେ ନାହିଁ । କାରଣ ରାଣୀଙ୍କ ଗାଡି ଚକା ତଳେ ଆରପାରିକୁ ଚାଲି ଯାଇଛନ୍ତି ସୁକାନ୍ତ ବେହେରା ।

ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭର ମ-ଦ ପିଇ ଏମିତି ଗାଡି ଚଲେଇଲେ ଯେ ଆମର ସବୁକିଛି ଛଡେଇ ନେଲେ ବୋଲି ସୁକାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି । ରାଣୀ ପଣ୍ଡାଙ୍କ ଅବହେଳା ଯୋଗୁଁ ଆଜି ଏମିତି ଘଟିଯାଇଛି କହି ରାଣୀଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ରାତି ପ୍ରାୟ 9:30 ମିନିଟରେ ମାଲିକଙ୍କ ଫୋନ ଆସିବା ପରେ ହାଇୱା ଚଲାଇବା ପାଇଁ ନିଜ ବାଇକ ଯୋଗେ ଘରୁ ବାହାରି ଯାଇଥିଲେ ସୁକାନ୍ତ । ହେଲେ କିଏ ଜାଣିଥିଲା କି ରାସ୍ତାରେ ଛକି ବସିଛି ମୃ-ତ୍ୟୁ !

ଡାଳଖାଇ ମନ୍ଦିର ନିକଟରେ ରାଣୀ ପଣ୍ଡାଙ୍କ କାର୍ ସୁକାନ୍ତଙ୍କୁ ବାଇକ ସହ ଆଗପଟୁ ଧକ୍କା ଦେଇଥିଲା । ଯାହାପରେ ରାସ୍ତାକଡକୁ ଛିଟିକି ପଡିଥିଲେ ସୁକାନ୍ତ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃ-ତ୍ୟୁ ଘଟିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।