Brilliant GK Q&A: କେଉଁ ଫଳ ପାଚିଗଲେ ତା’ର ନାମ ବଦଳିଯାଏ ? କେବଳ ଜିନିୟସ ମାନେ ଉତ୍ତର ଦେଇପାରିବେ (Odia GK Quiz)

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ଗୁରୁଦିବସ (Teachers Day) କେବେ ପାଳନ କରାଯାଏ ?

ଉ: 5 ସେପ୍ଟେମ୍ବରରେ ଗୁରୁଦିବସ ପାଳନ କରାଯାଏ ।

2- ଭାରତର କେଉଁ ସହରକୁ ସ୍ଵପ୍ନର ନଗରୀ ବା ସ୍ଵପ୍ନର ସହର ବୋଲି କୁହାଯାଏ ?

ଉ: ମୁମ୍ବାଇକୁ ସ୍ଵପ୍ନର ନଗରି କୁହାଯାଏ ।

3- ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉତ୍ପାଦନ କରିଥାଏ ?

ଉ: ତାମିଲନାଡୁ ସବୁଠୁ ଅଧିକ କଦଳୀ ଉତ୍ପାଦନ କରେ ।

4- ଭାରତର କେଉଁ ରାଜ୍ୟରେ ସର୍ବପ୍ରଥମେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ?

ଉ: କେରଳ ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।

5- ଭାରତର କେଉଁ ରାଜ୍ୟରେ କୁକୁର ମନ୍ଦିର ରହିଛି ?

ଉ: କର୍ଣ୍ଣାଟକରେ ରହିଛି କୁକୁର ମନ୍ଦିର ।

6- କେଉଁ ଜୀବ ପାଣି ଭିତରେ ବାସ କଲେ ମଧ୍ୟ ପାଣି ପିଏ ନାହିଁ ?

ଉ: ବେଙ୍ଗ ପାଣିରେ ରହିଲେ ବି ପାଣି ପିଏନି ।

7- କେଉଁ ଦେଶ ଦ୍ଵାରା ନୋବେଲ ପୁରସ୍କାର ପ୍ରଦାନ କରାଯାଏ ?

ଉ: ସ୍ଵିଡେନ ଦେଶ ଦ୍ଵାରା ନୋବେଲ ପୁରସ୍କାର ଦିଆଯାଏ ।

8- PEPSI କେଉଁ ଦେଶର କମ୍ପାନୀ ଅଟେ ?

ଉ: ଆମେରିକୀୟ କମ୍ପାନୀ ଅଟେ PEPSI ।

9- ପୃଥିବୀର କେଉଁ ଦେଶରେ ସୁନାର ପାହାଡ ଅବସ୍ଥିତ ?

ଉ: କଙ୍ଗୋ ଦେଶଶରେ ସୁନାର ପାହାଡ ରହିଛି ।

10- “ଜୟ ହିନ୍ଦ୍” ସ୍ଲୋଗାନ କିଏ ଦେଇଥିଲେ ?

ଉ: ସୁବାଷ ଚନ୍ଦ୍ର ବୋଷ ।

11- ପାଞ୍ଚ ନଦୀର ଭୂମି କାହାକୁ କୁହାଯାଏ ?

ଉ: ପଞ୍ଜାବକୁ ପାଞ୍ଚ ନଦୀର ଭୂମି କୁହାଯାଏ ।

12- ଚିଲିକା ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଓଡିଶା ରେ ଅବସ୍ଥିତ ଚିଲିକା ହ୍ରଦ ।

13- ଚାହା ର ଚାଷ ସର୍ବପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉ: ଚୀନ ରେ ପ୍ରଥମେ ଚାହା ଚାଷ ହୋଇଥିଲା ।

14- ହକି ଖେଳର ଜାଦୁଗର କାହାକୁ କୁହାଯାଏ ?

ଉ: ଧ୍ୟାନଚାନ୍ଦ ଙ୍କୁ ହକି ଖେଳର ଜାଦୁଗର କୁହାଯାଏ ।

15- ମାଛ କାହା ଦ୍ଵାରା ଶ୍ଵାସକ୍ରିୟା କରେ ?

ଉ: ଗାଲିସି ଦ୍ଵାରା ଶ୍ବାସକ୍ରିୟା କରେ ।

16- ଆମ ପୃଥିବୀରେ ସର୍ବମୋଟ କେତୋଟି ଦେଶ ରହିଛି ?

ଉ: 195 ଟି ଦେଶ ରହିଛି ।

17- ଧଳା ସୁନା କାହାକୁ କୁହାଯାଏ ?

ଉ: କପା କୁ ଧଳା ସୁନା ବୋଲି କୁହାଯାଏ ।

18- କେଉଁ ନଦୀ ଦକ୍ଷିଣ ଗଙ୍ଗା ନଦୀ ଭାବେ ପରିଚିତ ?

ଉ: ଗୋଦାବରୀ ନଦୀ ଦକ୍ଷିଣ ଗଙ୍ଗା ଭାବେ ପରିଚିତ ।

19- ଗୋଟିଏ ହକି ଦଳରେ କେତେ ଜଣ ଖେଳାଳି ଖେଳନ୍ତି ?

ଉ: 11 ଜଣ ଖେଳନ୍ତି ।

20- କେଉଁ ଫଳ ପାଚିଗଲେ ତା’ର ନାମ ବଦଳିଯାଏ ?

ଉ: ପଇଡ ବା ନଡିଆ ଏମିତି ଏକ ଫଳ ଯାହାର କଞ୍ଚାବେଳେ ଗୋଟିଏ ନାମ ଏବଂ ପାଚିଗଲେ ଆଉ ଗୋଟେ ନାମ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।