“ଦମନ” ସତରେ ଭଲ ଫିଲ୍ମ ନା ଓଡିଆ ଫିଲ୍ମ ଦେଖିବାକୁ ଲୋକଙ୍କ ମନରେ ବିପ୍ଲବ ସୃଷ୍ଟି କରାଯାଇଛି ? ଦେଖନ୍ତୁ କଣ ଜବାବ ଦେଲେ Babushan Mohanty, ଦେଖନ୍ତୁ video

ଓଡିଶା ସମେତ ସାରା ଭାରତରେ ଏବେ ଚାଲିଛି “ଦମନ” ଫିଲ୍ମର ଚର୍ଚ୍ଚା । ଫିଲ୍ମଟିକୁ ଦର୍ଶକ ଅଜସ୍ର ଭଲପାଇବା ଦେବା ପରେ ସଫଳତାର ସିଢି ଚଢିଚାଲିଛି ଫିଲ୍ମ ଦମନ । ବର୍ତ୍ତମାନ ଫିଲ୍ମକୁ ହିନ୍ଦୀ ଭାଷାରେ ରିଲିଜ କରାଯିବା ପାଇଁ ଦମନ ଟିମ୍ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଫିଲ୍ମରେ ଅଭିନେତା ସୁପରଷ୍ଟାର ବାବୁଶାନଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । ଫିଲ୍ମର ପ୍ରମୋଶନ ବାବୁଶାନ ବିଭିନ୍ନ ପ୍ରୋଗ୍ରାମ ଜାରି ରଖିଥିବା ବେଳେ ନିକଟରେ ଏକ ଗଣମାଧ୍ୟମ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବୁଶାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା ।

ସେଠାରେ ଦମନ ଫିଲ୍ମକୁ ନେଇ ବାବୁଶାନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି । ସବୁଠୁ ଖାସ୍ ପ୍ରଶ୍ନ ବାବୁଶାନଙ୍କୁ ପଚରା ଯାଇଥିଲା, ଦମନ ଫିଲ୍ମରେ ବାବୁଶାନ ଥିଲେ ବୋଲି ଫିଲ୍ମଟି ଚାଲିଲା ନା ବାବୁଶାନଙ୍କ ସ୍ଥାନରେ ଆଉ କେହି ବି ଅଭିନୟ କରିଥିଲେ ଫିଲ୍ମଟି ଚାଲିଥାନ୍ତା ? ଏହାର ଖୁବ ସୁନ୍ଦର ଉତ୍ତର ଦେଇ ବାବୁଶାନ କହିଥିଲେ, ମୁଁ ହୁଏ ବା ଯେ କେହି ହୁଅନ୍ତୁ ଫେସ୍ ଭାଲ୍ଯୁରେ ଫିଲ୍ମଟି କେବଳ ଦୁଇଦିନ ଚାଲିବ ।

କିନ୍ତୁ ଫିଲ୍ମର କଣ୍ଟେଣ୍ଟ ଓ କାହାଣୀ ହିଁ ଫିଲ୍ମକୁ ଆଗକୁ ନେବ । ଫିଲ୍ମର କଣ୍ଟେଣ୍ଟ ସତରେ ବହୁତ ଭଲ ଅଛି ନା ଲୋକଙ୍କ ମନରେ ଓଡିଆ ଫିଲ୍ମ ଦେଖିବା ପାଇଁ ବିପ୍ଲବ ସୃଷ୍ଟି କରାଯାଇଛି ବୋଲି ବାବୁଶାନଙ୍କୁ ପଚରା ଯାଇଥିଲା । ଏହାର ଉତ୍ତର ଦେଇ ସେ କହିଥିଲେ, ଫିଲ୍ମ ଭଲ ହେଇଛି ବୋଲି ବିପ୍ଲବ ସୃଷ୍ଟି ହେଲା ।

ଫିଲ୍ମରୁ କଣ୍ଟେଣ୍ଟ ବହୁତ ଭଲ ଅଛି ତାକୁ କାହାଣୀ ଏବଂ ପ୍ରତିଟି ଦୃଶ୍ୟକୁ ସରଳତାର ସହ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରାଯାଇଛି ତେଣୁ ଫିଲ୍ମଟି ଲୋକଙ୍କ ମନରେ ବିପ୍ଲବ ସୃଷ୍ଟି କରିଛି । ଏହାସହ ବାବୁଶାନ କହିଥିଲେ କି, ଦମନ ଫିଲ୍ମରେ ଅନେକ ଦୃଶ୍ୟ ରହିଛି ଯାହା ତାଙ୍କ ହୃଦୟକୁ ବେଶ ସ୍ପର୍ଶ କରିଛି । ଫିଲ୍ମଟି କରିବା ବେଳେ ତାକ୍ତାର ଓମକାର ହୋତା ଓ ତାଙ୍କ ସହଯୋଗୀ ଏବଂ ଅନେକ ଡାକ୍ତରଙ୍କ ସହ ସେ କଥାବାର୍ତ୍ତା ହୋଇଛନ୍ତି ।

ସେମାନଙ୍କ କାର୍ଯ୍ୟ ସତରେ ଖୁବ ପ୍ରେରଣାଦାୟକ ଓ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ସେମାନେ ଅନେକ କଷ୍ଟ ସହିଛନ୍ତି । ସେମାନଙ୍କ ଠାରୁ ବାବୁଶାନଙ୍କୁ ଅନେକ କିଛି ଶିଖିବାକୁ ମିଳିଛି ବୋଲି ବାବୁଶାନ କହିଛନ୍ତି । ତେବେ ଆପଣ ଏ ଯାଏଁ ଦମନ ଫିଲ୍ମ ଦେଖିଲେଣି କି ନାହିଁ ଓ ଫିଲ୍ମଟି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।