ବହୁତ ଧନୀ ଅଟେ Kapil Sharma ଶୋ ର ଖଜୁର (Karttikeya Raaj), ସମ୍ପତି କେତେ ଜାଣିଲେ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୌଣସି ବ୍ୟକ୍ତି ର ଭାଗ୍ୟ କେତେବେଳେ ଚମକି ଉଠିବ ତାହା କେହି କହି ପାରିବେ ନାହିଁ । ଆପଣ ସୋନି ଚ୍ୟାନେଲ ରେ ପ୍ରସାରିତ ଟିଭି ରିଆଲିଟି ସୋ କପିଲ ଶର୍ମା ରୁ ପ୍ରସିଦ୍ଧି ଲାଭ କରିଥିବା ଖଜୁର ଅର୍ଥାତ କାର୍ତ୍ତିକେୟ ରାଜ୍ ଏହାର ଏକ ବଡ଼ ଉଦାହରଣ ଅଟନ୍ତି । ବନ୍ଧୁଗଣ ୧୩ ବର୍ଷ ବୟସ ର କାର୍ତ୍ତିକେୟ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପଟନା ର ଏକ ଛୋଟ ଗାଁ ରେ ରହୁଥିବା କାର୍ତ୍ତିକେୟ ଙ୍କ ପିତା ମଜଦୂରୀ କରି ନିଜ ପରିବାର ର ପାଳନ ପୋଷଣ କରୁଥିଲେ ।

ଏମାନେ ବହୁତ ଗରିବ ଥିଲେ ଏବଂ ଏହା ମଧ୍ୟ କହିଲେ ଅତୃପ୍ତି ହେବ ନାହିଁ ଯେ, ତାଙ୍କୁ ଠିକ ଭାବରେ ଦୁଇମୁଠା ଖାଇବାକୁ ମଧ୍ୟ ମିଳୁ ନଥିଲା । କିନ୍ତୁ ବର୍ତ୍ତମାନ କାର୍ତ୍ତିକେୟ କୋଟିପତି ଅଟନ୍ତି । ୨୦୧୩ ମସିହାରେ ଜି ଟିଭି ଚ୍ୟାନେଲ ରେ ପ୍ରସାରିତ ରିଆଲିଟି ସୋ ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ ରେ କାର୍ତ୍ତିକେୟ ଙ୍କ ସିଲେକ୍ସନ ହୋଇଥିଲା ଏବଂ ଏହି ସୋ ହିଁ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

ଯେତେବେଳେ ଏହି ସୋ ରେ ଷଷ୍ଠ ରାଉଣ୍ଡ ରେ କାର୍ତ୍ତିକେୟ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ ତାହା ଦେଖି କପିଲ ଶର୍ମା ବହୁତ ପ୍ରଭାବିତ ହୋଇଥିଲେ ଏବଂ ସେ ତାଙ୍କ ଅଭିନୟ ଦ୍ଵାରା ଏତେ ମାତ୍ରାରେ ଖୁସି ହୋଇଥିଲେ ଯେ, ସେ କାର୍ତ୍ତିକେୟ ଙ୍କୁ ନିଜ ସୋ ନିମନ୍ତେ ଅଫର ମଧ୍ୟ ଦେଇଥିଲେ । ଏହାପରେ କାର୍ତ୍ତିକେୟ ଅଡିସନ ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୨୦୧୬ ରେ ତାଙ୍କୁ କପିଲ ଶର୍ମା ସୋ ରେ ଖଜୁର ନାମକ ଭୂମିକା ରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭୂମିକା କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ।

ଏକ ସମୟ ରହୁଥିଲା ଯେତେବେଳେ ତାଙ୍କୁ ସଠିକ ଭାବରେ ଖାଇବାକୁ ମଧ୍ୟ ମିଳୁ ନଥିଲା । କିନ୍ତୁ ବର୍ତ୍ତମାନ ସେ ପ୍ରତି ଏପିସୋଡ଼ ପାଇଁ ୧ ରୁ ୨ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି । ତାଙ୍କର ଏହି ରୋଜଗାର ଦ୍ୱାରା ତାଙ୍କ ପରିବାର ବର୍ତ୍ତମାନ ବହୁତ ଭଲ ରେ ରହିଛନ୍ତି ।

ଛୋଟ ବୟସର କାର୍ତ୍ତିକେୟ ରାଜ୍ ଙ୍କ ସମୁଦାୟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ଅଟେ । କାର୍ତ୍ତିକେୟ ରାଜ୍ ବର୍ତ୍ତମାନ ମୁମ୍ବାଇ ରେ ରହୁଛନ୍ତି ଏବଂ ତାଙ୍କ ସହିତ ତାଙ୍କ ପରିବାର ର କିଛି ସଦସ୍ୟ ମଧ୍ୟ ରହୁଛନ୍ତି । ତାଙ୍କ ପରିବାର ର ବାକି ସଦସ୍ୟ ପଟନା ରେ ଥିବା ଘରେ ରହୁଛନ୍ତି ।

ଏତେ କମ ବୟସରୁ ନିଜ ଟ୍ୟାଲେଁଟ ବଳରେ କାର୍ତ୍ତିକେୟ ସଫଳତା ର ସିଡ଼ି ଚଢି ପାରିଛନ୍ତି । କେତେବେଳେ କାହାର କେଉଁ ଟ୍ୟାଲେଁଟ କୁ ସୁଯୋଗ ମିଳିଯାଏ ତାହା କହିହେବ ନାହିଁ । ସଂକ୍ଷେପରେ କହିବାକୁ ଗଲେ ଜଣେ ମନୁଷ୍ୟ ନିଜ ଟ୍ୟାଲେଁଟ ଦ୍ଵାରା ଅଧଃଗତି ରୁ ଉର୍ଦ୍ଧ୍ବଗତି କରିଥାଏ ଏବଂ ସଫଳତା ହାସଲ କରିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।