ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଟିଭି ଧାରାବାହିକ “ରାମାୟଣ” ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । 1987 ରେ ଟିଭିରେ ଏହାର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଅନେକ ଲୋକ ଜାଣିବାକୁ ଚାହିଁଥାନ୍ତି ଏହାର କଳାକାର ମାନେ ଏବେ କେମିତି ଦିଶୁଛନ୍ତି ଓ କେତେ ସେମାନଙ୍କୁ କେତେ ବର୍ଷ ହେଲାଣି । ତେବେ ଚାଲନ୍ତୁ ଜାଣିବା ରାମାୟଣ ର କିଛି କଳାକାରଙ୍କ ବିଷୟରେ । ଦାରା ସିଂ ଯିଏକି ହନୁମାନଙ୍କ ଚରିତ୍ରରେ ଅଭିନୟ କରିଥିଲେ 83 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇସାରିଛି ।
ଶତ୍ରୁଘ୍ନଙ୍କ ଚରିତ୍ରରେ ଅଭିନୟ କରିଥିଲେ ସମୀର ରାଜଦା ଓ ଏବେ ତାଙ୍କୁ 59 ବର୍ଷ । ମୁଲରାଜ ରାଜଦା ରାଜା ଜନକଙ୍କ ଭୂମିକାରେ ଅଭିନୟ କରିଥିଲେ ଓ ତାଙ୍କ ମଧ୍ୟ 80 ବର୍ଷ ବୟସରେ ମୃ-ତ୍ୟୁ ହୋଇସାରିଛି । ଭରତଙ୍କ ଚରିତ୍ରରେ ଅଭିନୟ କରିଥିଲେ ସଞ୍ଜୟ ଜୋଗ ଏବଂ ମାତ୍ର 40 ବର୍ଷ ବୟସରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି । ରାମାୟଣରେ ମେଘନାଥଙ୍କ ଚରିତ୍ରରେ ଅଭିନୟ କରିଥିଲେ ବିଜୟ ଅରୋରା । 62 ବର୍ଷ ବୟସରେ ସେ ମଧ୍ୟ ପରଲୋକରେ ପ୍ରବେଶ କରିଛନ୍ତି ।
କକେଇଙ୍କ ଭୂମିକାରେ ଅଭିନୟ କରିଥିଲେ ପଦ୍ମା ଖାନ୍ନା ଓ ଏବେ ତାଙ୍କୁ 72 ବର୍ଷ ବୟସ ହୋଇଛି । ବାଲ ଦୁଲାରି ଯିଏ କି ଦଶରଥଙ୍କ ଚରିତ୍ରରେ ଅଭିନୟ କରିଥିଲେ ତାଙ୍କର ମଧ୍ୟ 76 ବର୍ଷ ବୟସରେ ମୃ-ତ୍ୟୁ ହୋଇସାରିଛି । ରାମାୟଣରେ କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଜୟଶ୍ରୀ ଗଡକର । ମୃ-ତ୍ୟୁ ବେଳେ ତାଙ୍କ ବୟସ 66 ବର୍ଷ ହୋଇଥିଲା ।
ଭଗବାନ ଶିବଙ୍କ ଭୂମିକାରେ ସୁନ୍ଦର ଅଭିନୟ କରିଥିଲେ ବିଜୟ କବିଶ, ତାଙ୍କର ମଧ୍ୟ 88 ବର୍ଷ ବୟସରେ ଦେହାନ୍ତ ହୋଇସାରିଛି । ବିଭୀଷଣ ଚରିତ୍ରରେ ଅଭିନୟ କରିଥିବା ମୁକେଶ ରାୱଲଙ୍କର ମଧ୍ୟ 65 ବର୍ଷ ବୟସରେ ମୃ-ତ୍ୟୁ ହୋଇଯାଇଛି । ଅଞ୍ଜଲି ବ୍ଯାସ ରାମାୟଣରେ ଊର୍ମିଲାଙ୍କ ଚରିତ୍ରରେ ଅଭିନୟ କରିଥଲେ ଆଉ ଏବେ ତାଙ୍କୁ ମାତ୍ର 44 ବର୍ଷ ବୟସ ହୋଇଛି । ସୁଧୀର ଦାଲବି ଜିଏକି ବେଦ ବ୍ଯାସଙ୍କ ଭୂମିକାରେ ଅଭିନୟ କରିଥିଲେ ନିକଟରେ ତାଙ୍କୁ 83 ବର୍ଷ ବୟସ ହୋଇଛି ।
ଚନ୍ଦ୍ରଶେଖର ସୁମନ୍ତଙ୍କ ଚରିତ୍ରରେ ଅଭିନୟ କରିଥିଲେ ଓ ମୃ-ତ୍ୟୁ ବେଳେ ତାଙ୍କ ବୟସ 97 ବର୍ଷ ହୋଇଥିଲା । ସୁଲକ୍ଷଣା କତରୀ ଯିଏକି ମନ୍ଦାବୀ ଚରିତ୍ରରେ ଅଭିନୟ କରିଥିଲେ ଏବେ ତାଙ୍କୁ 61 ବର୍ଷ । ମନ୍ଥରା ଚରିତ୍ରରେ ଅଭିନୟ କରିଥିଲେ ଲଲିତା ପାୱାର ତାଙ୍କର ମଧ୍ୟ 81 ବର୍ଷ ବୟସରେ ମୃ-ତ୍ୟୁ ହୋଇସାରିଛି ।
ରଜନୀ ବାଲା ଯିଏକି ସୁମିତ୍ରାଙ୍କ ଭୂମିକା ନିଭାଇଥିଲେ ତାଙ୍କର ମଧ୍ୟ ମାତ୍ର 36 ବର୍ଷ ବୟସରେ ମୃ-ତ୍ୟୁ ହୋଇସାରିଛି । ସ୍ଵପ୍ନିଲ ଯୋଶୀ ଯିଏ କି କୁଶଙ୍କ ଭୂମିକା ନିଭାଇଥିଲେ ସେ ଏବେ 45 ବର୍ଷରେ ପଦାର୍ପଣ କରି ସାରିଛନ୍ତି । କୁମ୍ଭକରଣଙ୍କ ଭୂମିକାରେ ଅଭିନୟ କରିଥିବା ନଲିନ ଦାୱିଙ୍କର ମଧ୍ୟ ମାତ୍ର 50 ବର୍ଷ ବୟସରେ ମୃ-ତ୍ୟୁ ହୋଇଯାଇଛି । ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ଏବେ 62 ବର୍ଷ ବୟସ ହୋଇଛି । ଅରୁଣ ଗୋଭିଲ ଯିଏ କି ଶ୍ରୀରାମ ଚରିତ୍ରରେ ଅଭିନୟ କରିଥିଲେ ତାଙ୍କୁ ଏବେ 65 ବର୍ଷ ।
ମାତା ସୀତା ହୋଇଥିବା ଦୀପିକା ଚିଖାଲିୟାଙ୍କୁ ଏବେ 57 ବର୍ଷ ହୋଇଛି । ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃ-ତ୍ୟୁ ମଧ୍ୟ 82 ବର୍ଷ ବୟସରେ ହୋଇସାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।