ଏହି କାରଣ ପାଇଁ ଭଗବାନ କୃଷ୍ଣ କରି ନଥିଲେ ରାଧାଙ୍କୁ ବିବାହ! 99% ଲୋକ ଜାଣି ନାହାନ୍ତି ଏହା ପଛର ସତ୍ୟତା

ପୌରାଣିକ କଥା ଅନୁସାରେ ଭଗବାନ କୃଷ୍ଣ ଜଣେ ମହାନ କୁଶଳ କୁଟନିତିଜ୍ଞ ଥିଲେ । କିନ୍ତୁ ରାଧାଙ୍କୁ ସେ ପ୍ରେମ କରୁଥିଲେ । ତାଙ୍କର ଏହି ପ୍ରେମ କାହାଣୀ ଛୋଟ ପିଲା ବେଳଠାରୁ ଆରମ୍ଭ ହୋଇଯାଇଥିଲା । ବାସ୍ତବ ଜୀବନରେ ରାଧା କୃଷ୍ଣଙ୍କ ଠାରୁ ବୟସରେ ବଡ ଥିଲେ । କିନ୍ତୁ  ରାଧା ତଥାପି କୃଷ୍ଣଙ୍କୁ ପ୍ରେମ କରୁଥିଲେ । ସମସ୍ତେ ଜାଣନ୍ତି କି ଭଗବାନ କୃଷ୍ଣ ଶ୍ରୀ ବିଷ୍ନୁଙ୍କର ଅବତାର ଥିଲେ । ରାଧାଙ୍କୁ ମା ଲକ୍ଷ୍ମୀଙ୍କ ସ୍ଵରୂପ କୁହାଯାଏ । ଲକ୍ଷ୍ମୀ ସବୁ ଅବାତାରରେ କୃଷ୍ଣଙ୍କର ପତ୍ନୀ ହେବେ ବୋଲି ପଣ କରିଥିଲେ । ଏହି କାରଣରୁ ଲକ୍ଷ୍ମୀ ବିଷ୍ଣୁଙ୍କୁ ବିବାହ କରିଥିଲେ । ଶାସ୍ତ୍ର ଅନୁସାରେ କୃଷ୍ଣ ଯେତେବେଳେ ଛୋଟ ବେଳେ ପିତା ନନ୍ଦଙ୍କ କୋଳରେ ଖେଳୁଥିଲେ ସେହି ସମୟରେ ତାଙ୍କୁ ଏକ ଅଦ୍ଭୁତ ଶକ୍ତିର ଆଭାସ ମିଳିଥଲା ।

ସେ ଆଉ କେହି ନୁହେଁ ସେ ହେଉଛି ରାଧା । ସେହି ସମୟରେ କୃଷ୍ଣ ବାଲ୍ୟ ଅବସ୍ଥା ଛାଡି ଯୌବନ ଅବସ୍ଥାକୁ ଚାଲି ଯାଇଥିଲେ । ଏହି ସମୟରେ ବ୍ରହ୍ମ ଦେବ ରାଧା କୃଷ୍ଣଙ୍କର ବିବାହ କରିଦେଇଥିଲେ । ଏହା ପରେ ସମସ୍ତେ ଏହାକୁ ମାନ୍ୟତା ଦେଇଥିଲେ । ବିବାହ ପରେ ବ୍ରହ୍ମା ଦେବ ଓ ଲକ୍ଷ୍ମୀ ସ୍ୱରୂପ ରାଧା ଅନ୍ତରଧ୍ୟାନ ହୋଇଗଲେ ଓ କୃଷ୍ଣ ପୁଣି ତାଙ୍କର ବାଲ୍ୟ ଅବସ୍ଥାକୁ ଫେରି ଆସିଲେ । ଅନ୍ୟ ଲେଖା ମାନ୍ୟତା ଅନୁସାରେ ରାଧାଙ୍କ ସହ ବିବାହ ପାଇଁ କୃଷ୍ଣଙ୍କ ଇଚ୍ଛା ଥିଲା ।

ଅନ୍ୟ ତରଫରେ ଯୋଶୋଦା ଓ ନନ୍ଦଙ୍କର କୁଳ ମର୍ଯ୍ୟାଦାର ପ୍ରଶ୍ନ ଥିଲା । ଏହି ସମୟରେ ଯଶୋଦା କୃଷ୍ଣଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କି ରାଧା କୃଷ୍ଣଙ୍କ ଠାରୁ ବୟସରେ ବଡ ଓ ଗୋଟିଏ ଛୋଟ ଗାୟାଳର କନ୍ୟା ଅଟନ୍ତି । ରାଧାଙ୍କର ବିବାହ କଂସ ରାଜାଙ୍କର ଏକ ସୈନିକ ସହିତ ଠିକ ହୋଇଛି । ଏଥିପାଇଁ କୃଷ୍ଣ ରାଧାଙ୍କ ସହିତ ବିବାହ ବିଷୟରେ ମନରୁ ଛାଡି ଦିଅନ୍ତୁ । ଏହାପରେ ବି କୃଷ୍ଣ ନ ମାନିବାରୁ ଯଶୋଦା ନନ୍ଦକୁ ଏହି ବିଷୟରେ ଜଣାଇଲେ ।

ନନ୍ଦ ନିଜ ପୁତ୍ର କୁ ଗର୍ଗ ଆଚାର୍ଯ୍ୟ ଓ ସନ୍ଦିପନି ରୁଷୀଙ୍କ ପାଖକୁ ନେଇଯାଇଥିଲେ ସେଠାରେ ରୁଷୀ କୃଷ୍ଣଙ୍କୁ ତାଙ୍କର ଧର୍ମର ପ୍ରତିଷ୍ଠା ପାଇଁ ଜନ୍ମ ହୋଇଛି ବୋଲି ବିଝାଇଥିଲେ । କିନ୍ତୁ କୃଷ୍ଣ ଏହା ଶୁଣି କହିଲେ କି ତାଙ୍କ ମନ ଗ୍ରାମ , ଗାଈ ଓ ଜଙ୍ଗଲରେ ହିଁ ଥିବାରୁ ସେ ସେଠାରେ ରହିବା ପାଇଁ ଇଚ୍ଛା କରୁଛନ୍ତି । ଏହି ସମୟରେ ଗର୍ଗ ଆଚାର୍ଯ୍ୟ କୃଷ୍ଣଙ୍କୁ ବୁଝାଇଲେ କି ସେ ନନ୍ଦ ଓ ଯଶୋଦାଙ୍କ ପୁତ୍ର ନୁହେଁ ।

ତାଙ୍କର ଜନ୍ମ କେବଳ ଧର୍ମର ପ୍ରତିଷ୍ଠା ପାଇଁ ହୋଇଛି  ଓ ଏହା ସହ ନାରଦ ମୁନୀଙ୍କ ଭବିଷ୍ୟ ବାଣୀ ବିଷୟରେ ମନେପକାଇ କହିଥିଲେ କି ସେହିଁ ଭଗବାନଙ୍କ ଅବତାର ଅଟନ୍ତି । ଏହା ଶୁଣିବା ପରେ ସେ ଗୋରବରଧନ ପରବତର ଶିଖରକୁ ଯାଇ ଆକାଶକୁ ବହୁତ ସମୟ ଦେଖିବାକୁ ଲାଗିଲେ । ଯେତେବେଳେ ତଳକୁ ଆସିଲେ ସେ ପୁରା ବଦଳି ଯାଇଥିଲେ । ଲୋକମାନେ ତାଙ୍କୁ ଦେଖି ତାଙ୍କ ଚରଣରେ ପଡି ପ୍ରଣାମ କରିବାକୁ ଲାଗିଲେ ।

ସେ ତାଙ୍କ ଜୀବନର ମହତ କାର୍ଯ୍ୟ କରିବା ପୂର୍ବରୁ ବହୁତ ଧୁମାଧାମରେ ନାଚ ଗୀତ କରିଥିଲେ ଗ୍ରାମର ଲୋକମାନଙ୍କ ସହ ଏହି ସମୟରେ ରାଧାଙ୍କୁ ନିଜ ବଂଶୀ ପ୍ରଦାନ କରି କହିଲେ ଆଜି ପରଠୁ ସେ କେବେବି ଆଉ ବଂଶୀ ବଜାଇବେ ନାହିଁ  । ଏହିଠାରୁ ରାଧା ଜାଣି ପରିଲେକି କୃଷ୍ଣ ଧର୍ମ ପ୍ରତିଷ୍ଠା ପାଇଁ ତାଙ୍କୁ ଛାଡି ଚାଲିଯିବେ । ଏଥିପାଇଁ ରାଧା ଓ କୃଷ୍ଣଙ୍କର ବିବାହ ହୋଇ ପାରିନଥିଲା ।