ରାମାନନ୍ଦ ସାଗର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ନିର୍ମାତା ରୂପରେ ଜଣା ଯାଆନ୍ତି । ତାଙ୍କ ଦ୍ଵାରା କରାଯାଇଥିବା ରାମାୟଣ ଆଜି ବି ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଟେ । ରାମାନନ୍ଦ ସାଗର ଗୋଟେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ 29 ଡିସେମ୍ବର 1917 ରେ ଲାହୋରରେ ହେଇଥିଲା । ଜନ୍ମ ସମୟରେ ତାଙ୍କ ପିତା ମାତା ତାଙ୍କ ନାମ ଚନ୍ଦ୍ରମୌଲି ଚୋପଡା ରଖିଥିଲେ କିନ୍ତୁ ପରେ ତାଙ୍କ ଜେଜେବାପା ତାଙ୍କ ନାମ ରାମାନନ୍ଦ ରଖିଥିଲେ ।
ଲାହୋରରୁ ପଢିଥିଲେ ପାଠ
ରାମାନନ୍ଦ ଲାହୋରରୁ ସ୍କୁଲ ଓ କଲେଜ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ । ସେ ପତ୍ରକାରିତାରେ ପଢିଥିଲେ ଓ ତାଙ୍କୁ କାହାଣୀ ଲେଖିବା ବହୁତ ପସନ୍ଦ ଥିଲା । କିନ୍ତୁ ତାଙ୍କୁ ତାଙ୍କ ଘର ଚଳେଇବା ପାଇଁ ଚପରାଶି ଓ ସାବୁନ ବିକିବା କାମ କରିବାକୁ ପଡିଥିଲା । ରାମାନଦ ଭାରତ ଆସି ମୁମ୍ବାଇରେ ରହୁଥିଲେ । ସେଠାରେ ସେ ବହୁତ ସଂଘର୍ଷ କଲା ପରେ ତାଙ୍କୁ ରାଜ କପୁରଙ୍କ ସହ କାମ କରିବାକୁ ମିଳିଥିଲା ଏବଂ 1949 ରେ ଆସିଥିବା ରାଜ କପୁରଙ୍କ ଫିଲ୍ମରେ ତାଙ୍କୁ ଡାଇଲଗ ଓ ସ୍କ୍ରିନପ୍ଲେ ଲେଖିବାର ମଉକା ମିଳିଥିଲା ।
1950 ମସିହାରେ ରାମାନନ୍ଦ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଓ ସେ ସାଗର ଆର୍ଟ ନାମର ପ୍ରଡ଼କ୍ସନ କମ୍ପାନୀ ଆରମ୍ଭ କରିଥିଲେ । ସେ ନିଜ ପ୍ରଡ଼କ୍ସନ କମ୍ପାନୀରେ ଅନେକ ଫିଲ୍ମ ଯେପରି ପେଇଗାମ, ଆଖେଂ, ଲଲକାର, ଜିନ୍ଦେଗୀ ଅର ଆରଜୁ ତିଆରି କରିଥିଲେ ।
ରାମାୟଣରୁ ମିଳିଥିଲା ପରିଚୟ
ରାମାନନ୍ଦ ରାମାୟଣ ଦ୍ଵାରା ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ଦ୍ଵାରା ତିଆରି ରାମାୟଣ ନାଟକ ମଧ୍ୟ ବହୁତ ପ୍ରସିଦ୍ଧ ନାଟକ ଥିଲା । ଏହି ନାଟକ ୮୦ ଦଶକରେ ତିଆରି ହୋଇଥିଲା , ଏହି ନାଟକ ଦୂରଦର୍ଶନରେ ପ୍ରସାରିତ ହେଉଥିଲା । ଏହି ନାଟକ ୨୫ ଜାନୁୟାରୀ ୧୯୪୯ ରେ ଆରମ୍ଭ ହେଇ ୩୧ ଜୁଲାଇ ୧୯୪୯ ରେ ସମାପ୍ତ ହେଇଥିଲା ।
ଏମିତି କୁହାଯାଏ ଏହି ନାଟକ ପ୍ରସାରିତ ସମୟରେ ରାସ୍ତା ଘାଟ ଖାଲି ହୋଇଯାଏ । କାରଣ ଲୋକମାନେ ଏହି ନାଟକ ଦେଖିବାପାଇଁ ସବୁ କାମ ଛାଡି ଘରେ ରୁହନ୍ତି । ରାମାୟଣ ପାଇଁ କେବଳ ରାମାନନ୍ଦଙ୍କର ନୁହେଁ ସେହି ନାଟକରେ ଥିବା ସବୁ କଳାକାରଙ୍କର ମଧ୍ୟ ଭାଗ୍ୟ ବଦଳି ଯାଇଥିଲା । ଏହି ନାଟକ ମାଧ୍ୟମରେ ରାମାନନ୍ଦ ରାମାୟଣର କଥା ଘରେ ଘରେ ପରିଚିତ କରାଇବାରେ ସଫଳ ହୋଇଥିଲେ ।
୨୦୦୫ ମସିହାରେ ହୋଇଥିଲା ନିଧନ
ରାମାନନ୍ଦ ନିଜର ଶେଷ ନିଶ୍ଵାସ ଡିସେମ୍ବର ୧୨, ୨୦୦୫ ମସିହାରେ ନେଇଥିଲେ । ରାମାନନ୍ଦଙ୍କ ଜୀବନ କାହାଣୀ ଯୁବ ସମାଜ ପାଇଁ ପ୍ରେରଣାଦାୟକ ଥିଲା ଓ ତାଙ୍କ ଜୀବନ କାହାଣୀରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଏହାହିଁ ଥିଲା ରାମାନନ୍ଦଙ୍କ ଜୀବନ କାହାଣୀ ।