ଏସବୁ ରୋଗକୁ ଚୁଟକି ରେ ଭଲ କରିଦିଏ ହେଙ୍ଗୁ ପାଣି, ଜାଣନ୍ତୁ ହେଙ୍ଗୁ ପାଣି ପିଇବାର ଫାଇଦା

ହେଙ୍ଗୁର ବାସ୍ନା ବହୁତ ସତେଜ ହୋଇଥାଏ ଓ ଏହାକୁ ଖାଦ୍ୟରେ ପକାଇଲେ ଖାଦ୍ୟର ସ୍ଵାଦ ବଢିଯାଇଥାଏ । ଏହା ସହ ହେଙ୍ଗୁ ଶରୀର ପାଇଁ ବହୁତ ଭଲ ଅଟେ । ଏହା ଖାସ କରି ପେଟ ପାଇଁ ଚମତ୍କାରୀ ହୋଇଥାଏ । ହେଙ୍ଗୁର ପାଣି ପିଇଲେ ଶରୀରରେ ବହୁତ ପ୍ରକାରର ଲାଭ ମିଳିଥାଏ । ସେଥିପାଇଁ ଆପଣମାନଙ୍କୁ ହେଙ୍ଗୁର ପାଣି ପିଇବା ଉଚିତ । ଆସନ୍ତୁ ଜାଣିବା ହେଙ୍ଗୁର ପାଣି ପିଇଲେ କଣ ସବୁ ଲାଭ ମିଳିଥାଏ ।

କବ୍ଜକୁ କରେ ଦୂର

କବ୍ଜ ହୋଇଥିଲେ ଆପଣ ହେଙ୍ଗୁର ପାଣି ପିଅନ୍ତୁ । ହେଙ୍ଗୁର ପାଣି ପିଇଲେ କବ୍ଜରୁ ମୁକ୍ତି ମିଳିଥାଏ । ଗୋଟିଏ ଗ୍ଳାସ ଉଷୁମ ପାଣିରେ ଅଳ୍ପ ହିଙ୍ଗ ପାଉଡର ମିଶାନ୍ତୁ । ଏହି ପାଣିକୁ ରାତିରେ ଶୋଇଲା ପୂର୍ବରୁ ପିଅନ୍ତୁ, ଆପଣଙ୍କର କବ୍ଜ ଦୁର ହୋଇଯିବ ।

ଭୋକ ନହେବାର ସମସ୍ୟା ହେବ ଦୁର

ଯେଉଁ ଲୋକମାନଙ୍କୁ ଭୋକ ଲାଗୁନି ସେମାନେ ହେଙ୍ଗୁର ପାଣି ପିଅନ୍ତୁ । ଏହା ଛଡା ଆପଣ ହେଙ୍ଗୁକୁ ଘିଅରେ ମିଶାଇ ବି ଖାଇପାରନ୍ତି । ଏହା ଦ୍ଵାରା ଭୋକ ନହେବାର ସମସ୍ୟା ଦୂର ହେଇଯିବ ।

କାନର କଷ୍ଟ ହେବ ଦୁର

କାନରେ ହେଉଥିବା କଷ୍ଟ ପାଇଁ ଆପଣ ହେଙ୍ଗୁ ର ତେଲକୁ ଟିକେ ଗରମ କରିଦିଅନ୍ତୁ ଓ ଏହାକୁ ତୁଳା ମାଧ୍ୟମରେ କାନରେ ପକାନ୍ତୁ । ଦିନକୁ ତିନି ଥର ହେଙ୍ଗୁ ର ତେଲକୁ କାନରେ ପକାଇଲେ କାନର କଷ୍ଟ ଦୂର ହୋଇଥାଏ ।

ଘା ହେଇଯିବ ଠିକ

ଦୁର୍ଘଟଣା ହେବା ଦ୍ଵାରା ହୋଇଥିବା ଘା’କୁ ହିଙ୍ଗ ଦ୍ଵାରା ଠିକ କରିହେବ । ଘା’ ଉପରେ ହେଙ୍ଗୁର ଲେପ ଲଗାନ୍ତୁ ଏହା ଭଲ ହୋଇଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ହେଙ୍ଗୁର ପାଉଡରରେ ଘିଅ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ । ଏହା ପରେ ଏହି ଲେପକୁ ଘା’ରେ ଲଗାନ୍ତୁ ।

କ୍ୟାବିଟି ହେବ ଦୂର

ଦାନ୍ତରେ ହେଉଥିବା କ୍ୟାବିଟିକୁ ଦୂର କରିବା ପାଇଁ ଆପଣ ହେଙ୍ଗୁକୁ ବ୍ୟବହାର କରିପାରିବେ । କ୍ୟାବିଟି ହୋଇଥିଲେ ଆପଣ ହେଙ୍ଗୁ ପାଣିରେ କୁଳି କରନ୍ତୁ । ଏହା ଦ୍ଵାରା କ୍ୟାବିଟି ଦୂର ହୋଇଯିବ ।

ପେଟ ଯନ୍ତ୍ରଣା ହେବ ଦୂର

ହେଙ୍ଗୁ ପାଣି ପିଇବା ଦ୍ଵାରା ପେଟର ଯନ୍ତ୍ରଣା ଦୂର ହୋଇଥାଏ । ଛୋଟ ପିଲାମାନଙ୍କ ପେଟରେ ଯନ୍ତ୍ରଣା ହେଲେ ହେଙ୍ଗୁକୁ ଦେଶି ଘିଅରେ ମିଶାଇ ପିଲାଙ୍କ ପେଟରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ପେଟ କଷ୍ଟ ଦୂର ହୋଇଯିବ ।

ଗ୍ୟାସରୁ ମିଳିବ ମୁକ୍ତି

ପେଟରେ ଗ୍ୟାସର ସମସ୍ୟା ଦୂର କରିବା ପାଇଁ ହେଙ୍ଗୁ ପାଣି ପିଅନ୍ତୁ । ଏହା ଦ୍ଵାରା ଗ୍ୟାସର ସମସ୍ୟାକୁ ଦୂର କରାଯାଇ ପାରିବ ।