ରଜ ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 7 କାମ, ନଚେତ ଘରେ ହୋଇଯିବ ଏହି ସବୁ ଅନିଷ୍ଟ, ବିଶେଷ କରି ମହିଳାମାନେ ଜାଣି ରଖନ୍ତୁ

ଜ୍ଯୋତିଷ ଅନୁସାରେ ସୂର୍ଯ୍ୟ ବୃଷ ରାଶିରୁ ବାହାରି ମିଥୁନ ରାଶିକୁ ପ୍ରବେଶ କରିବାର ତିନିଦିନ ରଜପର୍ବ ପାଳନ କରାଯାଏ । ସୂର୍ଯ୍ୟ ମୃଗଶିରା ନକ୍ଷତ୍ରରେ ରହୁଥିବା ତିନିଦିନକୁ ରଜ କୁହା ଯାଉଥିବା ବେଳେ ଧର୍ମଶାସ୍ତ୍ର ଅନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ଦିନଠାରୁ ଯଥାକ୍ରମେ ଚଣ୍ଡାଳି, ବ୍ରହ୍ମଘାତିନୀ ଓ ରଜକୀୟ ହୋଇଥାଏ । ଚତୁର୍ଥ ଦିନରେ ସୁତ୍ରା ଓ ପ୍ନାଚ୍ମ ଦିନରେ ଭ୍ରମଣଯୋଗ୍ୟ ହୋଇଥାଏ । ତେଣୁ ଶସ୍ତ୍ର ଅନୁସାରେ ରଜପର୍ବ ବେଳେ ଭୁଲରେ ଏହିସବୁ କମ କରିବା ଉଚିତ ନୁହେଁ ।

ରଜପର୍ବ ଦିନ କିଛି ବିଶେଷ ନିୟମ ରହିଛି ଯାହା ପାଳନ କରିବାକୁ ପଡିଥାଏ । ନଚେତ ଏହା ଯୋଗୁଁ ଘରର ଆର୍ଥିକ ସ୍ଥିତି ବିଗିଡି ଯାଇଥାଏ । ଶାସ୍ତ୍ର ଅନୁସାରେ ରଜପର୍ବର ଚାରିଦିନ କୁମାରୀମାନେ ମାଟି ଉପରେ ଭୁଲରେ ବି ଖାଲି ପାଦରେ ଚାଲିବ ଉଚିତ ନୁହେଁ । ଏଥିପାଇଁ କୁମାରୀମାନେ ଚପଲ ପିନ୍ଧି କିମ୍ବା କଦଳୀ ପତ୍ରରେ ଗୋଡ ଦେଇ ଚାଲିପାରିବେ । ଏହି କାରଣରୁ ଦୋଳିର ବ୍ୟବସ୍ଥା ମଧ୍ୟ କରା ଯାଇଥାଏ ।

ଦ୍ଵିତୀୟରେ ଏହିଦିନ କୃଷକମାନେ ତିନିଦିନ ଧରି ଧରଣୀ ମାତାଙ୍କୁ ବିଶ୍ରାମ ଦେବାକୁ ହୋଇଥାଏ । ସେଥିପାଇଁ ଭୁଲରେ କେଉଁ ସ୍ଥାନରେ ମାଟି ଖୋଳିବା କାର୍ଯ୍ୟ କରିବା ଉଚିତ ନୁହେଁ । ଏହି ତିନିଦିନ ବସୁଧା ମା’ ରଜସ୍ଵୀଳା ହୋଇଥାନ୍ତି, ସେ ପ୍ରଜନନକ୍ଷମ ହେବା ଆଗରୁ ତାଙ୍କୁ ବିଶ୍ରାମ ଦେବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ତୃତୀୟରେ ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳାଇବା ମଧ୍ୟ ନିଷେଧ ହୋଇଥାଏ । ତେଣୁ ରଜପର୍ବ ଦିନ ବିଭିନ୍ନ ପ୍ରକାରର ପିଠାପଣା ବିଶେଷ କରି ପୋଡପିଠା ତିଆରି କରି ରଖନ୍ତୁ । ତେଣୁ ଏହିଦିନ ଚୁଲି ନ ଲଗାଇ ପୂର୍ବରୁ ତିଆରି କରି ରଖିଥିବା ପିଠାପଣା ଖାଆନ୍ତୁ । ଚତୁର୍ଥରେ ରଜ ସଂକ୍ରାନ୍ତି ସମୟରେ ଆପଣ ଭୁଲରେ ପିଆଜ ରସୁଣ କିମ୍ବା ଆମିଷ ସେବନ କରନ୍ତୁ ନାହିଁ । କାରଣ ଏହିସବୁ ତାମସିକ ଖାଦ୍ଯ ରଜପର୍ବ ବେଳେ ଭୋଜନ କରିବା ନିଷେଧ ରହିଛି ।

ପଞ୍ଚମରେ ହେଉଛି ଆପଣ ରଜ ସଂକ୍ରାନ୍ତି ବେଳେ ନିଜ କଥା କହିବ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏହାସହ ସେହିଦିନ ରାଗନ୍ତୁ ନାହିଁ କି କୌଣସି ବ୍ୟକ୍ତିଙ୍କ ସହ କଳିଝଗଡା ମଧ୍ୟ କରନ୍ତୁ ନାହିଁ । ଆପଣ କାହାକୁ ଖରାପ ବ୍ୟବହାର ଦେଖନ୍ତୁ ବରଂ ସବୁ ଲୋକଙ୍କ ସହ ଭଲ ବ୍ୟବହାର କରନ୍ତୁ ।

ଷଷ୍ଠରେ ରଜ ସଂକ୍ରାନ୍ତି ଦିନ ଯଦି ଆପଣଙ୍କ ଘରକୁ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ଭିକାରି ଆସୁଛନ୍ତି ଆପଣ ତାଙ୍କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ, ନଚେତ କିଛି ଅବଶ୍ୟ ଦାନ ଦିଅନ୍ତୁ । ସପ୍ତମରେ ଏହି ସମୟରେ ଭୁଲରେ ବି ଚୁଟି କିମ୍ବା ନଖ ଆଦି କାଟନ୍ତୁ ନାହିଁ ଏବଂ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ ।

ରଜ ସଂକ୍ରାନ୍ତି ଦିନ ଏହିସବୁ ଭୁଲ କାମ କରିବା ଦ୍ଵାରା ଅର୍ଥ ଅଭାବ ହେବା ସହ ଘରେ ଅଶାନ୍ତି ଲାଗି ରହିବ । ତେଣୁ ଏବେଠୁ ସାବଧାନ ହୋଇଯାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।