ସିଂହ ରାଶି (Leo) June 2022 ମାସିକ ରାଶିଫଳ, ମାସଟି କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ସିଂହ ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ସିଂହ ରାଶିର ଅଧିପତି ହେଉଛନ୍ତି ରବି ଗ୍ରହ ଓ ଏହା ଏକ ଅଗ୍ନିତତ୍ତ୍ଵର ରାଶି । ତେଣୁ ଏହି ରାଶିର ଜାତକ କ୍ରୋଧୀ, ସ୍ପଷ୍ଟବାଦୀ, ନିର୍ଭୀକ, ସ୍ବାଭିମାନୀ ଏବଂ ବହୁତ ଜିଦଖୋର ହୋଇଥାନ୍ତି । ଏମାନେ ନିଷ୍ପତ୍ତି ନେବାରେ ପାରଙ୍ଗମ ଓ ପରୋପକାରୀ ମଧ୍ୟ ହୋଇଥାନ୍ତି । ଏମାନେ ଯାହା କୁହନ୍ତି ତାହା କରନ୍ତି ଓ ରାଜକୀୟ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏମାନେ କାହା ଆଗରେ ମୁଣ୍ଡ ନୁଆଁନ୍ତିନାହିଁ କି ହାତ ପତାନ୍ତିନାହିଁ ।

ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି କମଳା ଏବଂ ହଳଦିଆ । ରାଶିର ଶୁଭବାର ହେଉଛି ରବିବାର ଏବଂ ବୁଧବାର । ଶୁଭଦେବତା ହେଉଛନ୍ତି ଭଗବାନ ସୂର୍ଯ୍ୟଦେବ ଓ ଶୁଭଦେବୀ ହେଉଛନ୍ତି ମାତାଙ୍ଗୀ । ଶୁଭସଂଖ୍ୟା ହେଉଛି ୧ ଏବଂ ପ୍ରତ୍ଯେକ ମାସର ୧, ୧୦, ୧୯, ୨୮ ତାରିଖ ହେଉଛି ଶୁଭ ।

ସିଂହ ରାଶି ଲୋକଙ୍କ ପାଇଁ ୨୦୨୨ ଜୁନ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । କିଛି କ୍ଷେତ୍ରରେ ସଫଳତା ମିଳିବ ଓ କିଛି କ୍ଷେତ୍ରରେ ସମସ୍ଯାର ସାମ୍ନା କରିବାକୁ ପଡିପାରେ । ଛାତ୍ରଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ହେବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ । ଗ୍ରହଙ୍କ ଶୁଭ ସ୍ଥିତି ଯୋଗୁଁ କାର୍ଯ୍ୟକୁ ନେଇ ନୂଆ ନୂଆ ଯୋଜନା କ୍ରିୟାନ୍ଵିତ କରିବାରେ ସଫଳ ହେବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ ଓ ଉଚ୍ଚଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ ।

କିନ୍ତୁ କାର୍ଯ୍ୟକ୍ଷେତ୍ରରେ ବିବାଦ ଉତ୍ପନ୍ନ ହୋଇପାରେ ଏଥିପାଇଁ ସଚେତନ ରୁହନ୍ତୁ । ବ୍ୟବସାୟୀମାନଙ୍କ ପାଇଁ ମାସଟି ବେଶ ଲାଭଦାୟକ ରହିବ । ବ୍ୟବସାୟରେ ବିସ୍ତାର କରିବାରେ ଆପଣ ସକ୍ଷମ ହେବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ ଓ ସଞ୍ଚୟରେ ବୃଦ୍ଧି ହେବ ।

ପୈତୃକ ସମ୍ପତ୍ତିରୁ ମଧ୍ୟ ପୂର୍ଣ୍ଣ ଲାଭ ପ୍ରାପ୍ତି ହେବ । ପୂର୍ବରୁ ଦେଇଥିବା ଧନ ଆପଣ ପୁନଃ ଫେରିପାଇବେ । ପ୍ରେମଜୀବନ ଦୃଷ୍ଟିରୁ ମାସଟି ସାମାନ୍ଯ ରହିବ, ପ୍ରେମୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ । ତେଣୁ ନିଜ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ । ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତୁ ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ପ୍ରତ୍ଯେକ ଦିନ ସକାଳୁ ଉଠି ବାପାମା’ଙ୍କୁ ପ୍ରଣାମ କରନ୍ତୁ ଓ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।