ବ୍ରିଜ ଉପରେ ଘୁରି ବୁଲୁଥିବା Bishnu ର ଆତ୍ମା ପଥିକଙ୍କୁ ପଚାରୁଛି, “ମୋତେ ନ୍ୟାୟ କେବେ ମିଳିବ ?” ଦଳିତ ପୁଅର ଏହି କରୁଣ ପ୍ରେମ କାହାଣୀ ଶୁଣିଲେ ଆପଣ ବି କୋହ ରୋକିପାରିବେ ନାହିଁ

ନିମାପଡା ଦହିଜଙ୍ଗ ବ୍ରିଜ ଉପରେ ବିଷ୍ଣୁ ଘୁରିବୁଲୁଛି ଆଉ ସେଇ ବାଟ ଦେଇ ଯାଉଥିବା ଲୋକଙ୍କୁ “ମୋତେ ନ୍ୟାୟ କେବେ ମିଳିବ ?” ବୋଲି ପଚାରୁଛି । ତାକୁ ଉତ୍ତର ନଦେଇ ପଥିକମାନେ ଧାଇଁ ପଳାଉଛନ୍ତି । ତେବେ ଏହି ବିଷ୍ଣୁ କିଏ ? ଦିନେ ରାତିଅଧରେ ବିଷ୍ଣୁ ପାଖକୁ ପ୍ରେମିକର କଲ୍ ଆସେ, ‘ଧନ ଘର ପାଖକୁ ଆସ ଦେଖା କରିବା’ । ପ୍ରେମିକାକୁ ଦେଖାକରିବା ପାଇଁ ବିଷ୍ଣୁ ଘରୁ ବାହାରି ଯାଏ କିନ୍ତୁ ସକାଳୁ ପୋଲ ତଳୁ ମିଳେ ତା’ର ମୃତଦେହ ।

ଦଳିତର ପ୍ରେମ କାହାଣୀ କିପରି ପାଦତଳେ ଦଳି ହୋଇ ମରିଯାଏ ଏ ହେଉଛି ତା’ର ନିଛକ ଉଦାହରଣ । ଦଳିତ ବୋଲି ପ୍ରେମ କରିବାର କିମ୍ବା ନ୍ୟାୟ ପାଇବାର ଅଧିକାର ନାହିଁ ବୋଲି ଏହା କହୁଛି । ଦଳିତ ମାନଙ୍କ ପାଇଁ ନ୍ୟାୟର ନିକିତି ଶକ୍ତିହୀନ ହୋଇଯାଇଛି । ପୁରୀ ଜିଲ୍ଲା ନିମାପଡା ପୌର ପରିଷଦ ଦକ୍ଷିଣ ସାହିରେ ଅନ୍ୟାୟ ଜିତିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାକୁ ଏକ ବର୍ଷ ବିତିଗଲା ହେଲେ ବାପମା’ଙ୍କୁ ନ୍ୟାୟ ମିଳିଲାନି ।

ପୁଅ ତ ଗଲା ଓ ନ୍ୟାୟ ବି ମିଳିଲାନି ତେଣୁ ଏ ଜୀବନ ରହି ଆଉ ଲାଭ ନାହିଁ ଆମେ ବି ମରିବୁ ବୋଲି କହୁଛନ୍ତି ବିଷ୍ଣୁଙ୍କ ପିତାମାତା । ବିଷ୍ଣୁଙ୍କ ପ୍ରେମିକା, ତାଙ୍କ ବାପା ଓ ଦାଦା ମିଶି ବିଷ୍ଣୁଙ୍କୁ ମାରି ତଳେ ପକାଇ ଦେଇଥିଲେ । ଏନେଇ ଏତଲା ଦେଇ ରାଲି କରି ଯେତେ ଦୌଡିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲାନି । ତେଣୁ ବୃଦ୍ଧ ବାପାମା’ ଏବେବି କାନ୍ଦୁଛନ୍ତି । ଦଳିତ ବୋଲି କଣ ତାଙ୍କ ପାଇଁ ନ୍ୟାୟ ନାହିଁ ? ପ୍ରଶାସନ ଆଗରେ ହାତ ଯୋଡି ଏମିତି ପ୍ରଶ୍ନ କରିଛନ୍ତି ଏହି ଦଳିତ ପରିବାର ।

ଖବର ମୁତାବକ ଦକ୍ଷିଣାସାହିର ବଳରାମ ଭୋଇଙ୍କ ପୁଅ ବିଷ୍ଣୁ ଭୋଇଙ୍କ ସହ ନିମାପଡା ଦହିଜଙ୍ଗ ଗାଁର ଏକ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଜଣକ ବିଷ୍ଣୁଙ୍କୁ ବିବାହ କରିବା ପାଇଁ ତାଙ୍କ ବିଷ୍ଣୁଙ୍କ ସହ ତାଙ୍କ ଘରକୁ ପଳାଇ ଆସିଥିଲେ । କିନ୍ତୁ ଝିଅର ପରିବାର ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଝିଅକୁ ନେଇ ପଳାଇଥିଲେ । ଏହାର କିଛିଦିନ ପରେ ଅର୍ଥାତ ୧୦ ଅଗଷ୍ଟ ୨୦୨୧ ରାତିରେ ଯୁବତୀ ବିଷ୍ଣୁଙ୍କୁ ଫୋନ କରି ତାଙ୍କ ସହ ଦେଖା କରିବାକୁ ଡ଼ାକିଥିଲେ ।

କିନ୍ତୁ ତା’ ପରଦିନ ଦହିଜଙ୍ଗ ନିକଟସ୍ଥ ଏକ ନିର୍ମାଣଧୀନ ପୋଲତଳୁ ବିଷ୍ଣୁଙ୍କ ମୃତଦେହ ମିଳିଥିଲା । ଏନେଇ ବିଷ୍ଣୁଙ୍କ ବାପା ନିମାପଡା ଥାନାରେ ଏକ ମାମଲା ରୁଜୁ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ । ନ୍ୟାୟ ଅପେକ୍ଷାରେ ଥିବା ବେଳେ ନ୍ୟାୟ ନ ମିଳିଲେ ଜୀବନ ହରିବୁ ବୋଲି ପ୍ରଶାସନକୁ ଧମକ ଦେଇଛନ୍ତି ପୁରା ଦଳିତ ପରିବାର । ଦେଖାଯାଉ ପ୍ରଶାସନ ଏମାନନକୁ ନ୍ୟାୟ ଦେଉଛି ନା ଜୀବନ ହାରିବାକୁ ଅପେକ୍ଷା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।