Raj Kundra ନିଜ ଆସୋସିଏଟ୍ସ ଙ୍କ ସହିତ ମିଶି ଖେଳିବାକୁ ଯାଉଥିଲେ ଏହି ବଡ ଗେମ୍, କିନ୍ତୁ ଠିକ ସମୟରେ ଧରିନେଲା ପୋଲିସ

ସମୟ ବିତିବା ସହ ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ମାମଲା ବିଗିଡିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କର ହ୍ଵାଟ୍ସଆପ୍ ଚାଟ ଧରାଯାଇଥିବା ଆରୋପୀ ମାନଙ୍କ ଠାରୁ ତାଙ୍କ ବିଷୟରେ ଅନେକ କଥା ଜଣା ପଡିଛି ।

ତଦନ୍ତରୁ ଜଣା ପଡିଛି ଯେ ରାଜ କୁନ୍ଦ୍ରା କିଛି ଅନ୍ୟ ଲୋକଙ୍କ ସହ ମିଶି ଲାଇଭ ପର୍ଣ୍ଣ ଷ୍ଟ୍ରିମିଂ ଶୋ ଆରମ୍ଭ କରିବାକୁ ଯୋଜନା କରୁଥିଲେ । ଏହା ସହ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହେବା ପରେ ହଟସଟ୍ ଆପ୍ ରୁ ପର୍ଣ୍ଣୋଗ୍ରାଫିକ କଣ୍ଟେଣ୍ଟ ସବୁ ଡିଲେଟ କରିବାର ଯୋଜନା ମଧ୍ୟ କରୁଥିଲେ ରାଜ କୁନ୍ଦ୍ରା । ଯାହା ଦ୍ଵାରା ସେ ପୋଲିସ କବଳରୁ ନିଜକୁ ବଞ୍ଚାଇ ପାରିବେ ।

୨୦୨୦ ମସିହାରେ ଯେତେବେଳେ ଆପଲ ଷ୍ଟୋର ଓ ପ୍ଲେ ଷ୍ଟୋରରୁ ବିଭିନ୍ନ ଆପ୍ଲିକେସନ ହଟା ଯାଇଥିଲା, ସେତେବେଳ କ୍ରାଇମବ୍ରାଞ୍ଚ କେତେକ ଓଟିଟି ପ୍ଲାଟଫର୍ମ ମାଲିକ ଓ ଡାଇରେକ୍ଟର ମାନଙ୍କୁ ଧରିଥିଲା । ସେମାନେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସ୍ତୁତ କରି ନିଜ ପ୍ଲାଟଫର୍ମରେ ପକାଉଥିଲେ ।

ଏହା ପରେ ରାଜ କୁନ୍ଦ୍ରା ନିଜ ସାଥି ମାନଙ୍କ ସହ ମିଶି ଏକ ନୂଆ ପ୍ଲାଟଫର୍ମ ଉପରେ କାମ କରିବା ଆରମ୍ଭ କରି ଦେଇଥିଲେ । ଯେଉଁଥିରେ ପର୍ଣ୍ଣ ଭିଡିଓ ଗୁଡିକର ଲାଇଭ ଷ୍ଟ୍ରିମିଂ କରାଯିବାର ଥିଲା । ସେଥିପାଇଁ ସେ ବଲି ଫେମ୍ (bolly fame) ନାମକ ଏକ ଆପ୍ ମଧ୍ୟ ତିଆରି କରିଥିଲେ ଓ ଏହି ଆପ୍ ର ବୃଦ୍ଧି ପାଇଁ ଏହି ନାମରେ ହ୍ଵାଟ୍ସଆପ୍ ଗୃପ ମଧ୍ୟ ତିଆରି କରା ଯାଇଥିଲା । ଯେଉଁଥିରେ ରାଜ କୁନ୍ଦ୍ରା ନିଜ ଭବିଷ୍ୟତ ଯୋଜନା ସବୁ କହିଥିଲେ ।

ଉମେଶ କାମତ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି କି, ପ୍ରଥମେ ଜାନୁୟାରୀ ୨୦୨୧ ରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହେବାର ଯୋଜନା ଥିଲା, କିନ୍ତୁ ପରେ ଏହି ସବୁ କାରଣରୁ ଏହାକି ପୋଷ୍ଟପନ୍ କରି ୨୦ ଫେବୃୟାରି ୨୦୨୧ କରି ଦିଆ ଯାଇଥିଲା। କିନ୍ତୁ ୭ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଲାଇଭ ପର୍ଣ୍ଣ ଷ୍ଟ୍ରିମିଂକୁ ସ୍ଥଗିତ ରଖା ଯାଇଥିଲା । ୭ ଫେବୃୟାରୀ ୨୦୨୧ ରେ ପୋଲିସକୁ ଖବର ମିଳିଥିଲା କି ମଡ ଆଇଲାଣ୍ଡ ଇଲାକାରେ ପର୍ଣ୍ଣ ଫିଲ୍ମର ସୁଟିଙ୍ଗ ଚାଲିଛି ।

ଏହା ପରେ ମୁମ୍ବାଇ ପୋଲିସ ସେହି ଇଲାକାରେ ଯାଇ ଚଢଉ କରିଥିଲା । ସେଠାରୁ ଅଭିନେତ୍ରୀ ଗେହାନା ବସିଷ୍ଠଙ୍କ ସମେତ ଆଉ ଚାରି ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗେହନା, ଉମେଶ କାମତଙ୍କ ନାମ ନେବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ଓ ଉମେଶ ରାଜ କୁନ୍ଦ୍ରାଙ୍କ ନାମ ନେଇଥିଲେ ପୋଲିସ ଆଗରେ । ଏହି ପ୍ରକାରେ ରାଜ କୁନ୍ଦ୍ରାଙ୍କ ନାମ ଆସିଥିଲା ପୋଲିସ ଆଗରେ ।

ଉମେଶ କାମତ ଆହୁରି ମଧ୍ୟ କହିଥିଲା କି ସେ ରୋୱନ ଖାନଙ୍କ ନିର୍ଦେଶରେ ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ପର୍ଣ୍ଣ ଭିଡିଓ କିଣୁଥିଲେ ଓ ରୋୱନ ଖାନ, ରାଜ କୁନ୍ଦରାଙ୍କ ନିର୍ଦେଶରେ କାମ କରୁଥିଲା। ଏବେ ରୋୱନ ମଧ୍ୟ ପୋଲିସ କବ୍ଜାରେ ଅଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ପୋଲିସ ତାଙ୍କ ଅଫିସରେ ଛାନଭିନ କରିଥିଲା, ଯେଉଁଠୁ ପୋଲିସକୁ ତାଙ୍କ ହ୍ଵାଟ୍ସଆପ୍ ଚାଟ, ଇମେଲ, ଆଗ୍ରିମେଣ୍ଟ ପେପର ଓ ବ୍ଯାଙ୍କ ଆକାଉଣ୍ଟ ଡିଟେଲ ସବୁ ମିଳିଛି । ଏବେ ସେଗୁଡିକୁ ଯାଞ୍ଚ କରୁଛି ପୋଲିସ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ