ଓଡିଆ ପୁଅଙ୍କ କମାଲ ! ଦେଶୀ ବାଇକ, ରହିବନି ଆଉ ପେଟ୍ରୋଲ ଚିନ୍ତା, ୧୦ ଟଙ୍କାରେ ଗଡିବ ୧୩୦ କିମି ! ଜାଣନ୍ତୁ ଏହି ଦେଶୀ ବାଇକର ପୂରା ଫିଚର୍ସ କଣ ?

ପେଟ୍ରୋଲ ପଡିବନି କି ବାୟୁ ମଣ୍ଡଳ ମଧ୍ୟ ଦୂଷିତ ହେବ ନାହିଁ । ଦୁଇ ମିନିଟ ଚାର୍ଜ କଲେ ବା ମାତ୍ର ୧୦ ଟଙ୍କା ଖର୍ଚ୍ଚ କଲେ ୧୩୦ କିମି ଚାଲିବ ଏହି ବାଇକ । କିଛି ଏଭଳି କମାଲ କରି ଦେଖାଇଛନ୍ତି ତିନି ଓଡିଆ ପୁଅ ବା ତିନି ଭାଇ । ସେମାନେ ମିଶି ନିର୍ମାଣ କରିଛନ୍ତି ଏହି ଦେଶୀ ବାଇକ ।

ଲକଡାଉନ ସମୟରେ ଏହି ବାଇକ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଅଛନ୍ତି ବାଲେଶ୍ଵର ସୁନ୍ଦୁରୀ ଅଞ୍ଚଳର ରହି ତିନି ଭାଇ । ବାଇକ ଦେଖିବାକୁ ଯେପରି ଆକର୍ଷଣୀୟ ହୋଇଛି ତା ଫିଚର ମଧ୍ୟ ସେହିଅପରି ଦମଦାର ରହିଛି । ତେବେ ପେଟ୍ରୋଲ ଦର ହୁହୁ ହୋଇ ବଢୁଥିବା ବେଳେ ବାଲେଶ୍ଵରର ଏହି ତିନି ଭାଇ ଶଙ୍କର, ଶମ୍ଭୁ ଓ ଶିବଜୀ ଏହି ଦେଶୀ ବାଇକ ନିର୍ମାଣ କରିଛନ୍ତି । ଏହି ବାଇକ ଗୁଡିକ ହେଉଛି ଇଲେକ୍ଟ୍ରିକ ବାଇକ ।

ଏହି ବାଇକ ଗୁଡିକ ଏବେ ଯୁବଗୋଷ୍ଠୀଙ୍କୁ ଖୁବ ଆକର୍ଷିତ କରୁଛି । ଭବିଷ୍ୟତରେ ମାର୍କେଟକୁ ଏହିପରି ଇଲେକ୍ଟ୍ରିକ ଗାଡି ଆସିବାକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ଏହି ତିନି ଭାଇ ଏପରି ବାଇକ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲେ । ତେବେ ଏଇ ଲକଡାଉନ ସମୟରେ ଏହାକୁ ନିର୍ମାଣ କରିବା ପାଇଁ ତାଙ୍କୁ ଯଥେଷ୍ଟ ସମୟ ମିଳି ଯାଇଥିଲା । ଏହି ବାଇକ ବାୟୁ ପ୍ରଦୂଷଣ କରିବ ନାହିଁ କି ଶବ୍ଦ ପ୍ରଦୂଷଣ ମଧ୍ୟ କରିବ ନାହିଁ ।

ଏହି ବାଇକର ସବୁଠୁ ବଡ ଫାଇଦା ହେଉଛି ଏହା ମାତ୍ର ଅଳ୍ପ ସମୟ ଚାର୍ଜ ହୋଇ ଅନେକ ବାଟ ଚାଲି ପାରିବ । ଯାହା ଫଳରେ ଆପଣଙ୍କ ତେଲ ଖରଚ ବଞ୍ଚିଯିବ ଓ ଅଳ୍ପ ସମୟ ଚାର୍ଜ ହେଉଥିବାରୁ ଇଲେକ୍ଟ୍ରି ମଧ୍ୟ ଅଧିକ ଖର୍ଚ୍ଚ ହେବ ନାହିଁ । ଏହି ବାଇକକୁ ନିର୍ମାଣ କରିବାକୁ ମଧ୍ୟ ବହୁତ କମ ଖର୍ଚ୍ଚ ହୋଇଛି । ତେବେ ଏହି ବାଇକ ଚଲାଉ ଥିବାରୁ ଏହି ତିନି ଭାଇଙ୍କୁ ଆଉ ପେଟ୍ରୋଲ ପମ୍ପ ଯିବାକୁ ପଡୁ ନାହିଁ ଓ ବହୁତ ଟଙ୍କା ବଞ୍ଚାଇ ପାରୁଛନ୍ତି ବୋଲି ସେ କହିଛନ୍ତି ।

ତେବେ ଏ ସବୁ ମଧ୍ୟରେ ଏହି ବାଇକ ପାଇଁ ଏବେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରେଜ ବଢିଲାଣି ଓ କିଛି ଲୋକ ମଧ୍ୟ ଏହି ବାଇକ ପାଇଁ ଏବେ ଅର୍ଡର ମଧ୍ୟ କରିଲେଣି । ତେବେ ଛୋଟ ବାଇକ ଗୁଡିକ ରାସ୍ତାକୁ ଆଣିବାରେ ଏତେଟା ସମସ୍ଯା ନା ଥିଲେ ମଧ୍ୟ ବଡ ବାଇକ ଗୁଡିକର ବିକ୍ରି ପାଇଁ ଅନେକ କାଗଜପତ୍ରର ଆବଶ୍ୟକତା ରହିଛି ।

ତେଣୁ ଏଥିପାଇଁ ସରକାରଙ୍କ ସହଯୋଗ ମିଳିଲେ ଆହୁରି କମ ଟଙ୍କାରେ ଏପରି ବାଇକ ଯୋଗାଇ ଦେବୁ ବୋଲି କହିଛନ୍ତି ତିନି ଭାଇ । ତେବେ ଏହି ତିନି ଭାଇଙ୍କ ଏହି ଦେଶୀ ବାଇକକୁ ଲୋକେ ଖୁବ ପସନ୍ଦ କରୁଥିବା ବେଳେ, ଭବିଷ୍ୟତରେ ନିଶ୍ଚୟ ଏହି ତିନି ଓଡିଆ ପୁଅ ଏହିପରି ବାଇକ ଲୋକଙ୍କୁ ମଧ୍ୟ ଯୋଗାଇ ପାରିବେ ବୋଲି ଆମେ ଆଶା କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।