Raimohan ଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ବରିଷ୍ଠ ଅଭିନେତା Ashrumochan, କାନ୍ଦି କାନ୍ଦି କହିଲେ କିଛି ଏମିତି… ଦେଖନ୍ତୁ Video

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁରେ ସାରା ଓଡିଶା ମ୍ରିୟମାଣ ହୋଇପଡିଛି । ବଡ ବଡ ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ରାଇମୋହନଙ୍କ କଥା କହି କାନ୍ଦି ପକାଉଛନ୍ତି । ସେ ଜଣେ ବହୁତ ଶାନ୍ତ ଓ ଉଦାର ହୃଦୟ ବ୍ୟକ୍ତି ଥିଲେ । ନଡିଆ ଭଳି ଥିଲା ତାଙ୍କ ସ୍ଵଭାବ । ଉପରକୁ ଟାଣ ଦେଖା ଯାଉଥିଲେ ମଧ୍ୟ ସେ ଭିତରୁ ବହୁତ ନରମ ଥିଲେ ।

ତାଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିବା ବେଳେ ସସେଠାରେ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ନିସ୍ତବ୍ଧ ହୋଇ ଯାଇଛନ୍ତି ଅଶ୍ରୁମୋଚନ । ଭାବବିହ୍ଵଳ ହୋଇ ସେ ମଧ୍ୟ ସେହି ସମାନ କଥା କହିଛନ୍ତି କି ସେ ବିଶ୍ବାସ କରି ପାରୁନାହାନ୍ତି । ଅଶ୍ରୁମୋଚନ ଆଖି ଛଳଛଳ କରି କାନ୍ଦି ପକାଇଛନ୍ତି ।

ସେ ଏତେ ଦୁଃଖିତ ହୋଇ ଯାଇଛନ୍ତି ଯେ ଠିକ ଭାବେ କଥା ମଧ୍ୟ କହି ପାରୁ ନଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ସେ ରାଇମୋହନଙ୍କ ସହ କଥା ହୋଇଥିବା କହିଛନ୍ତି । ରାଇମୋହନଙ୍କର ଗୋଟିଏ ଫାର୍ମ ହାଉସ କରିବାକୁ ବହୁତ ଇଚ୍ଛା ଥିଲା ଓ ସେ ଜାଗା ନେଇ ଏକ ଆଶ୍ରମ କରିବା କଥା ମଧ୍ୟ ଚିନ୍ତା କରୁଥିଲେ ।

ଏପରିକି ତାଙ୍କ ପୁରୀସ୍ଥିତ ବାସଭବନକୁ ସେ ସଜାଡି ଦେଇଥିବା କହିଥିଲେ । ଏତେ ସବୁ କଥା ଜଣେ ଯୋଜନା କରିଥିଲେ ଓ ଗତ ଗତ ରାତିରେ ଏନେଇ କଥା ହୋଇଥିଲେ । ଆଉ ଏସବୁ ପରେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ସେ ଭାବି ପାରୁନାହାନ୍ତି । ଅଶ୍ରୁମୋଚନ କଥା କହିବା ବେଳେ ତାଙ୍କ ପାଟି ବାଜି ଯାଉଛି ।

କଳାକାର ମାନଙ୍କୁ ଠାକୁର କେତେବେଳେ କେଉଁ ଅବସ୍ଥାକୁ ନେଉଛନ୍ତି ସେ ଜାଣି ନାହାନ୍ତି ବୋଲି କହିଛନ୍ତି । କରୋନା ସମୟରେ ଅନେକ କଳାକାର ଚାଲିଗଲେ ଆଉ ତା’ପରେ ବିନା କାରଣରେ ଏଭଳି ମୃତ୍ୟୁ ସବୁକୁ ସେ ଗ୍ରହଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।