ଦେଖନ୍ତୁ Raimohan ଙ୍କ ଘର ଓ ପରିବାର, ସେ ଚାଲିଯିବା ପରେ ବି ଜୀବନ୍ତ ରହିଛନ୍ତି ତାଙ୍କ ସମ୍ମାନ ଓ ସମ୍ବର୍ଦ୍ଧନା

କଳାକାର ଦୁନିଆ ଛାଡି ଚାଲି ଯାଆନ୍ତି କିନ୍ତୁ ତାଙ୍କ କଳା ଯୁଗ ଯୁଗକୁ ଅମର ରୁହେ । ସେ ଛାଡି ଯାଇଥିବା କଳା ଓ ସ୍ମାରକୀ ପତ୍ର ସବୁ ସୂଚାଇ ଥାଏ କି କଳାକାର କେତେ ମହାନ ଥିଲେ । ମୃତ ହୋଇ ବି ଅମର ହୋଇଯାନ୍ତି ମହାନ କଳାକାର ମାନେ । ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଓଡିଆ ଫିଲ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ରାଇମୋହନ ପରିଡା । ସେ ଜଣେ ଉଚ୍ଚକୋଟିର କଳାଳାର ଥିଲେ । ତାଙ୍କ ଜୀବନ୍ତ ଅଭିନୟ ସବୁକୁ ଆଜି ବି ଦର୍ଶକେ ମନେ ରଖିଛନ୍ତି ।

ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନରେ ନିଜର ଅନେକ ଚରିତ୍ର ସବୁ ସେ ଛାପ ଛାଡି ଯାଇଛନ୍ତି । ତେଣୁ ଏଭଳି ଜଣେ ମହାନ କଳାକାରଙ୍କ ମୃତ୍ୟୁରେ ଆଜି ସାରା ଓଡିଶା କାନ୍ଦୁଛି । ତାଙ୍କ ପରି ଜଣେ ମହାନ ଓଲିଉଡ ଆଜି ସବୁ ଦିନ ପାଇଁ ହରେଇ ଦେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ରାଇମୋହନ ଆତ୍ମହତୟଆ କରିଛନ୍ତି । ତେବେ ସେ କଣ ପାଇଁ ଆତ୍ମହତୟଆ ଭଳି ଚରମ ପଦକ୍ଷେପ ନେଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କୌଣସି ପାରିବାରିକ କଳହ କିମ୍ବା ଆର୍ଥିକ ସ୍ଥିତିକୁ ନେଇ ସେ ଆତ୍ମହତୟଆ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ ସିନା ନାହାନ୍ତି ହେଲେ ଛାଡି ଯାଇଛନ୍ତି ତାଙ୍କର ସ୍ମୃତି । ତାଙ୍କ ଘରେ ତାଙ୍କର ଅଭିନୟ ଜୀବନର ସବୁ ପୁରସ୍କାର ଓ ସମ୍ମାନ ରହିଯାଇଛି । ତାହା ତାଙ୍କ ଗୌରବର ଗାଥା ଚିରଦିନ ପାଇଁ ଗାଉଥିବ ।

ରାଇମୋହନଙ୍କ ପରିବାର ମଧ୍ୟ ତାଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛନ୍ତି । ରାଇମୋହନ ତାଙ୍କ ପ୍ରିୟା ଚଷମା ଟିକୁ ମଧ୍ୟ ଛାଡି ଯାଇଛନ୍ତି । ସେହି ଚଷମା ରାଇମୋହନ ସବୁବେଳେ ପିନ୍ଧୁଥିବା ଆପଣ ମଧ୍ୟ ଦେଖିଥିବେ । ସେହି ଚଷମା ସେ ଯୁଆଡେ ଯାଆନ୍ତି ସବୁଆଡେ ପିନ୍ଧନ୍ତି । ସେ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ।

ଯାହା ତାଙ୍କ ଘରେ ଆଜି ବି ଗର୍ବର ସହ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ତେବେ ରାଇମୋହନ କଣ ପାଇଁ ଆତ୍ମହତୟଆ କଲେ ତାହା ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।