ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Raimohan Parida, ମିଡିଆ ସାମ୍ନାରେ ତାଙ୍କ କହିବା ବେଳେ ଭୋ ଭୋ ହୋଇ କାନ୍ଦିଲେ ଅଭିନେତ୍ରୀ Ushasi Mishra

ଓଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଓ ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡା ଯେ ଆଉ ଆମ ଗହଣରେ ନାହାନ୍ତି ଏକଥା କେହି ବି ବିଶ୍ବାସ କରି ପାରୁନାହାନ୍ତି । ରାଇମୋହନ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ସୁଇସାଇଡ କରିଛନ୍ତି । କେବଳ ଓଲିଉଡ ନୁହେଁ ବରଂ ଚଳଚ୍ଚିତ୍ର ଜଗତରେ କେହି ବି ବିଶ୍ବାସ କରି ପାରୁ ନାହାନ୍ତି କି ତାଙ୍କ ଭଳି ଜଣେ ମହାନ କଳାକାର ଏଭଳି ପଦକ୍ଷେପ ନେଇଥିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ନିଜେ ଆତ୍ମହତ୍ୟା କରିଛନ୍ତି ଏକଥା କେହି ବି ସହଜରେ ଗ୍ରହଣ କରି ପାଉନାହାନ୍ତି ।

ସାରା ଓଡିଶାରେ ଘରେ ଘରେ ସେ ପରିଚିତ । ତାଙ୍କ ଦୀର୍ଘ ବର୍ଷର ଫିଲ୍ମ ତଥା ଅଭିନୟ କ୍ଯାରିୟର ମଧ୍ୟରେ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଅଭିନୟ ମାଧ୍ୟମରେ ସେ ଘରେ ଘରେ ଲୋକଙ୍କ ମନରେ ନିଜ ଛାପ ଛାଡି ଯାଇଛନ୍ତି । ନିଜ କଳା ମାଧ୍ୟମରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କେବଳ ଚଳଚ୍ଚିତ୍ର ଜଗତରେ ସେ ସୀମିତ ନଥିଲେ ବରଂ ଟେଲି ଜଗତ ଓ ଯାତ୍ରା ଜଗତରେ ମଧ୍ୟ ସେ ଛାପ ଛାଡି ଯାଇଛନ୍ତି ।

ବର୍ତ୍ତମାନ ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ଲୋକଙ୍କର ଗହଳି ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ବ୍ଯତୀତ ସିନେ ଜଗତର ବରିଷ୍ଠ କଳାକାର ମାନେ ମଧ୍ୟ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର । ଉଷସୀ କହିଛନ୍ତି କି ସେ ଦେଖିବାକୁ ଟାଣ ଥିଲେ ମଧ୍ୟ ଭିତରୁ ଏକଦମ ନଡିଆ ଭଳି ନରମ ଥିଲେ ।

ସେ ଛୋଟ ଛୋଟ କଥାରେ ବହୁତ ଶୀଘ୍ର ଡରିଯାନ୍ତି ତେଣୁ ସେମାନେ ତାଙ୍କ ସହ ଟିକେ ବେଶୀ ମଜା କରିବା ପାଇଁ ମଧ୍ୟ ଡରୁଥିଲେ । ସେ ଏମିତି ଏକ କାମ କରିବେ ବୋଲି ସେ କଦାପି ବିଶ୍ବାସ କରି ପାରୁନାହାନ୍ତି । ଉଷସୀ କହିଛନ୍ତି ସୁଇସାଇଡ କରିବା ବଞ୍ଚିବା ଠାରୁ ବି ଅଧିକ କଷ୍ଟ । ସେଥିପାଇଁ ଅଜସ୍ର ସାହସ ଦରକାର । ସେ କୌଣସି ଦୁର୍ବଳ ମୂହୁର୍ତ୍ତ ଦେଇ ତଥା କୌଣସି ଚାପ ମଧ୍ୟରେ ହୁଏତ ଗତି କରୁଥିଲେ । ତେଣୁ ଘରେ କେହି ନଥିବା ବେଳେ ସେ ଏଭଳି ପଦକ୍ଷେପ ନେଇଥିବା ଉଷସୀ କହିଛନ୍ତି ।

ଏସବୁ କହିବା ବେଳେ ସେ କାନ୍ଦି ପକାଇଥିଲେ । କୋହଭରା କଣ୍ଠରେ ଉଷସୀ ରାଇମୋହନଙ୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି । କେବଳ ଉଷସୀ ନୁହେଁ ବରଂ ସେଠାରେ ଉପସ୍ଥିତି ଥିବା ସମସ୍ତ ବ୍ୟକ୍ତି ରାଇମୋହନଙ୍କୁ ଝୁରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।