ଏମିତି ଏକ ଭୟାନକ ଓ ରହସ୍ୟମୟୀ ଦ୍ଵିପ, ଯେଉଁଠିକୁ ୧୦୦୦ ସୈନିକ ଯାଇଥିଲେ ଓ ଫେରିଲେ କେବଳ ୨୦, କାରଣ ବାକି ସୈନିକ ମାନଙ୍କୁ…

ପ୍ରାୟତଃ ଦ୍ଵିପର ନାମ ଶୁଣିବା ମାତ୍ରେ ହିଁ ଆମ ମାନଙ୍କ ମନରେ ଏକ ଭିନ୍ନ ପ୍ରକାରର ଛବି ଚାଲିଆସେ । ଏମିତି ଲାଗେ କି ସେହି ଦ୍ଵିପଟି ବହୁତ ସୁନ୍ଦର ହୋଇଥିବ ଓ ଗଛଲତା ଓ ଜୀବଜନ୍ତୁ ଦ୍ଵାରା ଭରପୁର ହୋଇଥିବ । କିନ୍ତୁ ସବୁବେଳେ ଏହିଭଳି ହୋଇ ନ ଥାଏ । କେତେକ ଦ୍ଵିପ ରହସ୍ୟମୟୀ ବି ହୋଇଥାଏ । ମିଆଁମାରର ବର୍ମା ତଟ ଉପରେ ଥିବା ରାମରି ଦ୍ଵିପ ବିଲକୁଲ ଏମିତି ହିଁ ଏକ ଦ୍ଵିପ ଅଟେ ଯାହାକି ରହସ୍ୟମୟୀ ଓ ଭୟାନକ ବୋଲି ଜଣା ଯାଇଥାଏ ।

ଏହି ଦ୍ଵିପ ବିଷୟରେ କୁହାଯାଏ କି ଏଠି ୧୦୦୦ ଜାପାନୀ ସୈନିକମାନଙ୍କ ଉପରେ ମୁର୍ତ୍ୟୁ ଏମିତି ବର୍ଷା ହେଲା କି ସେମାନଙ୍କ ମଧ୍ୟରୁ କେବଳ ୨୦ ଜଣ ହିଁ ଜୀବିତ ଫେରି ପାରିଲେ । ଯେଉଁ ସୈନିକମାନେ ସେଠୁ ବଞ୍ଚି କରି ଆସିଥିଲେ ସେମାନଙ୍କର କାହାଣୀ ଶୁଣିଲେ ଆପଣଙ୍କର ରୁମ ମୂଳ ଟାଙ୍କୁରି ଉଠିବ ।

ସେମାନଙ୍କ ମଧ୍ୟରୁ ଜଣେ ସୈନିକ ସ୍ଟେନଲୀ ରାଈଟ ନିଜ ବହି ୱାଇଲ୍ଡଲାଇଫ ସ୍କ୍ୟୁଚସ ନିୟର ଏଂଡ ଫାର ରେ ସେହି ଭୟାନକ ଦୁର୍ଘଟଣା ବିଷୟରେ ଲେଖିଛନ୍ତି । କହିଦେଉଛୁ କି ରାମରି ଦ୍ଵିପ ଏକ ଏମିତି ଦ୍ଵିପ ଅଟେ ଯେଉଁଠି କୁମ୍ଭୀରମାନଙ୍କର ରାଜତ୍ଵ ଅଛି । ଏହା ସହିତ ଦ୍ଵିପର ମାଟି ଅଧିକ ହାଲୁକା ହୋଇଥିବାରୁ ଏଠି କାଦୁଅର ଦଲଦଲ ଅଛି । ଏହି କାରଣରୁ ସେହି ଅଞ୍ଚଳଟି ଭୟାନକ କୁମ୍ଭୀର ଓ ବିଷଧର ବୁଢିଆଣୀମାନଙ୍କ ପାଇଁ ବିଲକୁଲ ଉପଯୁକ୍ତ ସ୍ଥାନ ହୋଇ ଯାଇଛି ।

ରାମରି ଦ୍ଵିପର ନାମ ଗିନୀଜ ବୂକ ଅଫ ୱର୍ଲ୍ଡ ରେକର୍ଡରେ ଏହି ଜାଗା ରୂପରେ ଦର୍ଜ କରାଯାଇଛି, ଯେଉଁଠି ପଶୁମାନଙ୍କ ଦ୍ଵାରା ମଣିଷମାନଙ୍କୁ ସବୁଠୁ ଅଧିକ କ୍ଷତି ପହଞ୍ଚିଛି । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ୧୯୪୫ରେ ପାଖାପାଖି ୧୦୦୦ ଜାପାନୀ ସୈନିକ ପରାଜୟ ପରେ ଏହି ଦ୍ଵିପରେ ପହଞ୍ଚିଥିଲେ ।

ଯେତେବେଳେ ଜାପାନୀ ସୈନିକମାନଙ୍କୁ ଯୁଦ୍ଧରେ ପରାଜୟ କରିବା ପରେ ତାଙ୍କୁ ଆତ୍ମସମର୍ପଣ ପାଇଁ କୁହାଗଲା ତେବେ ସେମାନେ ଏହାକୁ ଉପେକ୍ଷା କରି ଏହି ଦ୍ଵିପର ଭିତର ଆଡକୁ ଯିବା ପାଇଁ ନିସ୍ପତି ନେଲେ । ଏହା ପରେ ସେଠି ତାଙ୍କୁ ୨୦ ଫୁଟ ଲମ୍ବା ଓ ପାଖାପାଖି ୧ ଟନ ଓଜନର ଭୟାନକ କୁମ୍ଭୀର ଓ ଅନ୍ୟ କୁମ୍ଭୀରମାନେ ତାଙ୍କର ଅପେକ୍ଷା କରୁଥିଲେ ।

ଏହା ପରେ ଯେଉଁ ସୈନିକମାନେ ସେହି କୁମ୍ଭୀରମାନଙ୍କ ଠାରୁ ବଞ୍ଚିଗଲେ ସେମାନେ ସେଠିକାର ମଶା ଓ ବୁଢିଆଣୀଙ୍କର ଶିକାର ହୋଇଗଲେ । ଅନ୍ତଃ କେବଳ ୨୦ ଜଣ ସୈନିକ ହିଁ ସେହି ଦ୍ଵିପରୁ ଫେରି ପାରିଥିଲେ ।

ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।