ସବୁବେଳେ ନିଜର ବୟାନକୁ ନେଇ ଚର୍ଚାରେ ରହୁଥିବା ରାନୀ ପଣ୍ଡା ପୁଣି ଥରେ ସୋନାଲି ଓ ସୋମ୍ୟଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ତାଙ୍କର କଥା ଶୁଣିଲେ ଲାଗୁଛି କି ସେ ସୋନାଲିଙ୍କ ଉପରେ ବହୁତ ରାଗିଯାଇଛନ୍ତି । ରାନୀ ପଣ୍ଡା ଗଣମାଧ୍ୟମକୁ କହିଲେ କି ମୁଁ ବୁଝି ପାରୁ ନାହିଁ ସୋନାଲି କାହିଁକି ମିଡିଆ ସାମ୍ନାକୁ ଆସୁ ନାହିଁ । ଯଦି ସେ ମିଡିଆ ସାମ୍ନାକୁ ଆସିବ ନାହିଁ ଓ ପ୍ରକୃତ ସତ କଥା କହିବ ନାହିଁ କେବଳ ମୁଁ ନୁହେଁ ସୋମ୍ୟଙ୍କ ପରିବାର ଓ ସମସ୍ତେ ସୋନାଲିଙ୍କ ଘର ପାଖକୁ ଯିବାକୁ ବାଧ୍ୟ ହେବୁ ।
ଯଦି ସେ ନିଜର ଭୁଲ ମାନିଯିବ ତେବେ ଭଲ କଥା । ରାନୀ ପଣ୍ଡା ଆଗକୁ କହିଲେ କି ପଇସା ସବୁ କିଛି ନୁହେଁ । ପଇସା ଥିଲେ ହିଁ ଖାଇବା ବଞ୍ଚିବା ରହିବା । କିନ୍ତୁ ଅନ୍ୟର କ୍ଷତି କରିବା ଉଚିତ ନୁହେଁ । ରାନୀ ପଣ୍ଡା ଜୀବନରେ ବି ବର୍ତ୍ତମାନ ବହୁତ କିଛି ଘଟୁଛି । ଯାହା ବିଷୟରେ କିଛି ଦିନ ପରେ ସମସ୍ତେ ଜାଣି ଯିବେ । କିନ୍ତୁ ରାନୀ ପଣ୍ଡା କାହାକୁ ଚିତା କାଟି ଖାଇବା ଜାଣି ନାହିଁ କି କାହା ଠାରୁ ଆଣି କୋଟିପତି ହବ ବୋଲି ଚିନ୍ତା କରି ନାହିଁ ।
ରାନୀ ପଣ୍ଡା ଆଗକୁ କହିଲେ କି ଆଜିକାଲି ସବୁ ଝିଅ ସେହିଭଳି । ପଇସା ଯଉଠି, ଟୋକି ସେଇଠି । କିନ୍ତୁ ରାନୀ ପଣ୍ଡାକୁ ସେମିତି ନୁହେଁ । ସୋନାଲିଙ୍କୁ ନେଇ ସେ କହିଲେ କି ସୋମ୍ୟ ପାଖରୁ ଭଲ ପାଇବା ମିଳୁ ଥିଲା, କିଛି ଟଙ୍କା ଥିଲା, ବାହାଘରକୁ ନେଇ କଥାବାର୍ତ୍ତା ଚାଲି ଥିଲା, ଦୁଇ ପରିବାର ବି ସବୁ ଜାଣି ଥିଲେ ।
ଏତେ ପରେ ବି ଯଦି ଝିଅ ଆଉ କାହା ପାଖକୁ ଯାଉଛି ତେବେ ସେ ପଇସା ପାଇଁ ହିଁ ଯାଉଥିବ । ରାନୀ ପଣ୍ଡା ଆଗକୁ କହିଲେ କି ମୋତେ ଲାଗୁଛି ତାକୁ କେହି ପଇସା ବାଲା ଘଇତା ସପୋର୍ଟ କରୁଛି ।
ତୁ ସାଇଟ ହେଇ ବସ । ଦେଖେ ମୁଁ କଣ କରୁଛି । ଆଜିକାଲି ସମସ୍ତେ ସମାନ । ପଇସା ଫୋପାଡିଲେ ଚୁପ ହୋଇ ଯାଉଛନ୍ତି । ହୋଇପାରେ ସେ ପଇସା ବାଲା । ସେଥିପାଇଁ ସେ ସମସ୍ତଙ୍କୁ ପଇସା ଦେଇ ମୁହଁ ଚୁପ କରି ଦେଇ ଥିବ । ଏହିଭଳି ରାନୀ ପଣ୍ଡା କେବଳ ସୋନାଲିଙ୍କ ବିଷୟରେ ନୁହେଁ ନିଜ ବିଷୟରେ ବି ମିଡିଆ ସାମ୍ନାରେ କହିଲେ ।