‘ଟଙ୍କା ପାଇଁ ବଦଳିଗଲେ କି ରାଜବୀରଙ୍କ ବାପା ମା !’ ଭିଡିଓ ଭାଇରାଲ ହେଲା ମୁହଁ ଖୋଲିଲେ ରାଜବୀରଙ୍କ ମା’ ଆଉ କହିଲେ କିଛି ଏମିତି, ଦେଖନ୍ତୁ Video

କହିବାକୁ ଗଲେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଭିଡିଓରେ ଥିବା ମହିଳା ଜଣକ ଗଣମାଧ୍ୟମକୁ ଅସଲ କଥା କହିଛନ୍ତି । କହିବାକୁ ଗଲେ ରାଜବୀର ନାମକ ଛୋଟ ଶିଶୁ ଯିଏକି ବର୍ତ୍ତମାନ ବହୁତ ଅସୁସ୍ଥ ଅଛନ୍ତି ଓ ତାଙ୍କର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦରକାର । ଏମିତିରେ ତାଙ୍କର ମାତା ପିତା ସମସ୍ତଙ୍କୁ ଆର୍ଥିକ ସାହାର୍ଯ୍ୟ ମାଗୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ୩.୫ କୋଟି ଟଙ୍କା ସାହାର୍ଯ୍ୟ ରୂପରେ ମିଳିସାରିଛି । କିନ୍ତୁ ଆହୁରି ବି ଟଙ୍କା ଦରକାର ।

କିନ୍ତୁ ଏହା ମଧ୍ୟରେ ମହିଳା ଓ ତାଙ୍କ ସ୍ଵାମୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ କୁହାଯାଉଛି କି ମହିଳାଙ୍କ ସ୍ଵାମୀ ମଦ୍ୟପାନ କରୁଛନ୍ତି । କିନ୍ତୁ ଯେତେବେଳେ ଏହି ଭିଡିଓ ବିଷୟରେ ମହିଳାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏକ ହୋଟେଲରେ ।

ହୋଟେଲରେ ଆମେ ସ୍ଵାମୀ ସ୍ତ୍ରୀ ବସି ଆମର ବ୍ୟକ୍ତିଗତ ଜୀବନ ଓ ପରିବାର ବିଷୟରେ କଥାବାର୍ତ୍ତା କରୁଥିଲୁ । ମୋ ସ୍ଵାମୀ ଜୁସ ପିଉଥିଲେ । ସେ ରୁଟି ଖାଉ ଥିଲେ । କିନ୍ତୁ ଏହି ସମୟରେ ସେଠି ଥିବା ଜଣେ ବ୍ୟକ୍ତି ଆମର ଏହି କଥାବାର୍ତ୍ତାର ଭିଡିଓ କରିଛନ୍ତି । ସେ ଆମର ଭିଡିଓ ଡିଲୀଟ କରିବା ପାଇଁ ଆମକୁ ୧ ଲକ୍ଷ ଟଙ୍କା ମାଗିଲା । ଏହା ପରେ ୪୦ ହଜାର ଟଙ୍କା ମାଗିଲେ ।

ଏହା ପରେ ସେ ମୋତେ ଟଙ୍କା ହାତରେ ଦେବା ପାଇଁ କହିଲେ । ବିଭିନ୍ନ ପ୍ରକାରର ଧମକ ବି ଦେଲେ । ଏହା ପରେ ହରିୟାନା ଯାଇ ଥିଲୁ । କିନ୍ତୁ ସେ ଆମକୁ କହିଲେ କି ତମେ ଏଠି ରୁହ ଓ ତମକୁ ହରିୟାନା ସରକାର ଇଂଜେକସନ ଦବ । ଏହା ପରେ ସୁନୀଲ ହୁଡା ଓ ଜିତୁ ଚୌଧୁରୀ ମୋତେ ୨.୫ ଲକ୍ଷ ଟଙ୍କା ମାଗିଲେ ।

ଯେତେବେଳେ ମୁଁ ଏହାର କାରଣ ପଚାରିଲି ତେବେ ସେ କହିଲେ ଏଠି ହରିୟାନାରେ ମିଡିଆ ବୁଷ୍ଟ ହେବ । କିନ୍ତୁ ମୁଁ କହିଲି ମିଡିଆ ତ ଟଙ୍କା ନେଇ ନାହାନ୍ତି । ଆମେ ୨.୫ ଲକ୍ଷ ଟଙ୍କା କାହିଁକି ଦବୁ । ଏହିଭଳି ଭାବରେ ମୋତେ ଭଉତ ଲୋକମାନେ ହଇରାଣ କରୁଛନ୍ତି । ସେଥିପାଇଁ ମୋ ସ୍ଵାମୀ କହିଲେ କି ମୁଁ ଘରକୁ ଯିବାକୁ ଚାହୁଁଛି ଓ ମୁଁ ଆଉ ଟଙ୍କା ମାଗିବିନି ।