Salman Khan ଦେଖାଇଲେ ନିଜର ବଡ ହୃଦୟ, ଫିଲ୍ମ ‘ରାଧେ’ ଜରିଆରେ ଏମିତି ଲୋକଙ୍କୁ କରିବେ ସାହାର୍ଯ୍ୟ

ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତା ସଲମାନ୍ ଖାନ୍ ମହାମାରୀରେ ବିଶେଷ ପ୍ରଭାବିତ ଲୋକଙ୍କୁ ଖୁବ୍ ସାହାଯ୍ୟ କରି ସାରିଛନ୍ତି । ଏବେ ମଧ୍ୟ ସେ ଲୋକଙ୍କ ସାହାଯ୍ୟ କରିବାକୁ ଲାଗି ପଡିଛନ୍ତି । କିନ୍ତୁ ଏହା ମଧ୍ୟରେ ସଲମାନ୍ ଖାନ୍ ଆଉ ଏକ ହୃଦୟବାନ୍ କାର୍ଯ୍ୟ କରିଛନ୍ତି ଯାହା ଶୁଣି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । କଥା ଟି ହେଉଛି ସଲମାନ୍ ଙ୍କ ରିଲିଜ୍ ହେବାକୁ ଥିବା ଫିଲ୍ମ ରାଧେ ର ସମସ୍ତ ଲାଭାଂଶ ସେ କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ଦାନ କରିବେ ।

ଏ.ବି.ପି ନ୍ୟୁଜ୍ ର ଖବର ଅନୁସାରେ ସଲମାନ୍ ଖାନ୍ ଫିଲ୍ମ୍ସ ଆଣ୍ଡ ଏଣ୍ଟରଟେନମେଣ୍ଟ୍ ଫିଲ୍ମ ରାଧେ ର ସମସ୍ତ ମାଧ୍ୟମରେ ହେବାକୁ ଥିବା ରୋଜଗାରର ଏକ ଅଂଶ କରୋନା ରୋଗୀଙ୍କ ପାଇଁ ଜରୁରୀ ଉପକରଣ କିଣିବା ପାଇଁ ଦାନ କରିବେ ବୋଲି ନିର୍ଣ୍ଣୟ ନେଇଛନ୍ତି । ଆଜ୍ଞା ହଁ, ରାଧେ ର ରଲିଜ୍ ରେ ହେବାକୁ ଥିବା ଲାଭର ଏକ ଅଂଶ ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍ କନ୍ସିଣ୍ଟ୍ରେଟର୍, ଭେଣ୍ଟିଲେଟର୍ ଓ ତମାମ ଜରୁରୀ ଉପକରଣ କିଣିବା ନିମନ୍ତେ ଦାନ କରାଯିବ ।

ରାଧେ ତରଫରୁ ଗିଭ୍ ଇଣ୍ଡିଆ ଫାଉଣ୍ଡେସନ ନାମକ ସଂସ୍ଥାକୁ ଏହି ଅର୍ଥ ସାହାଯ୍ୟ ପାଇଁ ଦାନ କରାଯିବ । ଗିଭ୍ ଇଣ୍ଡିଆ ଫାଉଣ୍ଡେସନ ଏହି ଅର୍ଥରେ ସମସ୍ତ ଜରୁରୀ ଉପକରଣ କ୍ରୟ କରି ଆବଶ୍ୟକ ଥିବା ରୋଗୀଙ୍କୁ ଓ ଡାକ୍ତରଖାନା ଗୁଡ଼ିକୁ ବିତରଣ କରିବେ । ଯଦ୍ୟପି ସଠିକ୍ ଭାବେ ଜଣା ପଡ଼ିନାହିଁ କି ରାଧେ ର ଲାଭର କେତେ ଭାଗ କରୋନା ଉପକରଣ କ୍ରୟ କରିବା ପାଇଁ ବିତରଣ କରାଯିବ । ତଥାପି ଶୁଣିବାକୁ ମିଳୁଛି କି ରାଧେ ଲାଭାଂଶର ଏକ ମୋଟା ରକମ ଏଥିପାଇଁ ଦାନ କରାଯିବ ।

କରୋନା ମାହୋଲ ମଧ୍ୟରେ ରାଧେ କୁ ଥିଏଟର ବ୍ୟତୀତ ଜି ପ୍ଲେକ୍ସ ରେ ପେପର୍ ନ୍ୟୁ ମଡେଲ ଆଧାର ଉପରେ ରିଲିଜ୍ କରିବାର ନିର୍ଣ୍ଣୟ ନିଆ ଯାଇଥିଲା । ଏହା ଛଡ଼ା ଏୟାରଟେଲ, ଟାଟା ସ୍କାଏ, ଡିସ୍ ଟିଭି ପରି ତମାମ ବଡ଼ ବଡ଼ ଡି.ଟି. ଏଚ୍ ପ୍ଲାଟଫର୍ମରେ ମଧ୍ୟ ୧୩ ମଇକୁ ହିଁ ରିଲିଜ୍ କରାଯିବ ଓ ଏହି ସମସ୍ତ ପ୍ଲାଟଫର୍ମରୁ ଦେଖିବା ପାଇଁ ଦର୍ଶକଙ୍କୁ ଏକ ନିଶ୍ଚିତ ରାଶି ଜମା କରିବାକୁ ପଡ଼ିବ ।

କିଛି ମାସ ପୂର୍ବରୁ ଘୋଷଣା କରା ଯାଇଥିଲା କି ଏହି ଫିଲ୍ମକୁ ଇଦ ପର୍ବ ଦିନ ଥିଏଟର ରେ ହିଁ ରିଲିଜ୍ କରାଯିବ । ମାତ୍ର ବର୍ତ୍ତମାନ ଦେଶର ଅଧିକତର ଭାଗରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସକାଶେ କିଛି ଥିଏଟର ସହ ଫିଲ୍ମ ଟି କୁ ଅନ୍ୟ କିଛି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ କରିବା ପାଇଁ ନିର୍ଣ୍ଣୟ ନେବାକୁ ପଡ଼ିଲା । ଲକ୍ ଡାଉନ୍ ଯୋଗୁଁ ରାଧେ ବହୁତ କମ୍ ଥିଏଟର ଗୁଡିକରେ ରିଲିଜ୍ ହେବ ।

ମାତ୍ର ଏହି ଫିଲ୍ମ ୟୁରୋପ, ମିଡିଲ୍ ଇଷ୍ଟ୍, ସିଙ୍ଗାପୁର, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସମେତ ବିଶ୍ବର ୪୦ଟି ଦେଶର ଥିଏଟରରେ ଏକା ସାଥୀରେ ରିଲିଜ୍ ହେବ । ଏହାର ଅର୍ଥ ଓଭରସିଜ୍ ରୋଜଗାରରୁ ରାଧେକୁ ଖୁବ୍ ଲାଭ ମିଳିବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ମଧ୍ୟ ସଲମାନ୍ ଖାନ୍ ଲୋକଙ୍କ ସାହାଯ୍ୟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ । ଭାଇଜାନ୍ ଙ୍କ ଏହି ପଦକ୍ଷେପର ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି ।

ଏହା ଉପରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।