ଶରୀରରେ ଅକ୍ସିଜେନର ସ୍ତର କମ ହେଲେ ଦେଖାଦିଏ ଏହି 6 ଟି ବଡ ଲକ୍ଷଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଅଣଦେଖା- Health Tips

ବର୍ତ୍ତମାନ ପୁରା ବିଶ୍ବରେ ଯେପରି ଭାବେ କୋରୋନା ମାତିବାରେ ଲାଗିଛି ଲୋକଙ୍କ ନାରେ ସେତିକୁ ଭୟ ସୃଷ୍ଟି ହେଉଛି । କୋଟି କୋଟି ଲୋକ ମାନେ ଏହି ମାରାତ୍ମକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହଜାର ହଜାର ଲୋକ ମାନେ ଏହି ଭାଇରସରେ ନିଜର ପ୍ରା-ଣ ହରାଉଛନ୍ତି । ଗତ ବର୍ଷ କୋରୋନାର ପ୍ରଥମ ଲହରରେ ଯେତିକି ସମସ୍ଯା ହୋଇନଥିଲା ଚଳିତ ବର୍ଷ କୋରୋନାର ଦିତୀୟ ଲହରରେ ଏଭଳି କିଛି ସମସ୍ଯା ଦେଖା ଯାଉଛି ଯାହାର ନିରାକରଣ କିଛି ନାହି ।

କୋରୋନାର ମାତ୍ରା ଏତେ ବଢୁଥିବାରୁ ମେଡିକାଲରେ ବେଡ ଓ ଅକ୍ସିଜେନର ଘୋର ଅଭାବ ଦେଖା ଯାଉଛି । ଉଭୟ ଭାରତ ଓ ରାଜ୍ୟ ସରକାର ଏହି ଭାଇରସର କୋପକୁ ରୋକିବା ପାଇଁ ଚିନ୍ତାରେ ଅଛନ୍ତି । ଏହି ବର୍ଷ ପୁରା ସମଗ୍ର ବିଶ୍ବରେ ଅକ୍ସିଜେନକୁ ନେଇ ଗମ୍ଭୀର ଚିନ୍ତାର ବିଷୟ ହୋଇ ପଡିଛି । କୋରୋନା ଭାଇରସ ବର୍ତ୍ତମାନ ମଣିଷ ଶରୀରର ଫୁସଫୁସ ଉପରେ ଅଧିକ ପ୍ରଭାବ ପକାଉଚି ।

ଏହି ଭାଇରସ ସିଧାସଳଖ ଫୁସଫୁସ ଉପରେ ଅଧିକ ପ୍ରଭାବ ପକାଉଥିବାରୁ ରୋଗୀ ମାନଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି । କୋରୋନା ଭାଇରସ ମଣିଷ ଫୁସଫୁସ ଓ ଶ୍ଵାସକ୍ରିୟା ଉପରେ ପ୍ରଭାବ ପଖାଉ ଥିବାରୁ ଅନେକ ଲୋକଙ୍କ ଜୀବନ ଗଲାଣି । ଏଥିପାଇଁ ଆମ ଶରୀରକୁ ଅଧିକରୁ ଅଧିକ ଅମ୍ଳଜାନ ବା ଅକ୍ସିଜେନର ଆବଶ୍ୟକତା ରହିଛି ।

ତେଣୁ କୋରୋନା ରୋଗୀ ଓ ତାଙ୍କର ଯତ୍ନ ନେଉଥିବା ଲୋକ ମାନେ ଅମ୍ଳଜାନ ସ୍ତର ପ୍ରତି ଅଧିକ ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣଙ୍କ ମତରେ ଯେଉଁ ବ୍ୟକ୍ତି ସୁସ୍ଥ ଥିବେ ଓ ସାଧାରଣ ମଣିଷର ଅମ୍ଳଜାନ ସ୍ୟାଚୁରେସନ ସ୍ତର ୯୫ରୁ ୧୦୦ ପ୍ରତିଶତ ମଧ୍ୟରେ ରହିବା ନିହାତି ଆବଶ୍ୟକ ଅଟେ । ଆମ ଶରୀରରେ ଅମ୍ଳଜାନର ଅଭାବ ହେଲେ ରକ୍ତ ସଂଚାଳନ ଆଦି ସମୟା ସୃଷ୍ଟି ହୋଇଥାଏ ।

ଏହା ବ୍ଯତୀତ ଅମ୍ଳଜାନ ଅଭାବରେ ଆମ ଶରୀରରେ ମସ୍ତିସ୍କରେ ରକ୍ତ ଚଳାଚଳ ଓ ହୃଦଘାତ ବା ହାର୍ଟ ସମସ୍ଯା ଉତପନ ହୋଇଥାଏ । ଯେଉଁ ମାନଙ୍କର ଡାଇବେଟିସ ସେମାନଙ୍କର ଅମ୍ଳଜାନ ଅଭାବ ହେତୁ ରକ୍ତରେ ଥିବା ସୁଗାର ଲେବଲ ବଢିଥାଏ । ଯାହା ସେମାନଙ୍କ ପାଇଁ ଅଧିକ ଗୁରୁତର ଓ ଘା-ତ-କ ହୋଇଥାଏ । ସେଥି ପାଇଁ ଆଜି ଆମେ ଆପଣ ମାନଙ୍କୁ ଆମ ଶରୀରରେ ଅମ୍ଳଜାନ ଅଭାବ ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଯାଉଛୁ । ତାହା ହେଲେ ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ ।

୧- ନିଶ୍ଵାସ ନେବାରେ ଅସୁବିଧା ହେବା ।

୨-କ୍ଳାନ୍ତ ଅନୁଭବ ହେବା ।

୩-ମୁଣ୍ଡ ବୁଲାଇବା ଓ ଭ୍ରମ ସୃଷ୍ଟି ହେବା ।

୪-ଓଠ ଓ ମୁହଁର ରଙ୍ଗ ସବୁଜ ହେବା ।

୫-ଛାତିରେ ଯନ୍ତ୍ରଣା ହେବା ।

୬-ଚାଲିବା ଓ ଉଠିବାରେ ଅସୁବିଧା ହେବା ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥିବ । ଅନ୍ୟ ସହ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।