ରେସ ଲାଗିଲା ରାଫେଲ ସହିତ ବୁଗାଟି, ଦେଖନ୍ତୁ ଜିତିଲା କିଏ ? ହାରିଲା କିଏ ?

ସାଇକେଲ ରେସ୍, ବାଇକ୍ ରେସ୍ ଓ କାର୍ ରେସ୍ କଥା ଆପଣ ନିଶ୍ଚିତ ଶୁଣିଥିବେ । କିନ୍ତୁ କେବେ ଲଢ଼ୁଆ ବିମାନ ସହ କାର୍ ରେସ୍ କରିବା କଥା ଶୁଣୁଛନ୍ତି କି ? ସେ ମଧ୍ୟ ବାୟୁସେନାର ବାହୁବଳୀ କୁହା ଯାଉଥିବା ଲଢ଼ୁଆ ବିମାନ ରାଫେଲ ସହ ।

ଆଜ୍ଞା ହଁ, ଅଡ଼ୁଆ ଲାଗୁଥିଲେ ମଧ୍ୟ ଏପରି ଏକ ରେସ୍ ସତରେ ଘଟିଛି । ତେବେ ଆସନ୍ତୁ ଜାଣିବା କିଏ ଜିତିଛି ଏବଂ କିଏ ହାରିଛି! ଫ୍ରାନ୍ସର ଡେସର୍ଟ ହେଡ୍ କ୍ବାଟର୍ ରେ ରାଫେଲ ଓ ବୁଗାଟି ମଧ୍ୟରେ ରେସ୍ ଆୟୋଜିତ ହୋଇଥିଲା । ଯେତେବେଳେ ରାଫେଲ ଓ ବୁଗାଟି ଟ୍ରାକ କୁ ଓହ୍ଲାଇଥିଲେ, ସେତେବେଳେ ଦର୍ଶକ ଚାତକ ଭଳି ଚାହିଁ ରହିଥିଲେ । ସମସ୍ତଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ କି କିଏ ଜିତିବ ।

ତା ପରେ ଦେଖୁ ଦେଖୁ ରେସ୍ ଆରମ୍ଭ ହୋଇ ଯାଇଥିଲା ଏବଂ ରେସ୍ ଆରମ୍ଭ ହେବାର ପ୍ରଥମରୁ ଶହେ ମିଟର ପର୍ଯ୍ୟନ୍ତ ବୁଗାଟିକୁ ପଛରେ ପକାଇ ରାଫେଲ ଆଗରେ ଥିଲା । ଏହା ପରେ ଆଉ କିଛି ମିଟର ଦୂରତା ପର୍ଯ୍ୟନ୍ତ ରାଫେଲ କୁ ପଛରେ ପକାଇ ବୁଗାଟି ଆଗେଇ ଯାଇଥିଲା । ଆଉ ଯେତେବେଳେ ରାଫେଲ ଟ୍ରାକ ଛାଡ଼ି ଉପରକୁ ଉଠିବାକୁ ଲାଗିଲା ସେତେବେଳେ ବୁଗାଟି ବହୁତ ପଛରେ ଏହି ଯାଇଥିଲା ।

ତେବେ ବୁଗାଟି ଚାଳକଙ୍କ କହିବା ଅନୁସାରେ ରେସ୍ ଆରମ୍ଭ ହେବାର ପ୍ରାୟ ଦେଢ଼ ଶହ ମିଟର ମଧ୍ୟରେ ରାଫେଲର ଘଣ୍ଟା ପ୍ରତି ବେଗ ପ୍ରାୟ ୧୬୫ କିମି ଥିଲା । ଆଉ ୩୫୦ ମିଟର ଭିତରେ ରାଫେଲର ଘଣ୍ଟା ପ୍ରତି ବେଗ ୨୧୦ କିମି ଛୁଇଁଥିଲା ଏବଂ ୪୫୦ କିମି ପରେ ରାଫେଲର ବେଗ ଘଣ୍ଟା ପ୍ରତି ପ୍ରାୟ ୨୬୦ କିମି ଛୁଇଁଥିଲା । ସେହିପରି ୨.୪ ସେକେଣ୍ଡରେ ବୁଗାଟିର ବେଗ ଘଣ୍ଟା ପ୍ରତି ୧୦୦ କିମି ଅତିକ୍ରମ କରିଥିଲା ।

୬.୧ ସେକେଣ୍ଡରେ ବୁଗାଟିର ଘଣ୍ଟା ପ୍ରତି ବେଗ ୨୦୦ କିମି, ୧୩ ସେକେଣ୍ଡରେ ୩୦୦ ଏବଂ ଅଧା ମିନିଟ୍ ବା ୩୦ ସେକେଣ୍ଡରେ ବୁଗାଟିର ଘଣ୍ଟା ପ୍ରତି ବେଗ ୪୦୦ ଛୁଇଁ ଯାଇଥିଲା । ଯଦି ଏଥି ବୁଗାଟି ଏବଂ ରାଫେଲକୁ ତୁଳନା କରାଯାଏ, ତେବେ ୮.୦ ଲିଟରର ଡବ୍ଲ୍ୟୁ- ୧୬ ବିଶିଷ୍ଟ ବୁଗାଟି ଇଞ୍ଜିନର ଟପ୍ ସ୍ପିଡ ଘଣ୍ଟା ପ୍ରତି ୪୯୦ କିମି ରହିଛି । ଯାହା କି ରାଫେଲ ଭଳି ଲଢ଼ୁଆ ବିମାନ ଠାରୁ ବହୁତ କମ୍ ।

ରାଫେଲ ର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୧୯୧୨ କିମି ରହିଛି । ସେହିଭଳି ଯେଉଁଠି ବୁଗାଟି ୧୫୦୦ ହର୍ଷ ପାୱାର ଏବଂ ୧୬୦୦ ଏନ୍ ଏମ୍ ର ଥ୍ରଷ୍ଟ ଉତ୍ପାଦନ କରିଥାଏ, ସେଠାରେ ରାଫେଲ ୫୮୫୫୦ ନିୟୁଟନ ଥ୍ରଷ୍ଟ ଉତ୍ପାଦନ କରେ । ଅର୍ଥାତ୍ ଏହାର ଶକ୍ତି ୫୭୨୭ ହର୍ଷ ପାୱାର ଅଟେ । ଯଦ୍ୟପି ଏହି ରେସ୍ ରେ ବୁଗାଟିକୁ ହାରିବାକୁ ପଡିଛି, ମାତ୍ର ରେସ୍ ଆରମ୍ଭରୁ ବୁଗାଟି ରାଫେଲକୁ ପଛରେ ପକାଇ ଦେଇଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ