Vastu Tips- ରବିବାର ଦିନ ଭୁଲରେ ଖାଇବା କଥା ନୁହେଁ ଏହି 1 ଜିନିଷ, ଆସିଥାଏ ଭୟଙ୍କର ଦରିଦ୍ରତା

ଆମେ ଜାଣିଛୁ ଯେ ସୌରମଣ୍ଡଳର ସମସ୍ତ ଗ୍ରହ ସୂର୍ଯ୍ୟଦେବଙ୍କ ଠାରୁ ନିଜ ଉର୍ଜା ପ୍ରାପ୍ତ କରନ୍ତି । ମାତ୍ର ସୂର୍ଯ୍ୟଦେବଙ୍କ ବାର ଅର୍ଥାତ୍ ରବିବାର ଦିନ ଛୁଟି ଦିନ ଭାବି ଆମେ ଆରାମ କରୁ ।

ଓ ଏପରି କାର୍ଯ୍ୟ କରୁ ଯାହା ଶାସ୍ତ୍ରାନସାରେ ଅନୁଚିତ୍ ଅଟେ । ଯାହା ଫଳରେ ସୂର୍ଯ୍ୟଦେବ ଆମ କୁଣ୍ଡଳିରେ ନିଜ ଦିଗ ପରିବର୍ତ୍ତନ କରି ଦିଅନ୍ତି ଓ ଆମେ ସମସ୍ୟାରେ ପଡୁ । ତେବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କଲେ ସୂର୍ଯ୍ୟଦେବ ଅପ୍ରସନ୍ନ ହୁଅନ୍ତି । ରବିବାର ଦିନ ଭୁଲରେ ମଧ୍ୟ ପିପ୍ପଳ ବୃକ୍ଷରେ ଜଳ ଚଢ଼ାଇବା ଉଚିତ୍ ନୁହେଁ । ଏହି ଦିନ ପିପ୍ପଳ ବୃକ୍ଷରେ ଜଳ ଚଢ଼ାଇଲେ ଅନିଷ୍ଟ ହୁଏ ବୋଲି ବିଶ୍ୱାସ ରହିଛି । ଆପଣ ଚାହିଁଲେ ପିପ୍ପଳ ବୃକ୍ଷରେ ଧୂପ ଦୀପ ଦେଇ ପାରିବେ ମାତ୍ର ଭୁଲ୍ ରେ ବି ଜକ ଚଢ଼ାନ୍ତୁ ନାହିଁ ।

ରବିବାରକୁ ଆରାମ କରିବା ଦିନ ଭାବି ସମସ୍ତେ ଡେରି ଯାଏ ଶୁଅନ୍ତି । ମାତ୍ର ଯଦି ଆପଣଙ୍କୁ ସୂର୍ଯ୍ୟଙ୍କୁ ପ୍ରବଳ ବନାଇବାର ଅଛି ତେବେ ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନାଦି ଶୁଦ୍ଧି ପରେ ଏକ ତମ୍ବା ପାତ୍ରରେ କୁମକୁମ୍ ଓ ଚାଉଳ ଦେଇ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ଓ ସମ୍ପୂର୍ଣ୍ଣ ମନରେ ସୂର୍ଯ୍ୟଦେବଙ୍କ ଉପାସନା କରନ୍ତୁ । ଏହା ଦ୍ବାରା ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତ ହେବ ।

ରବିବାର ଦିନ ବାଳ କାଟନ୍ତୁ ନାହିଁ କି ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ ଓ ସୂର୍ଯ୍ୟଦେବଙ୍କୁ ନିଜ ରାଶିରେ ପ୍ରବଳ ସ୍ଥାନକୁ ଆଣିବା ପାଇଁ ତିଳ ତେଲ ଅବଶ୍ୟ ଚଢ଼ାନ୍ତୁ । ଏହା ଦ୍ବାରା ଭବିଷ୍ୟତରେ ଆସିବାକୁ ଥିବା ଅନେକ ସମସ୍ୟାରୁ ମୁକ୍ତି ପାଇବେ ।

ମସୁର ଡାଲିକୁ ନକାରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ରଖା ଯାଇଛି । ସେଥିପାଇଁ ରବିବାର ଦିନ ମସୁର ଡାଲି ଭୋଜନ କରନ୍ତୁ ନାହିଁ । ସୂର୍ଯ୍ୟଦେବଙ୍କ ଉପାସନା କରୁଥିବା ଲୋକ ମସୁର ଡାଲି ବିଲକୁଲ୍ ଖାଇବା ଉଚିତ୍ ନୁହେଁ । ସେହିପରି ପିଆଜ ରସୁଣ ଓ ଅଦା ମଧ୍ୟ ରବିବାର ଭୋଜନ କରିବା ଉଚିତ୍ ନୁହେଁ । ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ସର୍ବଦା ଭାରି ରହୁଛନ୍ତି ତେବେ ଏହି ଅଳ୍ପ ସମୟ ପାଇଁ ଏହିସବୁ ଭୋଜନ କରିବା ଛାଡି ଦିଅନ୍ତୁ ତଦ୍ୱାରା ଲାଭବାନ ହେବେ ।

ଯଦି ସନ୍ତାନ ପ୍ରାପ୍ତିର ଇଚ୍ଛା ରଖନ୍ତି ଓ ସୂର୍ଯ୍ୟଦେବଙ୍କ ପରି ତେଜସ୍ଵୀ ସନ୍ତାନ ଇଚ୍ଛା କରୁଛନ୍ତି ତେବେ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରନ୍ତୁ ଓ ସନ୍ଧ୍ୟା ପରେ ବିନା ଲୁଣରେ ତିଆରି ଭୋଜନ ସେବନ କରନ୍ତୁ ।

ରବିବାର ଦିନ ଲାଲି ଶାଗ ମଧ୍ୟ ଭୋଜନ କରିବା ଉଚିତ୍ ନୁହେଁ । ଲାଲି ଶାଗ ଶୀଘ୍ର ଉଠେ ଓ ଶୀଘ୍ର ମଉଳି ଯାଏ, ସେଥିପାଇଁ ଏପରି ଅଳ୍ପ ଆୟୁଷ ଥିବା ବ୍ୟଞ୍ଜନ ଭୋଜନ କରିବାକୁ ମନା କରାଯାଇଛି ।

ସେହିପରି ମାଛକୁ ସୂର୍ଯ୍ୟଦେବଙ୍କ ଉପାସକ ବୋଲି କୁହା ଯାଉଥିବାରୁ ଶାସ୍ତ୍ରରେ ରବିବାର ଦିନ ମାଛ ଭୋଜନ ପାଇଁ ମଧ୍ୟ ବାରଣ କରାଯାଇଛି । ସେହିପରି ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ରବିବାର ଦିନ ତିଳ ତେଲ ଓ ଲୁଣ ମଧ୍ୟ ଭୋଜନ ନ କରିବା ଭଲ ଅଟେ ।

ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।