ବ୍ଲାକ ଫଙ୍ଗସ କଣ ? ଏହା କାହାକୁ କରୁଛି ସଂକ୍ରମଣ ଓ କିପରି କରିବେ ଏହାର ଚିକିତ୍ସା- Dr Sunil Kumar Kota

ଯେଉଁ ମାନେ କୋରୋନା ଭାଇରସରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ଠାରେ ଏକ ନୂଆ ରୋଗର ଲକ୍ଷଣ ଦେଖା ଯାଉଛି ଯାହାର ନାମ ହେଉଛି ବ୍ଲାକ ଫଙ୍ଗସ ଯାହାକୁ ସାଇନ୍ସରେ ମ୍ୟୁକ୍ରା ମାଇକୋଶେଷ ବୋଲି କୁହା ଯାଉଛି ।

ସାଧାରଣତ ଏହା ପରିବେଶରେ ହେଉଥିବା ନାଳ ନର୍ଦମା ପାଣି, ଚାଷ ଜମିରେ ରହୁଥିବା ଅପରିଷ୍କାର ପାଣି, ଓଦା ମାଟି ବା ଗଛପତ୍ରରୁ ଝାଡୁଥିବା ପାତ୍ର ବା ଫୁଲ ପଚି ଯିବାରୁ ଏହି ମାରାତ୍ମକ ଭୂତାଣୁ ସୃଷ୍ଟି ହୋଇଥାଏ । ଏହି ରୋଗ ଆମ ଶରୀରକୁ ଶ୍ଵାସ ଦ୍ଵାରା ବା ଚର୍ମ ଦ୍ଵାରା ପ୍ରବେଶ କରିଥାଏ । ଯଦି କୌଣସି ବ୍ଯକ୍ତିର ଇମ୍ୟୁନିଟି ପାୱାର କମ ରହିଥାଏ ବା କୌଣସି ଡାଇବେଟିସ ବା ହୃଦରୋଗ ଥିବା ବ୍ୟକ୍ତିଙ୍କ ଠାରେ ବ୍ଲାକ ଫଙ୍ଗସ ଅଧିକ ସଂକ୍ରମଣ କରିଥାଏ ।

ଯେଉଁ ମାନେ ମାଟି ସଂସ୍ପର୍ଶରେ ଅଧିକ ରୁହନ୍ତି ବା ଯେଉଁ ମାନେ ବଡ ବଡ ବିଲଡିଙ୍ଗ କାମ କରିଥାନ୍ତି ସେମାନଙ୍କୁ ଏହି ସଂକ୍ରମଣ ଅଧିକ ହୋଇଥାଏ । ଏହି ବ୍ଲାକ ଫଙ୍ଗସ ପ୍ରଥମେ ନାକ ବାଟେ ପ୍ରବେଶ କରି ପରେ ଆଖି ଓ ମସ୍ତିସ୍କକୁ ଆକାରାନ୍ତ କରିଥାଏ । ଅଧିକାଂଶ କିଡନି ସମସ୍ଯା ଥାଏ ବା ଚର୍ମ ଜନିତ ସମସ୍ଯା ଥାଏ ସେମାନଙ୍କୁ ଏହି ବ୍ଲାକ ଫଙ୍ଗସ ସଂକ୍ରମଣ କରିଥାଏ । ଯଦି କୌଣସି ବ୍ୟକ୍ତି କୋରୋନାରେ ଭଲ ହୋଇଥାନ୍ତି ତେବେ କିଛି ଦିନ ପରେ ପୁଣି ଥରେ ଥଣ୍ଡା ବା ଜ୍ଵର ହୋଇଥାଏ ଏହା ସହ ନାକରୁ କଳା ପାଣି ବାହାରିବା ଆଦି ଲକ୍ଷଣ ଦେଖାଗଲେ ଏହା ବ୍ଲକ ଫଙ୍ଗସର ଲକ୍ଷଣ ହୋଇଥାଏ ।

ଯଦି ନାକ ପାଖରେ କଳା ଭଳି କୌଣସି ଦାଗ ପଡିଥାଏ ବା ଅଧିକ ମୁଣ୍ଡ ବିନ୍ଧା ହୁଏ ତେବେ ଏହା ବ୍ଲକ ଫଙ୍ଗସର ଲକ୍ଷଣ ହୋଇଥାଏ । ଏହା ଆମ ଶରୀରର ଫୁସଫୁସକୁ ମଧ୍ୟ ସଂକ୍ରମଣ କରିଥାଏ । ଏହା ବ୍ଯତୀତ ଯଦି ଆପଣଙ୍କ ଆଖିକୁ ଭଲ ଦେଖାଯାଏ ନାହି ତେବେ ଏହା ମଧ୍ୟ ବ୍ଲାକ ଫଙ୍ଗସର ଅନ୍ୟ ଏକ ଲକ୍ଷଣ ହୋଇଥାଏ । ଯଦି ବ୍ଲାକ ଫଙ୍ଗସ ହୋଇଥାଏ ତେବେ ଏହାର ପ୍ରାଥମିକ ଅବସ୍ଥାରେ ଇନଟ୍ରାଭେନସ  ଆମ୍ହୋଟେରିସିନ -ବି ମେଡ଼ିସିନ ଧମନୀ ଦ୍ଵାରା ୪ରୁ ୬ ସପ୍ତାହ ମଧ୍ୟରେ ଦିଆଯାଏ ।

ଏହା ଛଡା ପୋଷାକଣା ଜଲ ନାମକ ବଟିକା ଖାଇଲେ ଏହା ମୂଳରୁ ଶେଷ ହୋଇଥାଏ । ଯଦି ଅଧିକ ମାତ୍ରାରେ ବ୍ଲାକ ଫଙ୍ଗସ ହୋଇଥାଏ ତେବେ ଏମଆରଆଇ ବା ସିଟି ସ୍କାନ ଦ୍ଵାରା ଏହି ରୋଗର ଚିହ୍ନଟ କରାଯାଇ ତ୍ରିଟମେଣ୍ଟ କରାଯାଇ ପାରିବ । ଏହି ରୋଗରୁ ସତର୍କ ରହିବା ପାଇଁ ଅଧିକ ଦିନ ଯାଏଁ ଆଣ୍ଟି ବେଟିକ ମେଡ଼ିସିନ ସେବନ କରନ୍ତୁ ନାହି । ନିଜର ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରି ରଖନ୍ତୁ । ଯେଉଁ ମାନେ ମାଟି ସଂସ୍ପର୍ଶରେ ଥିବେ ସେମାନେ ଅଧିକ ସତର୍କ ରହିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।