ରାବଣ ସଂହିତାର ଏହି ପ୍ରାଚୀନ ଉପାୟ, ରାତା – ରାତି ବଦଳାଇ ପାରେ ଆପଣଙ୍କର ଭାଗ୍ୟ

ଲଙ୍କାପତି ରାବଣଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ରାବଣଙ୍କ ବିଷୟରେ ବିଚାର କଲେ ଜଣାଯାଏ କି  ସେ ଜଣେ ପ୍ରକାଣ୍ଡ ବିଦ୍ଵାନ ଥିଲେ । ଯାହାଙ୍କୁ ସମସ୍ତ ଶାସ୍ତ୍ରର ଜ୍ଞାନ ଥିଲା । ବିଶେଷ କରି ରାବଣ ଜ୍ୟୋତିଷ ଓ ତନ୍ତ୍ର ଶାସ୍ତ୍ରରେ ସିଦ୍ଧି ପ୍ରାପ୍ତ କରିଥିଲେ । ଏମିତିରେ ରାବଣଙ୍କ ଦ୍ଵାରା ରଚିତ ‘ରାବଣ ସଂହିତା’ରେ ଜ୍ୟୋତିଷ ଓ ତନ୍ତ୍ର ଶାସ୍ତ୍ରର ବିଭିନ୍ନ ମହତ୍ଵପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି ।

ଏଥିରେ ଖରାପ ସମୟକୁ ଭଲ ସମୟରେ ବଦଳାଇବାର ବିଭିନ୍ନ ଚମତ୍କାରୀ ତାନ୍ତ୍ରିକ ଉପାୟ ବିଷୟରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ରାବଣ ସଂହିତାରେ ବର୍ଣିତ କିଛି ଚମତ୍କାରୀ ତାନ୍ତ୍ରିକ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଧନ ଲାଭ ପାଇଁ ଉପାୟ

ରାବଣ ସଂହିତାରେ କୁହଯାଇଥିବା ଉପାୟ ଅନୁସାରେ, କୌଣସି ବି ଶୁଭ ଦିନରେ ସକାଳେ ଜଲ୍ଦି ଉଠି ନିଜର ନିତ୍ୟକର୍ମ ଶେଷ କରି ଏକ ନଦୀ କିମ୍ବା ଜଳାଶୟ ନିକଟକୁ ଯାଆନ୍ତୁ । ନଦୀ ପାଖରେ ଥିବା ଏକ ବର ଗଛ ତଳେ ଚମଡାର ଆସନରେ ବସି ଧନ ପ୍ରାପ୍ତି ନିମନ୍ତେ ଏହି ମନ୍ତ୍ରକୁ ରୁଦ୍ରାକ୍ଷ ମାଳା ସହ ଜପ କରନ୍ତୁ । ଏହାକୁ ଆପଣ ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ପ୍ରାପ୍ତି ହେବାକୁ ଲାଗିବ ।

ମନ୍ତ୍ର ଟି କିଛି ଏହି ପ୍ରକାରର – ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ନମ: ଧ୍ୱ: ଧ୍ୱ: ସ୍ୱାହା ।

ଯଦି ଆପଣଙ୍କର ଧନପ୍ରାପ୍ତିରେ ବାଧା ଆସୁଛି ତେବେ ଅନ୍ୟ ଏକ ମନ୍ତ୍ରକୁ ଆପଣ ୪୦ ଦିନ ପର୍ଯ୍ୟନ୍ତ ନିଜ ଘରେ ହିଁ କରି ପାରିବେ । ଏହି ମନ୍ତ୍ରକୁ ନିୟମିତ ରୂପରେ ଦିନକୁ ୧୦୮ ଥର ଜପ କରିଲେ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ । ମନ୍ତ୍ରଟି କିଛି ଏହିଭଳି ଅଟେ…

ଓଁ ସରସ୍ୱତୀ ଈଶ୍ୱରୀ ଭଗବତୀ ମାତା କ୍ରାଂ କ୍ଲୀଂ ଶ୍ରୀଂ ଶ୍ରୀଂ ମମ ଧନଂ ଦେହି ଫଟ୍ ସ୍ୱାହା ।

ମହାଲକ୍ଷ୍ମୀଙ୍କ କୃପାରେ ଧନ ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକ ଉପାୟ

ଏହି ଉପାୟକୁ ଆପଣଙ୍କୁ ଶୁଭ ମୂହୁର୍ତ୍ତ ଯେମିତ ଦୀପାବଳି, ଅକ୍ଷୟ ତୃତୀୟା, ହୋଲି ଇତ୍ୟାଦି ରାତିରେ କରିବା ଉଚିତ । ଉପାୟ ଅନୁସାରେ ଦୀପାବଳି ରାତିରେ ଆପଣ କୁମକୁମ କିମ୍ବା ଅଷ୍ଟଗନ୍ଧରେ ଏକ ସ୍ଵଚ୍ଛ ଥାଳି ଉପରେ ଏକ ମନ୍ତ୍ର ଲେଖିବାକୁ ପଡିବ, ମନ୍ତ୍ରଟି ହେଉଛି…

ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୀ ମହାସରସ୍ୱତୀ ମମଗୃହେ ଆଗଚ୍ଛ-ଆଗଚ୍ଛ ହ୍ରୀଂ ନମ: ।

ଏହି ମନ୍ତ୍ରକୁ ଆପଣ କୌଣସି ସଫା – ସ୍ଵଚ୍ଛ ଆସନରେ ବସି, ରୁଦ୍ରାକ୍ଷ ମାଳା ସହ କିମ୍ବା  ପଦ୍ମ ମଞ୍ଜି ର ମାଳାରେ ୧୦୮ ଥର ଜପ କରନ୍ତୁ ।