ଚାଣକ୍ୟଙ୍କ ଅନୁସାରେ ପୂର୍ବ ଜନ୍ମରେ ଯଦି କରିଥାନ୍ତି ଏହି ପୂଣ୍ୟ, ତେବେ ମିଳିଥାଏ ସର୍ବ ଗୁଣ ସମ୍ପନ୍ନ ପତ୍ନୀ

ଚାଣକ୍ୟଙ୍କୁ ଏକ ମହାନ ଜ୍ଞାନୀ କୁହାଯାଏ ଓ ଆଜି ବି ଲୋକମାନେ ଚାଣକ୍ୟଙ୍କ ନୀତିର ପାଳନ କରୁଛନ୍ତି । ନିଜର ନୀତି ଜରିଆରେ ଚାଣକ୍ୟ ବହୁତ କିଛି ଜିନିଷ ମଣିଷକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଛନ୍ତି । ଯାହା ଦ୍ଵାରା ମନୁଷ୍ୟ ଏହି ନୀତି ଗୁଡିକର ପାଳନ କରି ନିଜର ଜୀବନରେ ସଫଳ ହୋଇ ପାରିବ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏମିତି ହିଁ ନୀତି ବିଷୟରେ କହିବାକୁ ଯାଉଛୁ । ଯାହା ସାହାର୍ଯ୍ୟରେ ଚାଣକ୍ୟ କହିବାକୁ ଚେଷ୍ଟା କରିଛନ୍ତି କି କେମିତି ଭଲ କାମ କାରଣରୁ ହିଁ ଭବିଷ୍ୟତ ଭଲ କରି ହେବ ।

ଭୋଜ୍ଯଂ ଭୋଜନଶକ୍ତିଶ୍ଚ ରତିଶକ୍ତିର୍ବରାଙ୍ଗନା ।

ବିଭବୋ ଦାନଶକ୍ତିଶ୍ଚ ନାଲ୍ପସ୍ୟ ତପସଃ ଫଲମ୍ ॥

ପୂର୍ବ ଜନ୍ମ ସହ ଜଡିତ ଏହି ଶ୍ଳୋକ ଚାଣକ୍ୟ ନୀତିର ଦ୍ଵିତୀୟ ଅଧ୍ୟାୟରେ ବର୍ଣନା କରା ଯାଇଛି ଓ ଏହି ଶ୍ଳୋକ ଜରିଆରେ ଚାଣକ୍ୟ କହିଛନ୍ତି କି ବ୍ୟକ୍ତିକୁ ୫ଟି ଜିନିଷ ପୂର୍ବ ଜନ୍ମର ପୂଣ୍ୟର ଆଧାରରେ ମିଳିଥାଏ । ଯାହାକି ଏହି ପ୍ରକାରର ଅଟେ ।

ଭଲ ଭୋଜନ

ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନଙ୍କୁ ଏହି ଜନ୍ମରେ ଖାଇବା ପାଇଁ ଭଲ ଭୋଜନ ମିଳୁଛି ତେବ ସେହି ଲୋକମାନେ ବୁଝି ଯାଅନ୍ତୁ କି ସେମାନେ ପୂର୍ବ ଜନ୍ମରେ ଭଲ କାର୍ଯ୍ୟ କରିଥିବେ । ଏହା ସହିତ ଯେଉଁ ଲୋକମାନଙ୍କୁ ଖାଦ୍ୟ ଭଲ ଭାବରେ ହଜମ ହୋଇ ଯାଉଛି ଏହାର ଅର୍ଥ ସେମାନଙ୍କ ପାଚନ ଶକ୍ତି ମଜବୁତ ହୋଇଥାଏ । ସେହି ଲୋକମାନେ ବି ନିଜର ପୂର୍ବ ଜନ୍ମରେ ସଠିକ କାମ କରିଥିବେ । ତେବେ ତାଙ୍କର ପାଚନ ଶକ୍ତି ମଜବୁତ ହୋଇଛି ।

ସର୍ବ ଗୁଣ ସମ୍ପନ୍ନ ଓ ବୁଦ୍ଧିମାନ ପତ୍ନୀ

ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନଙ୍କୁ ସୁନ୍ଦର ଓ ଗୁଣବାନ ସ୍ତ୍ରୀ ମିଳିଥାଏ ସେହି ଲୋକ ଭାଗ୍ୟବାନ ହୋଇଥାନ୍ତି । ସୁନ୍ଦର ଓ ଗୁଣବାନ ସ୍ତ୍ରୀ ମିଳିବା ବି ପୂର୍ବ ଜନ୍ମର କର୍ମର ହିଁ ଫଳ ହୋଇଥାଏ । ଯେଉଁ ଲୋକମାନେ ପୂର୍ବ ଜନ୍ମରେ ନିଜର ଜୀବନସାଥିକୁ ମହତ୍ଵ ଦେଇଥାନ୍ତି ସେମାନଙ୍କୁ ବି ଭଲ ପତ୍ନୀର ସୁଖ ମିଳିଥାଏ ।

ଟଙ୍କାର ସଠିକ ବ୍ୟବହାର କରୁଥିବା ଲୋକ

ଚାଣକ୍ୟଙ୍କ ଶ୍ଳୋକ ଅନୁସାରେ ଯେଉଁ ଲୋକମାନେ ଭଲ ଭାବରେ ନିଜର ଟଙ୍କାକୁ ସମ୍ଭାଳିଥାନ୍ତି ଓ ଭଲ ଭାବରେ ଟଙ୍କାକୁ ଖର୍ଚ କରିଥାନ୍ତି, ସେମାନ ବି ଭାଗ୍ୟବାନ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଧନବାନ ହେବା ଦ୍ଵାରା ଅଧିକ ଜରୁରୀ ଏହା ଅଟେ କି ବ୍ୟକ୍ତିକୁ ଏହା ଜଣା ଥିବ କି ଟଙ୍କାର ବ୍ୟବହାର କେମିତି କରାଯାଇଥାଏ । ଯେଉଁ ବ୍ୟକ୍ତି ଭିତରେ ଟଙ୍କାର ସଠିକ ପ୍ରୟୋଗ କରିବାର ଗୁଣ ହୋଇଥାଏ ।

ସେହି ଲୋକମାନେ ପୂର୍ବ ଜନ୍ମରେ ଭଲ କାର୍ଯ୍ୟ କରିଥାନ୍ତି । ଅର୍ଥାତ ଆପଣ ନିଜର ଟଙ୍କାର ସଠିକ ପ୍ରୟୋଗ କରୁଛନ୍ତି, ତେବେ ବୁଝି ଯାଆନ୍ତୁ କି ଆପଣ ପୂର୍ବ ଜନ୍ମରେ ପୂଣ୍ୟ କରିଛନ୍ତି ।

ଦାନ କରୁଥିବା ଲୋକମାନେ

ଦାନ କରିବା କାର୍ଯ୍ୟକୁ ସବୁଠୁ ପୂଣ୍ୟ କୁହାଯାଇଛି । ଓ ବହୁତ କମ ଲୋକମାନଙ୍କ ମଧ୍ୟରେ ଏହି ଗୁଣ ଥାଏ । ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନେ କିଛି ଜିନିଷ ଦାନ କରିଥାନ୍ତି, ସେମାନେ ପୂର୍ବ ଜନ୍ମରେ ପୂଣ୍ୟର କାମ କରିଥାନ୍ତି । ସମସ୍ତଙ୍କୁ ଦାନ କରିବାର ସୋଭାଗ୍ୟ ମିଳି ନ ଥାଏ । କେତେ ଥର ଲୋକମାନଙ୍କ ପାଖରେ ବହୁତ ଟଙ୍କା ତ ଥାଏ । କିନ୍ତୁ ତାଙ୍କୁ ଦାନ କରିବା ପାଇଁ ଚାନ୍ସ ମିଳି ନ ଥାଏ । ଅନ୍ୟ ପଟେ କିଛି ଲୋକମାନେ ଏମିତି ହୋଇଥାନ୍ତି କି ଯାହାଙ୍କ ପାଖରେ ଟଙ୍କା କମ ହେବା ସତ୍ବେ ବି ତାଙ୍କୁ ଦାନ କରିବା ପାଇଁ ଚାନ୍ସ ମିଳିଥାଏ ।

କାମର ବସରେ ନ ଆସିବା ଲୋକମାନେ

ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନେ କାମର ବସରେ ସହଜରେ ଆସି ଯାଆନ୍ତି ସେହି ଲୋକମାନେ ପୂର୍ବ ଜନ୍ମରେ ଖରାପ କାର୍ଯ୍ୟ କରିଥାନ୍ତି । କାରଣ କାମରେ ବସରେ ଆସିବା ଦ୍ଵାରା ମନୁଷ୍ୟର ବିନାଶ ଜଲ୍ଦି ହିଁ ହୋଇଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।