ଭିକାରୀ ଜଣଙ୍କ ଘରେ ପଶି ଜବରଦସ୍ତି ମାଗିଲା ଏତେ ଟଙ୍କା, କାରଣ ଜାଣିଲେ ଉଡ଼ିଯିବ ହୋସ…ଆହୁରି ଏହା ସହିତ 10 ଟି ମଜାଳିଆ ଜୋକ୍ସ

୧) ବାର୍ଷିକୀ ଅବସରରେ

ପତ୍ନୀଙ୍କୁ ଗୋଲାପ ଦେଇ ସ୍ୱାମୀ କହିଲା

“ଶୁଭ ବାର୍ଷିକୀ!”

ପତ୍ନୀ: ମୁଁ ଗୋଲାପ ଫୁଲ ନୁହେଁ ସୋନା ଜିନିଷ ଚାହୁଁଛି।

ସ୍ୱାମୀ: ଆ.. ଏହି ତକିଆ ନିଅ, ଆରାମରେ ସୋନା !

୨) ଭିକାରୀ:

ଭଗବାନଙ୍କ ନାମରେ

ମୋତେ କିଛି ଦିଅ ବାବା ..

ଛାତ୍ର – ଏହାକୁ ନିଅ .. ମୋର B.A. ଡିଗ୍ରୀ ରଖନ୍ତୁ ..

ଭିକାରୀ: -ତୁମେ ମୋତେ ବର୍ତ୍ତମାନ କନ୍ଦେଇବ କି ..

ମୋର MBA ଡିଗ୍ରୀ ଏଇଟା ରଖ 50 ଟଙ୍କା ହେଲେ ଦିଅ..!

୩) ସମୟ ଏବଂ ଆବଶ୍ୟକତା ଅନୁଯାୟୀ ମନୁଷ୍ୟର ଚିନ୍ତାଧାରା ବଦଳିଯାଏ,

ଯେତେବେଳେ ମାଛି ଚା’ରେ ପଡ଼େ..

ତେବେ ଚା ଫିଙ୍ଗିବାକୁ ପଡେ ଏବଂ ଯଦି ଘିଅରେ ପଡ଼ିଯାଏ ତେବେ ମାଛି ଫିଙ୍ଗି ଘିଅ ଖାଇବାକୁ ପଡେ..

୪) ଜଣେ ବୋହୁ ବିବାହ ପରେ ପ୍ରଥମ ଥର ରୋଷେଇ ଘରକୁ ଯାଇଥିଲେ

ଏବଂ ରେସିପି ବୁକ୍ ରେ ରୋଷେଇ କରୁଥିଲେ।

ଶାଶୁ ବାହାରୁ ଘରକୁ ଫେରିଥିଲେ…

ଫ୍ରିଜ୍ ଖୋଲି ଭିତରକୁ ଚାହିଁ ବିସ୍ମିତ ହୋଇ ପଚାରିଲେ: “କାହିଁକି ମିକ୍ସଚର କୁ ଫ୍ରିଜରେ ରଖିଛୁ?”

ବୋହୁ : ଏହା ବହି ରେ ଲେଖାଯାଇଛି, ମିକ୍ସଚର କୁ ଏକ ଘଣ୍ଟା ଫ୍ରିଜରେ ରଖନ୍ତୁ ”

୫) ତୋଫାନୀ ବର୍ଷା ଅଧାରାତି, ଜଣେ ବ୍ୟକ୍ତି ପିଜା ହଟ୍ ରୁ ପିଜା ଆଣିବାକୁ ଗଲା।

ପିଜା ବାଲା -ଆପଣ ବିବାହିତ କି?

ବ୍ୟକ୍ତି- ଶଳା ଏମିତି ତୋଫାନରେ କେଉଁ ମା ନିଜ ପୁଅକୁ ପିଜା ପାଇଁ ପଠାଇବ ?

୬ ) ତିନି ଜଣ ପୁଅ ଏକା ସାଙ୍ଗେ ଗୋଟେ ଝିଅକୁ ପ୍ରପୋଜ କଲେ ,

ପ୍ରଥମ- ମୁଁ ତୁମ ପାଇଁ ମୋ ଜୀବନ ଦେଇପାରିବି, ଝିଅ- ତାହା ତ ସମସ୍ତେ କହୁଛନ୍ତି,

ଦ୍ୱିତୀୟ- ମୁଁ ତୁମ ପାଇଁ ଚାନ୍ଦ ତାରା ଭାଙ୍ଗିପାରିବି,

ଝିଅ- ପୁରୁଣା ଡାଇଲଗ୍ ଅଟେ ,

ତୃତୀୟ କହିଲା -ମୁଁ ତୁମ ପାଇଁ ୫୦୦ ଟଙ୍କା ଖୁଚୁରା କରିଦେବି ।

ଝିଅ- ପାଗଳ, ଏତେ ଭଲ ପାଉଛ ମୋତେ ।

୭) ଶିକ୍ଷକ ଛାତ୍ରକୁ ମୁର୍ଖ, ବେଲଜିଆ ଦିନ ସାରା କ୍ଲାସରୁମ୍ ରେ ଝିଅମାନଙ୍କ ସହ ଏତେ କଥା କଣ ହେଉଛୁ ?

ଛାତ୍ର- ସାର୍ ମୁଁ ଗରିବ ପିଲା ଟେ , ମୋର ମୋବାଇଲ୍ ରେ ହ୍ୱାଟ୍ସଆପ୍ ନାହିଁ, ଶିକ୍ଷକଙ୍କ ଆଖିରେ ଲୁହ ଚାଲି ଆସିଲା ଏହା ଶୁଣିକି ।

୮) ଛୁଆ ନିଜ ମାକୁ ପଚାରିଲା ମା କଣ ମୁଁ ଭଗବାନଙ୍କ ପରି ଦେଖାଯାଉଛି ,

ମା କହିଲା ନା,, କିନ୍ତୁ ତୁ ଏମିତି କଣ ପାଇଁ ପଚାରୁଛୁ ଧନ,

ଛୁଆ- କାରଣ ମା ମୁଁ ଯେଉଁଆଡେ ବି ଯାଉଛି ସବୁ ଲୋକ କହୁଛନ୍ତି କି ଭଗବାନ ଆଉଥରେ ଆସିଗଲେ ।

୯)ସାନ୍ତା- ଆରେ ପୁଅ ତୋର ପରୀକ୍ଷା କିପରି କଟିଲା?

ପପୁ- ସେ ମୋତେ ଏମିତି ପ୍ରଶ୍ନ କଲେ ଯାହାକି ମୋତେ ଜଣାନଥିଲା,

ସାନ୍ତା- ତାହେଲେ ?

ପପୁ- ତେବେ ମୁଁ ଉତ୍ତରରେ ଲେଖିଦେଲି ଯାହା ତାଙ୍କୁ ଜଣାନଥିବ ।

୧୦) ଜଣେ ଭିକାରୀ ଜଣଙ୍କ ଘର କବାଟ ଜୋରେ ଜୋରେ ପିଟି ; ମ୍ୟାଡାମ୍ ୧ ହଜାର ୯ ଶହ ୨୧ ଟଙ୍କା ଦିଅନ୍ତୁ।

ମହିଳା – କିନ୍ତୁ କାହିଁକି?

ଭିକାରୀ – ବାବୁ ପ୍ରତିଦିନ ମନ୍ଦିରରେ କୁହନ୍ତି କାଲି ଦେବି କାଲି ଦେବି ବୋଲି ବାକିଆ ଟଙ୍କା ତାଙ୍କର ଏତିକି ହେଇ ଗଲାଣି.. (ମ୍ୟାଡାମ୍ ବେହୋସ)

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ହସକଥା ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।