ପୁଣି ପୁରୁଣା ଘରେ ରହୁଛନ୍ତି ରାନୁ ମଣ୍ଡଳ, ଲାଇମଲାଇଟରୁ ଦୂରରେ ରହି ଏମତି ବିତାଉଛନ୍ତି ଜୀବନ

ରେଲୱେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ସୋସିଆଲ ମିଡିଆରେ କ୍ଵିନ ହେଇସାରିଛନ୍ତି । ହେଲେ ବର୍ତ୍ତମାନ ସେ ଲାଇମଲାଇଟରୁ ଦୂରରେ ଅଛନ୍ତି । ଯାହାଫଳରେ ତାଙ୍କ ଫ୍ୟାନମାନେ ଜାଣିବାକୁ ଚାହୁଁଛନ୍ତି କି ସେ ବର୍ତ୍ତମାନ କେଉଁଠି ଅଛନ୍ତି ଓ କଣ କରୁଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ରାନୁ ମଣ୍ଡଳଙ୍କର ବର୍ତ୍ତମାନ ଜୀବନ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ପୁଣି ପୁରୁଣା ଘରକୁ ଗଲେ ରାନୁ ମଣ୍ଡଳ

ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି କି ରାନୁ ବର୍ତ୍ତମାନ ତାଙ୍କ ପୁରୁଣା ଘରେ ରହୁଛନ୍ତି, ଯାହାକି ପଶ୍ଚିମବଙ୍ଗ ରେ ଅବସ୍ଥିତ । ଏହି ଖବର ଶୁଣିଲେ ତାଙ୍କ ଫ୍ୟାନମାନଙ୍କୁ ବଡ ଝଟକା ଲାଗିପରେ । ହେଲେ ସେ କୌଣସି କାମ ପାଇଁ ତାଙ୍କ ପୁରୁଣା ଘରେ ରହିଛନ୍ତି । ଖବର ଆସିଥିଲା କି ସେ ତାଙ୍କ ପାଇଁ ଏକ ନୂଆ ଘର ନେଇଛନ୍ତି । ସେହି ସମୟରେ ତାଙ୍କ ଲୁକ୍ ପୁରା ବଦଳିଯାଇଥିଲା । ଯାହାଫଳରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବାୟୋପିକର ହେଉଛି ପ୍ରସ୍ତୁତି

ଖବର ଅନୁସାରେ ଜଣା ପଡିଛି କି କିଛି ଦିନ ହେବ ରାନୁ ନିଜ ପୁରୁଣା ଘରେ ରହି ନିଜ ବାୟୋପିକ ପାଇଁ କାମ କରୁଛନ୍ତି । ଯାହାଫଳରେ ସେ ମିଡିଆ ଠାରୁ ଦୂରରେ ଅଛନ୍ତି । କିଛି ଦିନ ତଳେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏହି ବିଷୟରେ ଲେଖିଥିଲେ । ଯାହାକୁ ଦେଖିଲେ ଜଣା ପଡିଯାଉଛି କି ସେ ବାୟୋପିକର ପ୍ରସ୍ତୁତି ପାଇଁ ତାଙ୍କ ଘରକୁ ଯାଇଛନ୍ତି ଓ ଲେଖକ ମାନଙ୍କୁ କାହାଣୀ ଲେଖିବା ପାଇଁ ପୁରା ସହଯୋଗ କରୁଛନ୍ତି । ସେ ତାଙ୍କ ବାୟୋପିକ ପାଇଁ ବହୁତ ଆକ୍ଟିଭ ଅଛନ୍ତି ।

ସୋସିଆଲ ମିଡିଆରେ ବଦଳିଲା ଜୀବନ

ରାନୁ ମଣ୍ଡଳ କେବେ ବି ଚିନ୍ତା କରିନଥିଲେ କି ତାଙ୍କ ଜୀବନ ଏତେ ବଦଳିଯିବ । ଗୋଟିଏ ଗୀତ ରାତାରାତି ତାଙ୍କର ଜୀବନକୁ ବଦଳାଇ ଦେଲା । ଯାହା ପରେ ସେ ସୋସିଆଲ ମିଡିଆରେ ଷ୍ଟାର ହୋଇଯାଇଥିଲେ । ଖବର ଅନୁସାରେ ଜଣା ପଡିଛି କି ବହୁତ ଶୀଘ୍ର ରାନୁ ତାଙ୍କ ଆବାଜରେ ଆଉ ଏକ ଗୀତ ଗାଇବେ । ତାଙ୍କ ଫ୍ୟାନମାନେ ଏହା ବିଷୟରେ ଜାଣିଲେ ବହୁତ ଖୁସି ହେବେ ।