ପତ୍ନୀ ସାକ୍ଷୀଙ୍କ ସହ ହାତରେ ହାତ ମିଶାଇ ଅର୍ମାନ ମଲିକଙ୍କ ଗୀତରେ ନାଚିଲେ ମାହି, ଭାଇରାଲ ହେଲା ଭିଡିଓ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଟିମର ସବୁଠୁ ସଫଳ କ୍ୟାପଟେନ ଅଟନ୍ତି । ମାହିଙ୍କ କ୍ୟାପଟେନସିପ ରେ ଭାରତ ଟି20ରେ ୱାଲ୍ଡ କପ୍ ଜିତିଥିଲା । ହେଲେ କିଛି ଦିନ ହେବ ମାହି କ୍ରିକେଟରୁ ଦୂରରେ ଅଛନ୍ତି । କ୍ରିକେଟର ଲୋକପ୍ରିୟତା ପାଇଁ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ । ସୋସିଆଲ ମିଡିଆରେ ମଧ୍ୟ ମାହି ବହୁତ ସକ୍ରିୟ ନଜର ଆସନ୍ତି ।

ସବୁବେଳେ ସେ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ପୋଷ୍ଟ କରନ୍ତି । କିଛି ଦିନ ହେବ ଧୋନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଗତ କିଛି ଦିନରୁ ଧୋନୀଙ୍କ ରୋମାଣ୍ଟିକ ସାଇଡ ତାଙ୍କ ଫ୍ୟାନମାନଙ୍କୁ ଦେଖିବାକୁ ମିଳୁଛି । କିଛି ସମୟ ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେହି ଭିଡିଓରେ ମାହି ‘ଜବ କୋଇ ବାତ ବିଗଡ ଯାଏ’ ନାମକ ଏକ ଗୀତ ଗାଉଥିଲେ । ତାଙ୍କ ଫ୍ୟାନମାନେ ଏହାକୁ ଦେଖି ଖୁସି ହୋଇଯାଇଥିଲେ । ହେଲେ ଧୋନୀ ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହି ଭିଡିଓକୁ ଦେଖି ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି । ଏହି ଭିଡିଓରେ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ ଅର୍ମାନ ମଲିକଙ୍କ ସହ ନଜର ଆସୁଛନ୍ତି । ସାଧାରଣତଃ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଅର୍ମାନ ମଲିକ ଯିଏ ବଲିଉଡର ଜଣେ ପ୍ରକ୍ଷାତ ଗାୟକ ଅଟନ୍ତି, ସେ ଏହି ଭିଡିଓରେ ଏମ ଏସ ଧୋନୀ ଫିଲ୍ମର ‘କୋନ ତୁଝେ ୟୁ ପ୍ୟାର କରେଗା’ ଗୀତଟି ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଅର୍ମାନ ମଲିକଙ୍କ ସହ ଧୋନୀ ତାଙ୍କ ପତ୍ନୀ ସାକ୍ଷୀଙ୍କ କାନ୍ଧ ଉପରେ ହାତ ରଖି ଏହି ଗୀତକୁ ଏନଜଏ କରୁଛନ୍ତି । ଏହି ରୋମାଣ୍ଟିକ ଗୀତରେ ଧୋନୀଙ୍କର ଏହି ହରକତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ।