ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି ଜିନିଷ, ମହାଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବଢିବ ଧନ – ସମ୍ପତି

ସମସ୍ତଙ୍କ ଘରେ ଖୁସି ରହିବା ବହୁତ ଜରୁରୀ ଅଟେ । ଆମ ଘରର ମୁଖ୍ୟ ଦ୍ଵାରକୁ ଖୁସିର ଦ୍ଵାର ବୋଲି କୁହାଯାଏ, କାରଣ ଯାହା ବି ଖୁସି ଆମ ଜୀବନରେ ଓ ଘରକୁ ଆସିଥାଏ ତାହା ଆମ ଘରର ମୁଖ୍ୟ ଦ୍ଵାରା ଦେଇ ହିଁ ପ୍ରବେଶ କରିଥାଏ । ଏହି କାରଣରୁ ଆପଣମାନେ ପ୍ରାୟତଃ ଦେଖିଥିବେ କି ପ୍ରାୟତଃ ଲୋକମାନେ ନିଜ ଘରର ମୁଖ୍ୟ କବାଟକୁ ସବୁବେଳେ ସଜାଇ ରଖିଥାନ୍ତି । ଦେବୀ ଦେବତା ବି ଘରର ମୁଖ୍ୟ ଦ୍ଵାର ଦେଇ ଘରକୁ ପ୍ରବେଶ କରିଥାନ୍ତି ।

ଏମିତିରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଠିକ ନ ଥିବ ଓ ତାହା ପରିଷ୍କାର ନ ଥିବ ତେବେ ଦେବୀ ଦେବତା ଆପଣଙ୍କ ଘରୁ ଫେରି ଯାଆନ୍ତି । ଖାସକରି ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରର ମୁଖ୍ୟ ଦ୍ଵାରକୁ ଅପରିଷ୍କାର ଦେଖି ଫେରି ଯାଆନ୍ତି । ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ କହିବୁ କି ଘରର ମୁଖ୍ୟ ଦ୍ଵାରରେ କେଉଁ ପ୍ରକାରର ଜିନିଷ ରଖିଲେ ଆପଣ ଘରେ ସକରାତ୍ମକ ଊର୍ଜା ସଂଚାର କରି ପାରିବେ ଓ ଧନ ସମ୍ପଦ ପ୍ରାପ୍ତି କରି ପାରିବେ ।

ଘରର ମୁଖ୍ୟ ଦ୍ଵାର ସହ ଜଡିତ ମହତ୍ଵପୂର୍ଣ୍ଣ କଥା

·    ଆପଣଙ୍କୁ ସର୍ବ ପ୍ରଥମେ ଏହି କଥାର ଧ୍ୟାନ ଦେବାକୁ ପଡିବ କି ଆପଣ ସକାଳୁ ଉଠି ନିଜ ଘରର ମୁଖ୍ୟ ଦ୍ଵାରକୁ ଖୋଲିବା ସମୟରେ ପ୍ରାର୍ଥନା କରନ୍ତୁ । ଏହା ପରେ ମୁଖ୍ୟ ଦ୍ଵାରରେ ପାଣି ଦିଅନ୍ତୁ । ମୁଖ୍ୟ ଦ୍ଵାରରେ ସକାଳେ ପାଣି ଦେବା ପାଇଁ ଆପଣ ଏକ ତମ୍ବା ପାତ୍ରରେ ରାତିରେ ପାଣି ଭର୍ତ୍ତି କରି ଐଶାନ୍ୟ କୋଣ ମାନେ ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ, ଆପଣମାନେ ଚାହିଁବେ ତ ଏଥିରେ ଅଳ୍ପ ହଳଦୀ, ଗୋଲାପ ଜଳ କିମ୍ବା ଅତର ମିଶାଇ ପାରିବେ ।

·    ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଉଛନ୍ତି ତେବେ ଏହା ଶୁଭ ହୋଇଥାଏ । ଏହା ସହିତ ଆପଣ ବାହାରକୁ ଯିବା ସମୟରେ ଏହି ଫଟୋକୁ ନିଶ୍ଚିତ ଦର୍ଶନ କରନ୍ତୁ ।

·    ଏହା ଛଡା ଆପଣ ନିଜ ଘରର ମୁଖ୍ୟ ଦ୍ଵାରର ଡାହାଣ ପାର୍ଶ୍ଵରେ ଡୋରବେଲ ଲଗାନ୍ତୁ ଓ ନିଜ ଘରର ମୁଖ୍ୟ କବାଟର ବାମ ଆଡକୁ ଜୋତା ଚପଲ ଷ୍ଟାଣ୍ଡ ରଖନ୍ତୁ ।

·    ଆପଣ ନିଜ ଘରର ମୁଖ୍ୟ ଦ୍ଵାର ଉପରେ ସିନ୍ଦୁର କିମ୍ବା ମୁରୁଜ କିମ୍ବା ଚନ୍ଦନ ଦ୍ଵାରା ସ୍ୱସ୍ତିକ ଓ ଓଁ ର ଚିହ୍ନ ଅବଶ୍ୟ କରି ଦିଅନ୍ତୁ, ଏହା ଶୁଭ ହୋଇଥାଏ ।

·    ଏହା ଛଡା ଆପଣ ମଙ୍ଗଳବାର ଦିନ ଘରର ମୁଖ୍ୟ ଦ୍ଵାରରେ ଅଶୋକ କିମ୍ବା ଆମ୍ବ ତୋରଣ ନିଶ୍ଚିତ ଲଗାନ୍ତୁ ।

·    ନିଜ ଘରର ମୁଖ୍ୟ ଦ୍ଵାରାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ । ଏହା ଦ୍ଵାରା ଘରେ ସକରାତ୍ମକ ଊର୍ଜା ରହିଥାଏ ।

·  ଏହା ଛଡା ଆପଣ ସନ୍ଧ୍ୟା ସମୟରେ ନିଜର ମୁଖ୍ୟ ଦ୍ଵାରକୁ ଅନ୍ଧାର ରଖନ୍ତୁ ନାହିଁ । ଆପଣ ମୁଖ୍ୟ ଦ୍ଵାରରେ ଦୀପ ବି ଲଗାଇ ପାରିବେ ।