ଯଦି ଚାହୁଁଛନ୍ତି ଜବରଦସ୍ତ ବଡି, ତ ନିଜ ଖାଦ୍ୟରେ ଏହି ୫ଟି ଜିନିଷକୁ ନିଶ୍ଚିତ କରନ୍ତୁ ସାମିଲ

ଆଜିକାଲି ସମୟରେ ଯୁବପିଢିମାନଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ଚାଲିଛି । ସମସ୍ତେ ଭଲ ଶରୀର କରିବାକୁ ଚାହୁଁଛନ୍ତି । ସମସ୍ତେ ଚାହାନ୍ତି କି ତାଙ୍କର ଏକ ଭଲ ବଡି ହେଉ । କିନ୍ତୁ ଖାଦ୍ୟ ପେୟ ଠିକ ନ ରହିବା କାରଣରୁ ଏହି ପରିଣାମ ମିଳି ପାରି ନ ଥାଏ । ଏହା ପରେ ବହୁତ ଯୁବକ ବଜାରରେ ଉପଲବ୍ଧ ଔଷଧ ଓ ସପ୍ଲୀମେଂଟ ର ପ୍ରୟୋଗ କରିବାକୁ ଲାଗନ୍ତି ।

କିନ୍ତୁ ଏହି ସବୁ ଜିନିଷର ପ୍ରୟୋଗ କରିବା ଦ୍ଵାରା ଆମ ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ । ସେଥିପାଇଁ ଏହି ଜିନିଷ ଗୁଡିକର ସେବନ କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଖାଦ୍ୟରେ ଯଦି ସାମିଲ କରୁଛନ୍ତି ତେବେ ଆପଣ ଏକ ଭଲ ବଡି ପାଇ ପାରିବେ । କିନ୍ତୁ ଏହି ଜିନିଷ ଗୁଡିକର ସେବନ ସହିତ ନିୟମିତ ରୂପରେ ଆପଣଙ୍କୁ ବ୍ୟାୟମ ବି କରିବାକୁ ପଡିବ ।

ଆସନ୍ତୁ ଜାଣିବା ଏହି ୫ଟି ଜିନିଷ କଣ ଅଟେ

ମଶରୁମ

ମଶରୁମ ଆମର ମାଂସପେଶୀକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ମଶରୁମ ଏକ ଲୋ କ୍ୟାଲୋରି ଖାଦ୍ୟ ଅଟେ । ଯାହା ଆମର ପେଟ ପାଇଁ ଭଲ ହୋଇଥାଏ । ମଶରୁମରୁ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ B1, B2, B3, C, D, E ବି ପ୍ରଚୁର ମାତ୍ରାରେ ମିଳିଥାଏ । ଯଦି ଆପଣ ମଶରୁମର ସେବନ କରନ୍ତି ତେବେ ଏହା ଆପଣଙ୍କର ବଡି ତିଆରି କରିବା ପାଇଁ ସହୟତା କରିଥାଏ ।

ବ୍ରୋକଲୀ

ବ୍ରୋକଲୀର ସେବନ ଆମର ସ୍ୱାସ୍ଥ୍ୟ ପାଇଁ ବୁହତ ଲାଭଦାୟକ ହୋଇଥାଏ । ଏଥିରେ ପ୍ରୋଟିନ କ୍ୟାଲସିୟମ, କାର୍ବୋହାଇଡ୍ରେଟ ଆଇରନ, ଭିଟାମିନ A, C ପ୍ରଚୁର ମାତ୍ରାରେ ଉପଲବ୍ଧ ଥାଏ । ବ୍ରୋକଲୀରେ କ୍ୟାଲୋରି ର ମାତ୍ରା ବି କମ ଥାଏ ଓ ଏଥିରେ ଫାଇବର ଥାଏ, ଯାହା ସାହାର୍ଯ୍ୟରେ ଆପଣ ଓଜନକୁ ନିୟନ୍ତ୍ରଣ କରି ପାରିବେ ।

ଡାଲଚିନି

ଯଦି ଡାଲଚିନିର ସେବନ କରାଯାଏ ତେବେ ଏହା ଦ୍ଵାରା ଆମର ମୋଟାପା କମ ହୋଇଥାଏ ଓ ଏହା କେତେକ ରୋଗକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

କନ୍ଦମୂଳ

କନ୍ଦମୂଳରେ କ୍ୟାଲୋରୀ ଓ ସ୍ଟାର୍ଚ ପ୍ରବଳ ମାତ୍ରାରେ ମିଳିଥାଏ । ଏହା ସହିତ ଏହା ଏକ ଫାଇବର ଆଣ୍ଟିଅକ୍ସିଡେଂଟ, ଭିଟାମିନ ଓ ମିନେରାଲ୍ସ ର ଏକ ଭଲ ସ୍ରୋତ ଅଟେ । ଯଦି କନ୍ଦମୂଳ ସେବନ କରାଯାଏ ତେବେ ଏହା ଦ୍ଵାରା ଶରୀରରେ ମୋଟାପା ନିୟନ୍ତ୍ରିତ ରହିଥାଏ ।

ଅଖରୋଟ

ଅଖରୋଟ ଆମର ବ୍ଲଡ ପ୍ରେସର ଓ ଟେନସନ କୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା ଆମର ହାଡ ବି ମଝବୁତ ହୋଇଥାଏ । ଯେଉଁ ବ୍ୟକ୍ତିମାନେ ବଡି ବନାଇବାକୁ ଚାହୁଞ୍ଚନ୍ତି ତାଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ ।