ପୁଣି ନିରାଶ ହେଲେ Deepika, ଘର ତାଲା ପକାଇ କୁଆଡେ ଚାଲିଗଲେ Dinesh ଙ୍କ ପରିବାର, ଦେଖନ୍ତୁ କଣ କହିଲେ Deepika

ପୁଣି ନିରାଶ ହେଲେ ଦୀପିକା । ପ୍ରେମିକ ଦିନେଶ ଅନ୍ୟତ୍ର ବାହା ହେବାକୁ ଯୋଜନା କରୁଛନ୍ତି କି ? ଘରେ ତାଲା ପକାଇ ଚାଲିଗଲେ ପରିବାର ଲୋକେ । ଗଣେଶ ପୂଜାର ଫଳ ମିଳିଲାନି ଆଉ ସଂସାର ଯୋଡି ହେଲାନି । ଦିନେଶଙ୍କ ପୁରା ପରିବାର କୁଆଡେ ଖସିଗଲେ । ଧାରଣା ୩୨ ଦିନରେ ପହଞ୍ଚିଲାଣି, ହେଲେ ଦୀପିକା ନାଏକ ବସିଥିବା ବେଳେ ତାଙ୍କର ପୁରା ପରିବାର ଘର ତାଲା ପକାଇ କୁଆଡେ ପଳେଇଗଲେ ।

ପ୍ରେମିକ ଦିନେଶଙ୍କ ଘର ଆଗରେ ଗତ ୩୨ ଦିନ ହେବ ପୁଅକୁ ବାପାର ଅଧିକାର ଦେବା ଦାବିରେ ଧାରଣା ଦେଇ ଆସୁଛନ୍ତି କେ. ଦୀପିକା । ଆଜି ଯାଏଁ ଦିନେଶଙ୍କ କୌଣସି ଖୋଜ ଖବର ମିଳୁ ନଥିବା ବେଳେ ଦୀପିକା ତାଙ୍କ ବାଟ ଚାହିଁ ବସିଛନ୍ତି । ଏହାରି ଭିତରେ ଦୀପିକା ଓ ତାଙ୍କ ସହଯୋଗ କରୁଥିବା ପ୍ରମିଳା ତ୍ରିପାଠୀ ଦିନେଶଙ୍କ ଘର ଡୁଆରେ ଗଣେଶ ପୂଜା ମଧ୍ୟ କରିଥିଲେ । ହେଲେ ଏହାପରେ ଦିନେଶଙ୍କ ପରିବାର ଲୋକେ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି ।

ହେଲେବି ଦୀପିକା ସେଠାରୁ ଉଠିବେନି ବରଂ ଧାରଣା ଜାରି ରଖିବେ ବୋଲି କହିଛନ୍ତି । ବ୍ରହ୍ମପୁର ବଡବଜାର ଦେଶୀବେହେରା ସାହିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଦିନେଶଙ୍କ ପରିବାର ଲୋକେ ଜିନିଷପତ୍ର ଧରି ଘରୁ ବାହାରିଯିବା ବେଳେ ଦୀପିକା ସେମାନଙ୍କୁ ଚାହିଁ ରହିଥିଲେ । ହେଲେ କିଛି ନକହି ସେମାନେ ଚାଲି ଯାଇଥିଲେ ।

ଗତ କିଛିଦିନ ହେଲା ଦିନେଶଙ୍କ ଅନ୍ୟତ୍ର ବାହାଘର ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ପୂର୍ବରୁ ମଧ୍ୟ ଖୁବ କମ୍ ସମୟ ମଧ୍ୟରେ ଦିନେଶଙ୍କ ପରିବାର ତାଙ୍କ ବାହାଘର ଯୋଜନା କରୁଥିବା ଶୁଣି ଦିନେଶଙ୍କ ଘର ଆଗରେ ବସି ରହିଥିଲେ ଦୀପିକା । ତେବେ ବର୍ତ୍ତମାନ ପୁରା ପରିବାର କୁଆଡେ ଚାଲି ଯାଇଥିବାରୁ ସେମାନେ ଦିନେଶଙ୍କ ବିବାହ କରିବାକୁ ତାଙ୍କୁ କୁଆଡେ ନେଇ ଯାଇ ପାରନ୍ତି ବୋଲି ଦୀପିକା ସନ୍ଦେହ ପ୍ରକାଶ କରିଛନ୍ତି ।

ଆଜି ଯାଏଁ ଦିନେଶ ଦୀପିକାଙ୍କୁ ଭେଟିବାକୁ କିମ୍ବା ଧାରଣସ୍ଥଳକୁ ଆସି ନାହାନ୍ତି । ତେଣୁ ବ୍ରହ୍ମପୁର ଏସପି ଓ ଆଇଆଇସି ଏହି ସମ୍ବନ୍ଧରେ ତାଙ୍କୁ ଅବଗତ କରାନ୍ତୁ ବୋଲି ନିବେଦନ କରିଛନ୍ତି ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।