ସ୍ଥଳଭାଗ ଆଡକୁ ତୀବ୍ର ଗତିରେ ମାଡି ଆସୁଛି ଚଳିତ ବର୍ଷର ସବୁଠୁ ବଡ ସାମୁଦ୍ରିକ ଝଡ “ହିନ୍ନାମନୋର”, କେଉଁ ଅଞ୍ଚଳ ମାନଙ୍କରେ ପଡିବ ପ୍ରଭାବ ? 

ମାଡି ଆସୁଛି ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ହିନ୍ନାମନୋର । ଏହି ଭୟଙ୍କର ସାମୁଦ୍ରିକ ଝଡ ଏବେ ପୂର୍ବ ଚୀନ ସାଗରକୁ ଛୁଇଁ ସାରିଥିବା ସୂଚନା ଦେଇଛି ଜାପାନ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ ଜାପାନର ଦକ୍ଷିଣ ଦ୍ବୀପପୁଞ୍ଜ ଗୁଡିକ ପାଇଁ ବଡ ବିପଦ ସୃଷ୍ଟି କରିବା ସହ ଚୀନର ପୂର୍ବ ଉପକୂଳରୁ ମଧ୍ୟ ପ୍ରବଳରୁ ଅତିପ୍ରବଳ ପବନ ବୋହିବା ଆଶଙ୍କା କରାଯାଉଛି । ଚଳିତ ବର୍ଷ ହେବାକୁ ଯାଉଥିବା ଏହି ସାମୁଦ୍ରିକ ଝଡର ନାମ ଦିଆଯାଇଛି ଟାଇଫୁନ ହିନ୍ନାମନୋର ।

ଏହା ଘଣ୍ଟାପ୍ରତି ପାଖାପାଖି 25 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏହାର ପ୍ରଭାବରେ ପବନର ବେଗ ପ୍ରାୟ ୨୫୦ କିମିରୁ ଉର୍ଦ୍ଧ୍ଵ ରହିପାରେ ବୋଲି ଆକଳନ କରାଯାଉଛି । ଯଦି ଏହିପରି ଭାବେ ଏହା ସ୍ଥଳଭାଗ ଛୁଏଁ ତେବେ ସ୍ଥଳଭାଗ ଛୁଇଁବା ପରେ ଏହା ଅତ୍ୟନ୍ତ ତୀବ୍ର ଓ ଘାତକ ରୂପ ନେବ । ଏପରିକି ପବନର ବେଗ ଘଣ୍ଟାପ୍ରତି ୩୦୦ କିମି ରୁ ଉର୍ଦ୍ଧ୍ଵ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଉଛି ।

ଆମେରିକାର ମିଳିତ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟରର ସୂଚନା ଅନୁସାରେ ଏହି ସମୟରେ ସମୁଦ୍ରରେ ପ୍ରାୟ ୫୦ ଫୁଟ୍ ବା ୧୫ ମିଟର ଉଚ୍ଚର ଜୁଆର ମଧ୍ୟ ଦେଖିବାକୁ ମିଳିବ । ଚଳିତ ବର୍ଷର ଏହାକୁ ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି ଆଖ୍ୟା ଦିଆଯାଇଛି । ଏହାକୁ ସୁପର ସାଇକ୍ଳୋନ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ବିଶେଷ କରି ଜାପାନ ଓ ଚୀନ ଉପରେ ଏହା ସବୁଠୁ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

ଆଉ ଏକ ସପ୍ତାହ ଧରି ଏହି ବାତ୍ୟାର ପ୍ରଭାବ ଅନୁଭୂତ ହେବ ବୋଲି ମଧ୍ୟ କୁହାଯାଇଛି । ଚାଇନା ଓ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ମିଳିଛି । ସ୍ଥଳଭାଗ ଛୁଇଁବା ବେଳକୁ ଟାଇଫୁନ ହିନ୍ନାମନୋରର ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୨୫୭ କିମି ବେଗ ରହିପାରେ ବିଭିନ୍ନ ବୈଦେଶିକ ପାଣିପାଗ ସଂସ୍ଥା ପକ୍ଷରୁ ଆକଳନ କରାଯାଉଛି ।

ଏହାସହ ସ୍ଥଳଭାଗ ଛୁଇଁବା ପରେ ଏହାର ପବନର ବେଗ ଘଣ୍ଟାପ୍ରତି ୩୧୪ କିମି ରହିବ । ଚଳିତ ବର୍ଷର ବଡ ବାତ୍ୟା କୁହା ଯାଉଥିବା ହିନ୍ନାମନୋର ଏକ ଘାତକ ରୂପ ନେଇପାରେ ବୋଲି ଅନେକ ପାଣିପାଗ ବିଶେଷଜ୍ଞ ମାନେ ମତ ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।