ହୋଟେଲରେ ପ୍ରେମ ଓ ତା’ପରେ ମୃତ୍ୟୁ, ଧୀରେ ଧୀରେ ଖୋଲିବାରେ ଲାଗିଛି Subhashree ଙ୍କ ମୃତ୍ୟୁର ପୁରା ଗୁମର

ଭୁବନେଶର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆତ୍ମହତୟଆ ପାଇଁ ପ୍ରବର୍ତ୍ତାଇବା ନେଇ ୩୦୬ ଭଳି ସଙ୍ଗୀନ ଦଫା ଲାଗିଛି ଚିତ୍ତରଞ୍ଜନଙ୍କ ଉପରେ । ଆତ୍ମହତୟଆର କିଛି ସମୟ ପୂର୍ବରୁ ଚିତ୍ତରଞ୍ଜନ ଓ ଶୁଭଶ୍ରୀ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଯାହାକୁ ନେଇ ଆତ୍ମହତୟଆ କରିଥିଲେ ଶୁଭଶ୍ରୀ ।

ସୂଚନା ଅନୁସାରେ ୨୦୧୪ ମସିହାରେ ଶୁଭଶ୍ରୀ ଅନନ୍ତଙ୍କୁ ବିବାହ କରିଥିଲେ ଓ ଉଭୟଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ଭଲ ଥିଲା । କିନ୍ତୁ ୨୦୧୯ ରେ ଶୁଭଶ୍ରୀ ତାଙ୍କ ବାପଘରକୁ ଯାଇଥିବା ବେଳେ ସେଠାରେ ଶୁଭଶ୍ରୀଙ୍କ ଘରପାଖେ ରହୁଥିବା ଚିତ୍ତରଞ୍ଜନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲସା । ଯାହାପରେ ବିଭିନ୍ନ ସମୟରେ ସେମାନେ ଫୋନ ଯୋଗେ କଥାବାର୍ତ୍ତା ହେବା ସହ ପରସ୍ପରକୁ ଭେଟୁଥିଲେ ମଧ୍ୟ । ଏମିତିକି ହୋଟେଲ ମଧ୍ୟ ଯାଉଥିଲେ ।

୨୯ ତାରିଖ ଦିନ ଅନ୍ୟ ଏକ ପୁରୁଷବନ୍ଧୁଙ୍କୁ ଭେଟିବା ପାଇଁ ଶୁଭଶ୍ରୀ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଓ ଏହାକୁ ନେଇ ଚିତ୍ତରଞ୍ଜନ ଏବଂ ଶୁଭଶ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଶୁଭଶ୍ରୀ ରହୁଥିବା ସ୍ଥାନକୁ ଚିତ୍ତରଞ୍ଜନ ରାତି ୧୧ଟାରେ ଆସିଥିଲେ ଓ ତାଙ୍କୁ ମାଡ ମାରିଥିଲେ ମଧ୍ୟ । ୩୦ ତାରିଖ ଦିନ ଶୁଭଶ୍ରୀ ଚିତ୍ତରଞ୍ଜନଙ୍କୁ ବାରମ୍ବାର ଫୋନ କରୁଥିଲେ ଓ ସେତିକି ବେଳେ ମଧ୍ୟ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଆଉ ଶେଷ ୨୭ ସେକେଣ୍ଡର କଲ୍ ହିଁ ଶୁଭଶ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ବୋଲି ଜଣାପଡିଛି । ଶୁଭଶ୍ରୀ ଆତ୍ମହତୟଆ କରିବେ ବୋଲି ଫୋନ କରି ଧମକାଉଥିବାରୁ ଜଣେ ଟ୍ୟୁସନ ଟିଚରଙ୍କୁ ତାଙ୍କ ଘରକୁ ଯାଇ ଦେଖିବାକୁ କହିଥିଲେ ଚିତ୍ତରଞ୍ଜନ । ସେ ଯାଇ ଦେଖିଥିଲେ କି ଶୁଭଶ୍ରୀଙ୍କ ଘର ତାଲା ପଡିଛି ଓ ଝରକା ପଟେ ଦେଖିବା ବେଳକୁ ଶୁଭଶ୍ରୀଙ୍କ ମୃତଦେହ ଝୁଲିରହିଛି । ଏହାପରେ ସେ ଚିତ୍ତରଞ୍ଜନଙ୍କୁ ଖବର ଦେବା ସହ ଘର ମାଲିକଙ୍କୁ ମଧ୍ୟ ଏକଥା ଜଣାଇଥିଲେ ।

ଚିତ୍ତରଞ୍ଜନ ସେଠାରେ ପହଞ୍ଚିବା ପରେ ସଂପୂର୍ଣ୍ଣ ଭୟଭୀତ ହୋଇ ଯାଇଥିଲେ । ଫଳରେ ଶୁଭଶ୍ରୀ ବାନ୍ଧିଥିବା ଓଢଣିକୁ ଖୋଲି ଏକ ଖଟିଆରେ ତାଙ୍କୁ ଶୁଆଇ ଦେଇଥିଲେ ଓ ଓଢଣିକୁ ନେଇ ଚମ୍ପଟ ମାରିଥିଲେ । ଆଜି ତାଙ୍କୁ ପଚରାଉଚରା କରିବା ପରେ ଖୋର୍ଦ୍ଧାର ବାରୁନେଇ ପାହାଡ ନିକଟସ୍ଥ ଏକ ସ୍ଥାନରେ ସେ ପକାଇଥିବା ଓଢଣିକୁ ପୋଲିସ ଜବତ କରିଛି । ଏହାସହ ପୋଲିସ ଆଗରେ ସବୁ ସତ ବଖାଣିଛି ଚିତ୍ତରଞ୍ଜନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।