ଓୟୋ ଖେଳ ହେଲା କାଳ ! ବାହାଘର ପରେ ବି ପୁରୁଣା ପ୍ରେମିକକୁ ଭୁଲି ପାରୁ ନଥିଲେ, ତାକୁ ନେଇ ହୋଟେଲ ଗଲେ ଆଉ ତା’ପରେ…ଦେଖନ୍ତୁ Video

ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀଙ୍କ ମୃତ୍ୟୁକୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି କି, ଓୟୋ ଖେଳ ହେଲା କାଳ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନା ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । ଏପରିକି ଶୁଭଶ୍ରୀଙ୍କ ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ଖୁବ ନିବିଡ ଥିଲା । କିନ୍ତୁ ସମୟକ୍ରମେ ଶୁଭଶ୍ରୀ ଅନ୍ୟ ଜାଗାରେ ବିବାହ କରି ନେଇଥିଲେ ଓ ତାଙ୍କର ଗୋଟିଏ ପିଲାଟିଏ ମଧ୍ୟ ଅଛି ।

ହେଲେ ଏହା ପରେ ବି ବାଉଁଶ ଗଦାର ନିଆଁ କୁହୁଳିବା ପରେ ପୁରୁଣା ପ୍ରେମର ନିଆଁ ପୁଣି ଥରେ କୁହୁଳିଥିଲା । ଅତୀତରେ ହଜେଇ ଥିବା ସବୁ ସ୍ମୃତିକୁ ମନେପକାଇ ଥିଲେ ଶୁଭଶ୍ରୀ ଓ ଚିତ୍ତରଞ୍ଜନ । ଦୁହେଁ ବିରହ ପ୍ରେମରେ ଘାଣ୍ଟି ହେଉଥିଲେ ଓ ପରେ ସମୟ ସୁବିଧା ଦେଖି ଓୟୋ ରୁମ୍ କୁ ଯାଉଥିଲେ । ଆଉ ଏହାରି ମଧ୍ୟରେ ପୁରୁଷବନ୍ଧୁ ଚିତ୍ତରଞ୍ଜନଙ୍କ ବାହାଘର ବି ଠିକ ହୋଇ ଯାଇଥିଲା । ଏହାକୁ କିନ୍ତୁ ଶୁଭଶ୍ରୀ ସହି ପାରୁ ନଥିଲା ଓ ସେଥିପାଇଁ ଚିତ୍ତରଞ୍ଜନଙ୍କୁ ବାରମ୍ବାର ଫୋନ କରୁଥିଲା ।

ଚିତ୍ତରଞ୍ଜନର ବାହାଘର ଅନ୍ୟ ଜାଗାରେ ଠିକ ହୋଇ ସାରିଥିବାରୁ ସେ ଏବେ ଶୁଭଶ୍ରୀ ଠାରୁ ମୁହଁ ଫେରାଇବାକୁ ଚାହୁଁଥିଲା । ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିଲେ ଶୁଭଶ୍ରୀ । ସ୍ଵାମୀ ଘରେ ନଥିବା ବେଳେ ପୁଅକୁ ଟ୍ୟୁସନରେ ଛାଡି ପୁରୁଷବନ୍ଧୁ ଚିତ୍ତରଞ୍ଜନଙ୍କୁ ଘନଘନ ଫୋନ କରିଥିଲେ ଶୁଭଶ୍ରୀ । ଆଉ ଚିତ୍ତରଞ୍ଜନ ବି ତାଙ୍କ ପାଖକୁ ଆସିଥିଲେ ।

ହେଲେ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଆଉ ତା’ପରେ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଘର ବାହାରକୁ ପଳାଇଥିଲେ ଏବଂ ଶୁଭଶ୍ରୀ ତା’ପରେ ନିଜ ଜୀବନ ହାରି ଦେଇଥିଲେ । ଆଉ ଚିତ୍ତରଞ୍ଜନ ଏହା ଆସି ଦେଖିବା ପରେ ଓଢଣିଟିକୁ ନେଇ ଖୋର୍ଦ୍ଧାରେ ଫିଙ୍ଗି ଦେଇଥିଲେ ଓ ଶୁଭଶ୍ରୀ ଯେଉଁ ଟେବୁଲ ଉପରେ ଛିଡା ହୋଇଥିଲେ ସେହି ଟେବୁଲକୁ ମଧ୍ୟ ପୂର୍ବ ସ୍ଥାନରେ ନେଇ ରଖି ଦେଇଥିଲେ ।

ଆଉ ପୋଲିସ ଆସିଲେ ଚିତ୍ତରଞ୍ଜନର ନାଁ ସାମ୍ନାକୁ ଆସିବ ବୋଲି ଭାବି ସେ ଏମିତି କିଛି କରିଥିବା ମାନି ସାରିଛନ୍ତି । ଆଉ ଏହି ଆଧାରରେ ପୋଲିସ ଶୁଭଶ୍ରୀଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖି ଘଟଣାର ଛାନଭିନ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।